Home ଜିଲ୍ଲା ପରିକ୍ରମା ଭଦ୍ରକ ବସ୍ ସିଣ୍ଡିକେଟ୍‌ର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ନିରାଡମ୍ବର ଭାବେ ପାଳିତ

ଭଦ୍ରକ ବସ୍ ସିଣ୍ଡିକେଟ୍‌ର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ନିରାଡମ୍ବର ଭାବେ ପାଳିତ

33

ଭଦ୍ରକ, ୧୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ବସ୍ ସିଣ୍ଡିକେଟ୍‌ର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା କୋଭିଡ୍ ଗାଇଡ୍‌ଲାଇନ୍‌ରେ ନିରାଡମ୍ବର ଭାବେ ପାଳନ କରିଛନ୍ତି ବସ୍ ମାଲିକମାନେ । ଗତ ଦୁଇବର୍ଷ ଧରି ମହାମାରୀ କରୋନା ସଂକ୍ରମଣ ପାଇଁ କେବଳ ମୂର୍ତ୍ତି ପୂଜା କରାଯାଉଛି । ଚଳିତବର୍ଷ ମଧ୍ୟ ୪୦ ଜଣ ମାଲିକ କୋଭିଡ୍ କଟକଣା ମଧ୍ୟରେ ପାଳନ କରିଛନ୍ତି ଏହି ବିଶ୍ୱକର୍ମା ପୂଜା । ସଭାପତି ଅବଦୁଲ ରଫଙ୍କ ମୃତ୍ୟୁ ପରେ ଉପସଭାପତି ଗଗନ ବିହାରୀ ରାଉତ ଏହି ଦାୟିତ୍ୱ ତୁଲାଇଛନ୍ତି । ଯୁଗ୍ମ ସଂପାଦକ ପାର୍ଥ ସାରଥୀ ମହାପାତ୍ର ଶ୍ୟାମସୁନ୍ଦର ନାୟକଙ୍କ ସହ ସଂପାଦକ ପ୍ରଫୁଲ୍ଲ କର, କୋଷାଧ୍ୟକ୍ଷ ଦିଲ୍ଲୀପ ନାୟକଙ୍କ ସହଯୋଗରେ ଆଜି ପୂଜା ଅନୁଷ୍ଠିତ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ସେକ୍ ଇଲିୟାସ, ଦୁର୍ଗା ପ୍ରସାଦ ପାକଳ, ଅମୀୟ ମହାନ୍ତି, ପର୍ଶୁରାମ ପାଢୀ, ସେକ୍ ରାଜୁ, ସେକ୍ ସାହିସା, ରାମଚନ୍ଦ୍ର ଦାସ, ସୋମନାଥ ସାହୁ, ଅଭୟ ପାଢୀ, ଦୀପକ ନାୟକ, ମିଲଟନ ଲାହା, ବିଶ୍ୱଜିତ୍ ସାହୁ, ରବି ପଣ୍ଡା, ତାପସ ପଣ୍ଡା, କୁନା ପରିଡା, ସେକ୍ ରିଙ୍କୁ, ସେକ୍ ଲାଲୁ, ନିର୍ମଳ କର ପ୍ରମୁଖ ଆଜିର ଏହି ପୂଜାରେ ଉପସ୍ଥିତ ଥିଲେ । ଦୀର୍ଘ ୪୦ବର୍ଷ ଧରି ଏହି ଅନୁଷ୍ଠାନରେ ବିଶ୍ୱ କର୍ମା ପୂଜା ଧୁମଧାମରେ ବନ୍ତଛକ ନିକଟରେ ପାଳିତ ହୋଇ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶେଷ ହୋଇଥାଏ ବୋଲି କହିଛନ୍ତି ସଭାପତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.