Home ଜିଲ୍ଲା ପରିକ୍ରମା ଭଦ୍ରକ ବାଣିଜ୍ୟ ମେଳା ଉଦ୍‌ଯାପିତ

ଭଦ୍ରକ ବାଣିଜ୍ୟ ମେଳା ଉଦ୍‌ଯାପିତ

10
????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଗତ ୬ ତାରିଖରୁ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ଆରମ୍ଭ ହୋଇଥିବା ଭଦ୍ରକ ବାଣିଜ୍ୟ ମେଳା ମହାସମାରୋହରେ ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଭଦ୍ରକ ବିଧାୟକଙ୍କ ପ୍ରତିନିଧି ଶେଖର ଚନ୍ଦ୍ର ମହାପାତ୍ର ଯୋଗଦେଇ ବାଣିଜ୍ୟ ମେଳା ଭଦ୍ରକ ଜିଲା ପାଇଁ ଏକ ଅଭିନବ ପଦକ୍ଷେପ ବୋଲି କହିବା ସହ ଆୟୋଜକମାନଙ୍କ ଏଭଳି ପଦକ୍ଷେପ ପାଇଁ ଭୂୟସୀ ପ୍ରଶଂସା କରିଥିଲେ। ମାକ୍ରୋୱେବ୍ ଏବଂ ଓସମେ ପରିବାର ପକ୍ଷରୁ ପ୍ରାରମ୍ଭିକ ସଂଗୀତ ପରିବେଷଣ କରାଯାଇଥିଲା। ଓସମେର ଉପଦେଷ୍ଟା ତଥା ଭଦ୍ରକର ପୂର୍ବତନ ସାଧାରଣ ପରିଚାଳକ, ଜିଲା ଶିଳ୍ପ କେନ୍ଦ୍ର ପୀତାମ୍ବର ପରିଡା ଜିଲାରେ ମହଜୁଦ ଥିବା ଧାନ, ମୀନ, ବାଦାମ ଓ ଆଖୁର ଉପଯୁକ୍ତ ପ୍ରକ୍ରିୟାକରଣ ଉପରେ ମତ ରଖିବା ସହ ସୂର୍ଯ୍ୟମୁଖୀ ଏବଂ ଚିଙ୍ଗୁଡି ପ୍ରକ୍ରିୟାକରଣ ଉପରେ ଅନେକ ଛୋଟ ଛୋଟ ଶିଳ୍ପ ହୋଇପାରନ୍ତା ଏବଂ ଧାନଛଡା ଅନ୍ୟ ଅର୍ଥକାରୀ ଫସଲ ଚାଷ ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଥିଲେ। ରାଜ୍ୟ ସେଂଟ୍ରାଲ କମିଟି ଓସ୍‌ମେର ସାଧାରଣ ସଂପାଦକ ସାତ୍ୱିକ ସ୍ୱାଇଁ କଟକ ବୈଶାଖୀ ମେଳା ଏବଂ ଭଦ୍ରକ ବାଣିଜ୍ୟ ମେଳା ଆନୁକୂଲ୍ୟରେ ଅନୁଷ୍ଠିତ ମେଳାର ଭୂୟସୀ ପ୍ରଶଂସା କରିଥିଲେ। ଏହି ବାଣିଜ୍ୟ ମେଳା ନିୟମିତ କରିବା ପାଇଁ ସମସ୍ତ ସହଯୋଗ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ବିନାୟକ କଲେଜର ପ୍ରତିଷ୍ଠାତା ମନୋଜ ପାଢୀ ଭଦ୍ରକ ଜିଲାରେ ନେହେରୁ ଷ୍ଟାଡିୟମ୍‌ର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଅନୁରୋଧ କରିଥିଲେ। ବାଣିଜ୍ୟ ମେଳାରୁ ଅନେକ ଯୁବପିଢି ଅନୁଭବ ସାଉଁଟିଥିବେ ବୋଲି ଆଶା ପ୍ରକାଶ କରିଥିଲେ। ଶିଳ୍ପପତି ବିଭୁ ଚନ୍ଦନ ଜେନା ବାଣିଜ୍ୟମେଳା ଭଦ୍ରକ ଜିଲା ପାଇଁ ଏକ ମାଇଲଖୁଂଟ ସଦୃଶ ଏବଂ ଏହି ମେଳା ଅନେକ ବ୍ୟବସାୟୀମାନଙ୍କୁ ବିକ୍ରିବଟା ପାଇଁ ସୁଯୋଗ ଦେଇଛି। ବ୍ରାଇଟ୍ ଇନ୍‌ଷ୍ଟିଚ୍ୟୁଟର ଡେପୁଟି ଡାଇରେକ୍ଟର ସଂଗୀତା ସାହୁ ମେଳା ଆୟୋଜକମାନଙ୍କୁ ଧନ୍ୟବାଦ ଦେବା ସହ ଏଭଳି ପଦକ୍ଷେପ ଜିଲାବାସୀଙ୍କ ପାଇଁ ଗର୍ବ, ଗୌରବ ଆଣିଦେଇଛି ବୋଲି କହିଥିଲେ। ଭଦ୍ରକ ବାଣିଜ୍ୟ ମେଳାର ସଂଯୋଜକ ଦେବୀପ୍ରସାଦ ଦାସ ଓସ୍‌ମେ ର ଓ ଭଦ୍ରକବାସୀଙକ୍ ସହଯୋଗ ପାଇଁ ଖୁସିବ୍ୟକ୍ତ କରିଥିଲେ। ଆସନ୍ତାବର୍ଷ ମଧ୍ୟ ସେ ସାମିଲ ହେବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ଓସ୍‌ମେର ସଂପାଦକ ତଥା ବାଣିଜ୍ୟ ମେଳାର ଅଧ୍ୟକ୍ଷ ସୁଶାନ୍ତ କୁମାର ନାୟକ ସମସ୍ତଙ୍କ ସାହାଯ୍ୟ, ସହଯୋଗ ଏବଂ ସଦୟ ଉପସ୍ଥିତି ପାଇଁ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। ଓସ୍‌ମେର ଭଦ୍ରକର ସଭାପତି ସୁରଜ କୁମାର ସାହୁ ସଭାପତିତ୍ୱ କରିବା ସହ ଅତ୍ୟନ୍ତ ସୁନ୍ଦର ଭାବେ ସଭା ପରିଚାଳନା କରିଥିଲେ। ବାଣିଜ୍ୟମେଳାର ଆବାହକ ମନୋଜ କୁମାର ରାୟ ଓ କମଳାକାନ୍ତ ସାହୁଙ୍କ ନେତୃତ୍ୱରେ ସମସ୍ତ କାର୍ଯ୍ୟକ୍ରମ ଅତ୍ୟନ୍ତ ଶୃଙ୍ଖଳାର ସହ ପ୍ରତିପାଦିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ନାଟ୍ୟ ନିର୍ଦ୍ଦେଶକ ବାଦଲ ସିକ୍‌ଦାର, ବରିଷ୍ଠ ସାମ୍ବାଦିକ ନିହାର ଦାସ, ପ୍ରମୋଦ ରାୟ, ପ୍ରତାପ ଚନ୍ଦ୍ର ଦାସ, ନନ୍ଦଦୁଲାଲ ଦାସ, ଦୁର୍ଗାଶଙ୍କର ବିଶ୍ୱାଳଙ୍କ ସମେତ ରବି ପାତ୍ର, ବଳରାମ ସୂତାର, ମନୋଜ ପାଢୀ, ବିଭୁଚନ୍ଦନ ଜେନା, ବସନ୍ତ କୁମାର ଦାସ, ପର୍ଶୁରାମ ଦ୍ୱିବେଦୀ, ସୋଫିଆ ସେକ୍‌, ସଂଗୀତା ସାହୁ ଓ ଅଜୟ ରାଏଙ୍କୁ ବାଣିଜ୍ୟ ମେଳା କମିଟି ପକ୍ଷରୁ ମାନପତ୍ର, ଉତରୀୟ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଓସ୍‌ମେ ଏବଂ ମାକ୍ରେୱେବ୍ ପରିବାର ତରଫରୁ ସଂଗୀତ, ନୃତ୍ୟ, କବିତା, ପାଠୋତ୍ସବ ପ୍ରଭୃତ ମନୋରଂଜନ କାର୍ଯ୍ୟକ୍ରମ ନମ୍ରତା ରାୟ, ଅର୍ପିତା ମହାନ୍ତି, ରିଙ୍କୁବାଳା ଜେନା, ଶାକମ୍ବରୀ ପରିଡାଙ୍କ ନେତୃତ୍ୱରେ ପରିବେଷଣ କରାଯାଇଥିଲା। ସମସ୍ତଙ୍କ ସାହାଯ୍ୟ, ସହଯୋଗ ଓ ସଦିଚ୍ଛା ପାଇଁ ମନୋଜ ରାୟ ଓ କମଳାକାନ୍ତ ସାହୁ ନିଆରା ଢଙ୍ଗରେ ପରିବେଷିତ ମନୋରଂଜନ କାର୍ଯ୍ୟକ୍ରମ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.