Home ଜିଲ୍ଲା ପରିକ୍ରମା ଭଦ୍ରକ ବସ୍ ସିଣ୍ଡିକେଟ୍ ବିବାଦ ଘନେଇଲା, ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି, ପୁଲିସ୍ ଫୋର୍ସ...

ଭଦ୍ରକ ବସ୍ ସିଣ୍ଡିକେଟ୍ ବିବାଦ ଘନେଇଲା, ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି, ପୁଲିସ୍ ଫୋର୍ସ ମୁତୟନ

42

ଭଦ୍ରକ, ୧୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ବସ୍ ସିଣ୍ଡିକେଟ୍‌ର ଦୁଇଗୋଷ୍ଠୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ଲାଗି ରହିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ôଚଛି । ଏହି ବିବାଦକୁ ତୁଟାଇବା କ୍ଷେତ୍ରରେ ପ୍ରଶାସନର ନରମ ଭାବକୁ ନେଇ ଏବେ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ତେବେ ଯାହା ଜଣାଯାଏ ଏହି ଦୁଇଗୋଷ୍ଠୀଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ଯୋଗୁଁ ତାର ନିର୍ବାଚନ ପାଇଁ ଉଭୟପକ୍ଷ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଶେଷରେ କୋର୍ଟର ନିର୍ଦ୍ଦେଶ ଓ ପ୍ରଶାସନର ଅନୁମତିରେ ନିର୍ବାଚନ ମଧ୍ୟ ହେଲା । କର୍ମକର୍ତ୍ତାମାନେ ସାମ୍ବିଧାନିକ ନିୟମ ଅନୁଯାୟୀ ନିର୍ବାଚିତ ହେଲେ । ତଥାପି ବିବାଦର ଗଣ୍ଠି ଖୋଲିବା ପରିବର୍ତ୍ତେ ଏହାର ଖିଅ ଲମ୍ବିବାକୁ ଲାଗିଲା । ବସ୍ ସିଣ୍ଡିକେଟ୍‌କୁ ଜବରଦଖଲ ରଖିବା ପାଇଁ ଗୋଟିଏ ଗୋଷ୍ଠୀର ଉଦ୍ୟମ ଜନିତ ଗଣ୍ଡଗୋଳ ଆଶଙ୍କାରେ ପ୍ରଶାସନ ଶେଷରେ ଘଟଣାର କୌଣସି ସମାଧାନ ନହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟାଳୟ ଖୋଲିପାରିବେ ନାହିଁ ବୋଲି ନିଷ୍ପତ୍ତି ନେବାପରେ ଆଜିଠାରୁ ସେଠାରେ ୧୪୪ ଧାରା ଜାରି ହୋଇଛି । ଯଦି ଉଭୟଙ୍କ ମଧ୍ୟରେ ସମାଧାନର କୌଣସି ସୂତ୍ର ବାହାରିଲା, ତେବେ ଏହି ୧୪୪ ଧାରା ପ୍ରତ୍ୟାହୃତ ହୋଇପାରେ ବୋଲି ଜଣେ ସରକାରୀ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି । ତେବେ ଭଦ୍ରକ ବସ୍ ସିଣ୍ଡିକେଟ୍ ଏବେ ପୁଲିସ୍ ଛାଉଣିରେ । ଏହାର ମୁଖ୍ୟଦ୍ୱାରରେ ଚାବି ପଡିଥିବାବେଳେ ସେଠାରେ ଜଗି ବସିଛନ୍ତି ସଶସ୍ତ୍ର ପୁଲିସ୍ ବାହିନୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.