Home ଜିଲ୍ଲା ପରିକ୍ରମା ଭଦ୍ରକ ବିଜେପିରେ ଆରମ୍ଭ ହେଲା ନୂଆ ଅଧ୍ୟାୟ, ସହୀଦ ଭଗତସେନାର ଆବାହକ ସୀତାଂଶୁଙ୍କ ବିଜେପିରେ ଯୋଗଦାନକୁ...

ଭଦ୍ରକ ବିଜେପିରେ ଆରମ୍ଭ ହେଲା ନୂଆ ଅଧ୍ୟାୟ, ସହୀଦ ଭଗତସେନାର ଆବାହକ ସୀତାଂଶୁଙ୍କ ବିଜେପିରେ ଯୋଗଦାନକୁ ନେଇ ରାଜନୈତିକ ମହଲ ସରଗରମ

14

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – “ଭଦ୍ରକ ରାଜନୀତିରେ ଆରମ୍ଭ ହେବ ଏକ ନୂତନ ଅଧ୍ୟାୟ । ବଦଳିଯିବ ଭଦ୍ରକ ବିଜେପି ରାଜନୈତିକ ସମୀକରଣ” ଶୀର୍ଷକ ଏକ ସମୀକ୍ଷା ସମ୍ବାଦ ଗତ ପ୍ରାୟ ୭ ମାସ ତଳେ ପ୍ରକାଶ ପାଇଥିଲା । ଯାହାକୁ ନେଇ ସେତେବେଳେ ବିଜେପିରେ ଭଦ୍ରକ ମାଟିର ଏକ ଅତି ପରିଚିତ ଚେହେରା ସହୀଦ ଭଗତ ସେନାର ଆବାହକ ସୀତାଂଶୁ ଶେଖର ମହାପାତ୍ର (ଚନ୍ଦୁ ନନା) ଙ୍କ ନୂଆ ଏଣ୍ଟ୍ରିକୁ ନେଇ ହୋଇଥିଲା ବେଶ୍ ଆଲୋଚନା । ସୀତାଂଶୁ ତାଙ୍କ ରାଜନୈତିକ ଜୀବନରେ ପ୍ରଥମକରି ବିଜେପିରେ ପ୍ରବେଶ କରନ୍ତୁ ବୋଲି ସେଦିନରୁ ଏକ ବିଶାଳ ଯୁବଗୋଷ୍ଠୀ ଚାହୁଁଥିଲେ । ଏବଂ ଭଦ୍ରକ ଜିଲା ରାଜନୀତିକୁ କ୍ଷଣିକରେ ପରିବର୍ତ୍ତନ କରିବାର ଦକ୍ଷତା ରଖୁଥିବା ସୀତାଂଶୁ ମହାପାତ୍ର ଥରେ ହିଁ ଯେଉଁ ରାଜନୀତି ଦଳରେ ଯୋଗଦେବେ, ସେ ଦଳକୁ ଜିତାଇବାରେ ଯେତେ ପ୍ରଭାବଶାଳୀ ଦଳ, ବ୍ୟକ୍ତି, ଜାତି ହେଉ ସବୁକିଛି ଭୁଲି ତାଙ୍କୁ ସମର୍ଥନ କରିବେ ବୋଲି ସେତେବେଳେ ସୋସିଆଲ ମିଡିଆରେ କ୍ୟାପସନ ଥାଇ ବିଭିନ୍ନ ସମୟରେ ଶତାଧିକ ପୋଷ୍ଟ ଦେଖିବାକୁ ମିଳିଥିଲା । ତେବେ ଯାହା ହେଉନା କାହିଁକି ଏହି ପ୍ରତିନିଧିର ପୂର୍ବାନୁମାନ ଆଜି ସତ ହୋଇଛି । ଭଦ୍ରକ ବିଜେପିର ଏକ ବିଶାଳ ମିଶ୍ରଣ ପର୍ବରେ ସହୀଦ ଭଗତ ସେନାର ଆବାହକ ତଥା ଭଦ୍ରକ ସହର ନୁହେଁ ଉତ୍ତର ଓଡ଼ିଶାରେ ଏକ ପ୍ରତିଷ୍ଠିତ ଯୁବ ଶିଳ୍ପୋଦ୍ୟୋଗୀ ସୀତାଂଶୁ ମହାପାତ୍ର ନିଜର ବହୁ ସମର୍ଥକଙ୍କ ସହ ଯୋଗଦେଇଛନ୍ତି । ଏଥିପୂର୍ବରୁ ଶ୍ରୀ ମହାପାତ୍ର କୁଆଁସସ୍ଥିତ ସିଦ୍ଧି ବିନାୟକ ମନ୍ଦିରରେ ପୂଜାର୍ଚ୍ଚନା କରି ନିଜର ସହସ୍ରାଧିକ ସମର୍ଥକଙ୍କ ସହିତ ଏକ ବିଶାଳ ଶୋଭାଯାତ୍ରାରେ ମିଶ୍ରଣ ସ୍ଥଳ ଭଦ୍ରକର ଐତିହାସିକ ଗାନ୍ଧି ପଡିଆରେ ପହଞ୍ôଚ ବିଜେପିରେ ଯୋଗ ଦେଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ ୨୦୧୯ ନିର୍ବାଚନରେ ସୀତାଂଶୁ କଂଗ୍ରେସରୁ ପ୍ରାର୍ଥୀ ହେବେ ବୋଲି ବେଶ୍ ଚର୍ଚ୍ଚା ହୋଇଥିଲା । ସେହିଭଳି ଗତମାସ ବିଜେଡିର ଜିଲା ପ୍ରଭାରୀ ସଂଜୟ ଦାସବର୍ମାଙ୍କ ସହିତ ସୀତାଂଶୁଙ୍କ ସାକ୍ଷାତ୍ ଓ ଆଲୋଚନା ନେଇ ବେଶ୍ କଳ୍ପନା ଜଳ୍ପନାର ସୂତ୍ରପାତ ହୋଇଥିଲା । ତେବେ ସମସ୍ତ ଘଟଣାର ଅନ୍ତ ଘଟାଇ ସୀତାଂଶୁ ଶେଷରେ ଗାନ୍ଧିପଡିଆ ମିଶ୍ରଣ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛନ୍ତି ବୋଲି ଗଣମାଧ୍ୟମକୁ କହିବା ସହ ତାଙ୍କର ଯୋଗଦାନ ନିଶ୍ଚିତ ଭାବେ ବିଜେପି ସଂଗଠନକୁ ଅଧିକ ଶକ୍ତିଶାଳୀ କରିବ ବୋଲି ତାଙ୍କ ସମର୍ଥକମାନେ କହିଛନ୍ତି । ଗାନ୍ଧିପଡିଆର ଏହି ମିଶ୍ରଣ ପର୍ବର ବିଶାଳ ସଭାରେ ରାଜ୍ୟ ସଭାପତି ମନମୋହନ ସାମଲ ଅଧ୍ୟକ୍ଷତା କରିଥିବାବେଳେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ବିଧାୟକ ସୂର୍ଯ୍ୟବଂଶୀ ସୁରଜ, ଜିଲା ସଭାପତି ହେମନ୍ତ ପାଢୀ, ଭଦ୍ରକ ବିଧାନସଭା କ୍ଷେତ୍ରୀୟ ନେତା ଡା. ପ୍ରଦୀପ ନାୟକ, ସଂସଦୀୟ କ୍ଷେତ୍ରର ନେତା ଅଭିମନ୍ୟୁ ସେଠୀ, ଜିଲା ମହିଳା ସଭାନେତ୍ରୀ କଳ୍ପନା ଜେନା, ରାଜ୍ୟସ୍ତରୀୟ ନେତା ଦୀନବନ୍ଧୁ ପତି, ପୂର୍ବତନ ସଭାପତି ବଦ୍ରୀନାରାୟଣ ଧଳ, ବିଜେପି ନେତା ପଂଚାନନ ରାଉତ, ଯୁବନେତା ଉଦୟ ନାରାୟଣ ମଲ୍ଲିକଙ୍କ ସମେତ ବହୁ ଆଗଧାଡିର ନେତାଙ୍କ ଉପସ୍ଥିତରେ ଶ୍ରୀ ମହାପାତ୍ର ଦଳୀୟ ଟୋପି ଓ ଉତ୍ତରୀୟ ଗ୍ରହଣ କରି ଦଳକୁ ଆପଣେଇଛନ୍ତି । ତେବେ ଆଗକୁ ନିର୍ବାଚନ ପରିପ୍ରେକ୍ଷୀରେ ଏଭଳି ମିଶ୍ରଣ ଓ ଯୋଗଦାନ ଅନ୍ୟମାନଙ୍କ କ୍ଷେତ୍ରରେ କୌଣସି ବିଶେଷତଃ ରଖୁନଥିବାବେଳେ ଶ୍ରୀ ମହାପାତ୍ରଙ୍କ ଯୋଗଦାନ ନିଶ୍ଚିତ ଭାବେ ବିଜେପି ରାଜନୈତିକ ଇତିହାସକୁ ପରିବର୍ତ୍ତନ କରିବ ବୋଲି ବହୁ ରାଜନୈତିକ ବିଶେଷଜ୍ଞ ମତବ୍ୟକ୍ତ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଭଦ୍ରକରେ ବିଜେପିର ବାରମ୍ବାର ପରାଜୟ ପରେ ଏହି ଆସନରେ ଜଣେ ବଳିଷ୍ଠ ଯୁବ ନେତୃତ୍ୱ ପ୍ରାର୍ଥୀ ହୋଇ ଆସନ୍ତା ନିର୍ବାଚନର ମଙ୍ଗ ଧରିବା ନେଇ ରାଜ୍ୟ ନେତୃବୃନ୍ଦ ଜଣେ ଯୋଗ୍ୟ ପ୍ରାର୍ଥୀ ଚୟନ ସନ୍ଧାନରେ ଥିବାବେଳେ ଶ୍ରୀ ମହାପାତ୍ରଙ୍କ ଯୋଗଦାନ ଦଳୀୟ ଶିବିରରେ ବେଶ୍ ଆଶା ଓ ଆକାଂକ୍ଷା ସୃଷ୍ଟି କରିଛି । ତେବେ ଆଗାମୀ ନିର୍ବାଚନରେ ପ୍ରତିଷ୍ଠିତ ଦଳର ଜଣେ ଛାମୁଆ ନେତା ବିଜେପିରେ ଯୋଗଦେବାର ଖବର ଶୁଣିବାକୁ ମିଳୁଥିବାବେଳେ ସୀତାଂଶୁଙ୍କ ଆବିର୍ଭାବ ଦଳର ଯୁବବର୍ଗଙ୍କ ପାଇଁ ଉତ୍ସାହ ସୃଷ୍ଟି କରିଛି ।

ସୀତାଂଶୁଙ୍କ୍ ସହୀଦ ଭଗତ ସେନା ଏକ ସାମାଜିକ ସଂଗଠନ ହୋଇଥିବାବେଳେ ସେଥିରେ ସେ ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ଏକ ବିଶାଳ ଯୁବଗୋଷ୍ଠୀଙ୍କୁ ଗୋଟିଏ ଛାତତଳେ ଏକତ୍ରିତ କରି ଜନସେବାରେ ଜଡିତ ଅଛନ୍ତି । ସେ ବିଜେପିରେ ଯୋଗଦେବା ଫଳରେ ବିପକ୍ଷ ଦଳର ବହୁ ଯୁବକ ବିଜେପିରେ ଯୋଗଦେଇଥିବାର ଦେଖାଦେଇଛି । ସେ ଆଗାମୀ ନିର୍ବାଚନରେ ଦଳ ସୀତାଂଶୁଙ୍କୁ ପ୍ରାର୍ଥୀ କରିବା ନେଇ ଯଦିଓ ସ୍ପଷ୍ଟ ସୂଚନା ମିଳିନାହିଁ, ତେବେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ତାଙ୍କ ପରିବାର ସହ ସୁସଂପର୍କ ତାଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ସୂଚନା ମିଳିଛି । ବିଗତ ନିର୍ବାଚନ ଫଳାଫଳରୁ ଯାହା ଜଣାଯାଏ ବିଜେପି ୨୦୧୯ ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ଆଖିଦୃଶିଆ ଭୋଟ୍ ବ୍ୟବଧାନରେ ପରାଜୟ ବରଣ କରିଥିଲା । ଏହି ଆସନରେ ସେତେବେଳେ ବିଜେଡି ସର୍ବାଧିକ ୯୩ ହଜାରରୁ ଅଧିକ ଭୋଟ୍ ପାଇ ପ୍ରଥମ ସ୍ଥାନରେ ଥିବାବେଳେ ସର୍ବଦା ତୃତୀୟ ପାହାଚରେ ରହିଆସୁଥିବା ବିଜେପି ପ୍ରଥମଥର ଲାଗି କଂଗ୍ରେସକୁ ମାତ୍ ଦେଇ ୬୦ ହଜାରରୁ ଉର୍ଦ୍ଧ୍ୱ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା । ଏସବୁ ସତ୍ୱେ ଆଗାମୀ ନିର୍ବାଚନରେ ଏହି ନିର୍ବାଚନ ମଣ୍ଡଳୀରେ ବିଜେଡିର ସମସ୍ତ ଅନ୍ତଦ୍ୱନ୍ଦ୍ୱର୍ ସତ୍ୱେ ବର୍ତ୍ତମାନର ବିଧାୟକ ସଂଜୀବ ମଲ୍ଲିକଙ୍କ ପ୍ରଭାବକୁ ପରାହତ କରି ବିଜେପି ଯେଭଳି ଏକ ପ୍ରଭାବଶାଳୀ ଯୁବନେତୃତ୍ୱ ଖୋଜୁଥିଲା, ତାହାର ଅନ୍ତ ଘଟିଛି ବୋଲି ବହୁ ଦଳୀୟ ରାଜ୍ୟସ୍ତରୀୟ ନେତାଙ୍କ ସୂତ୍ରରୁ ଜଣାପଡିଛି । କାହିଁକିନା ବିଜେଡିର ଅନ୍ତଦ୍ୱନ୍ଦ୍ୱରେ ଶାସକ ଦଳର ଭୋଟ୍ ଭାଗ ଭାଗ ହେବାର ଆଶଙ୍କା ଥିବାବେଳେ ବିଜେପିରେ ସୀତାଂଶୁଙ୍କ ଭଳି ଏକ ଯୁବ ନେତୃତ୍ୱଙ୍କ ଆବିର୍ଭାବ ନିଶ୍ଚିତ ଭାବେ ଦଳ ପାଇଁ ଏକ ନୂତନ ଆଶା ବୋଲି ଜଣାପଡିଛି । ତେବେ ସୀତାଂଶୁଙ୍କର ଏଭଳି ପ୍ରବେଶରେ ନିଜ ପାଇଁ ଅସୁରକ୍ଷିତ ମଣୁଥିବା କିଛି ନେତା ପୂର୍ବରୁ ସେ ଦଳରେ ପ୍ରବେଶ ନକରନ୍ତୁ ବୋଲି ଚାହୁଁଥିଲେ । କିନ୍ତୁ ଓଡ଼ିଶାରେ ବିଜେପିର ନେତୃତ୍ୱ ପରିବର୍ତ୍ତନ ପରେ ସୀତାଂଶୁଙ୍କ ପିତାଙ୍କ ସହପାଠୀ ମନମୋହନ ସାମଲ ରାଜ୍ୟ ସଭାପତି ପଦ ଗ୍ରହଣ ପରେ ଭଦ୍ରକ ବିଜେପିରେ ଏଭଳି ରାଜନୈତିକ ସମୀକରଣର ସୂତ୍ରପାତ୍ର ହୋଇଛି ବୋଲି ରାଜନୈତିକ ସମୀକ୍ଷକଙ୍କ ଠାରୁ ଜଣାପଡିଛି । ଏବଂ ସୀତାଂଶୁଙ୍କ ବିଜେପିରେ ପ୍ରବେଶ ଭଦ୍ରକ ବିଧାନସଭା ପାଇଁ ଶାସକ ଦଳ ପାଇଁ ଏକ ଚ୍ୟାଲେଞ୍ଜ ହେବ ବୋଲି ପୂର୍ବାନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.