Home ଜିଲ୍ଲା ପରିକ୍ରମା ଭଦ୍ରକ ବିଜେଡି ଓ ସିଆଇଟିୟୁ ପକ୍ଷରୁ ପହଲଗାମ ଆତଙ୍କୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପାଇଁ କ୍ୟାଣ୍ଡେଲ...

ଭଦ୍ରକ ବିଜେଡି ଓ ସିଆଇଟିୟୁ ପକ୍ଷରୁ ପହଲଗାମ ଆତଙ୍କୀ ଆକ୍ରମଣରେ ମୃତ ବ୍ୟକ୍ତିଙ୍କ ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

27

ଭଦ୍ରକ, ୨୩ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗତକାଲି ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା ଅନନ୍ତନାଗ ଜିଲାର ପହଲଗାମ ଠାରେ ୨୬ ଜଣ ପର୍ଯ୍ୟଟକଙ୍କୁ ଗୁଳିକରି ନୃସିଂହ ଭାବେ ହତ୍ୟା କରିଛନ୍ତି । ତେବେ ଏହି ଜଘନ୍ୟ ଆକ୍ରମଣକୁ ଦୃଢ ନିନ୍ଦା କରି ମୃତ୍ୟୁବରଣ କରିଥିବା ଅମର ଆତ୍ମାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇ ଆଜି ଭଦ୍ରକ ବିଜେଡି ଓ ସିଆଇଟିୟୁ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏଥି ସହର ପରିକ୍ରମା କରିଥିଲା । ଏଥିରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ,ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଭଦ୍ରକ ଜିଲ୍ଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ,ସଦର ବ୍ଲକ ଅଧକ୍ଷା ଉର୍ମିଳା ନାୟକ, ସଦର ପୌରପାଳିକା ଚେୟାରମ୍ୟାନ ଗୁଲମକ୍କୀ ହବିବ,ରାକେଶ ପଣ୍ଡା, ପୂର୍ବତନ କାଉନ୍‌ସିଲର ଟିକି ବଳ ,ସିଆଇଟିୟୁ ପକ୍ଷରୁ ଦିବ୍ୟ ସିଂହ ନାୟକ, ପ୍ରଫୁଲ୍ଲ ପାଢ଼ୀ, ବିଷ୍ଣୁ ଦାଶ, ମଳୟ ଭୋଇ, ସେକ୍ କମ,ର୍ କାଲୁ, ବସନ୍ତ ସାହୁ, ଗଣେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.