Home ଜିଲ୍ଲା ପରିକ୍ରମା ଭଦ୍ରକ : ପ୍ରାଚୀନଗର ସଟ୍‌ଡାଉନ୍

ଭଦ୍ରକ : ପ୍ରାଚୀନଗର ସଟ୍‌ଡାଉନ୍

85

ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂଆ କରୋନା ସଂକ୍ରମିତ ଚିହ୍ନଟ ହେଲେ ସରପଞ୍ଚଙ୍କୁ ଏବିଷୟରେ ଅଗତ କରାଗଲା ନାହିଁ । ପ୍ରଶାସନ ପୌରାଞ୍ଚଳ ସଂଲଗ୍ନ ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନା ଘୋଷଣା କଲା । ଏସମ୍ପର୍କରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅôଦକାରୀ ପ୍ରେସ ରିଲିଜ ଜରିଆରେ ସ୍ପଷ୍ଟ କଲେ । ଅଥଚ ସ୍ଥାନୀୟ ନିର୍ବାଚିତ ଲୋକ ପ୍ରତିନିଧି ଏ ସମ୍ପର୍କରେ ଜାଣି ପାରିଲେ ନାହିଁ । ସଂପୃକ୍ତ ଅଞ୍ଚଳକୁ ସେନିଟାଇଜ କରିବା ସହ କରିବା ସହ ସିଲ କରିବା ଦିଗରେ ପ୍ରଶାସନ ହସ୍ତକ୍ଷେପ କରିବାକୁ ସ୍ଥାନୀୟ ସରପଞ୍ଚ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଅନୁରୋଧ କଲେ । କିନ୍ତୁ ଏହା ପଞ୍ଚାୟତର ଦାୟିତ୍ୱ କହି ବିଡ଼ିଓ ନୀରବ ବସିଲେ । ଫଳରେ ନିର୍ବାଚିତ ଲୋକ ପ୍ରତିନିଧିମାନେ କରୋନାକୁ ନେଇ ଆତଙ୍କିତ ଅବସ୍ଥାରେ ଥିବା ସ୍ଥାନୀୟ ଜନସାଧାରଣଙ୍କ ସମାଲୋଚନାର ଶୀକାର ହେଲେ । ତେଣୁ ପ୍ରଶାସନର ଏତାଦୃଶ ଦୁର୍ବଳ କୋଭିଡ ପରିଚାଳନାକୁ ନେଇ ଅତିଷ୍ଠ ଗେଲପୁର ପଞ୍ଚାୟତର ସରପଞ୍ଚ ଶେଷରେ ନିଜର ଜିଲ୍ଳାପାଳ କ୍ଷମତା ପ୍ରୟୋଗ କରି ପ୍ରାଚୀନଗରକୁ ୨ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରିବା ସହ ଏହି ଅଞ୍ଚଳର ବିଭିନ୍ନ କଲୋନୀକୁ ବାଉଁଶ ବାନ୍ଧି ସିଲ କରିଛନ୍ତି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ସଂପୃକ୍ତ ଅଞ୍ଚଳକୁ ବିଶୋଧନ କରାଯିବ ଓ କଲୋନୀବାସୀ ବାହାରକୁ ନବାହାରିବାକୁ ଅନୁରୋଧ କରିଛନ୍ତି ସରପଞ୍ଚ ମାନସୀ ରାଉତ୍ । ଏହାବ୍ୟତୀତ ପ୍ରାଚୀନଗରରେ ଘରଘର ବୁଲି କରୋନା ଲକ୍ଷଣ ପ୍ରକାଶ ପାଉଥିବା ବ୍ୟକ୍ତିବିଶେଷଙ୍କ ତଥ୍ୟ ସଂଗ୍ରହ ଓ ଆବଶ୍ୟକସ୍ଥଳରେ ସେମାନଙ୍କ ସ୍ୱାବ୍ ପରୀକ୍ଷା ପାଇଁ ସଂଗ୍ରହ କରିବାକୁ ସମିତିସଭ୍ୟ ମଣ୍ଟୁ ପରିଜା ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଭଦ୍ରକ ପୌରପାଳିକା ଉପକଣ୍ଠ ଗେଲପୁର ପଞ୍ଚାୟତ ପ୍ରାଚୀନଗର ଠାରେ ଜଣେ କରୋନା ସଂକ୍ରମିତ ଗତକାଲି ଚିହ୍ନଟ ହୋଇଥିଲେ । ପ୍ରଶାସନ ଏସମ୍ପର୍କରେ ଗତକାଲି ଘୋଣୋ କରିଥିଲା ।

 

 

ଏହାବ୍ୟତୀତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରାଚୀ ନଗରକୁ କଣ୍ଟେନମେଣ୍ଟ ଓ ଗେଲପୁର ପଞ୍ଚାୟତକୁ ବଫର ଜୋନ ଘୋଷଣା କରାଯାଇଛି ବୋଲି ସଂଧ୍ୟାରେ ସୂଚନା ଦେଇଥିଲେ । ଏପ୍ରକାର ପ୍ରଶାସନିକ ପଦକ୍ଷେପକୁ ନେଇ ସ୍ଥାନୀୟ ଲୋକ ପ୍ରତିନିଧି ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । କାରଣ ସଂକ୍ରମିତ ଚିହ୍ନଟ ହେବା ଓ କଣ୍ଟେନମେଣ୍ଟ ଜୋନ ଘୋଣୋ ସମ୍ପର୍କରେ ସେମାନଙ୍କୁ ଅବଗତ କରାଯାଇନଥିଲା । କୋଭିଡ ପରିଚାଳନା କ୍ଷେତ୍ରରେ ଲୋକମାନଙ୍କର ସ୍ୱାର୍ଥରକ୍ଷା ପାଇଁ ପ୍ରଶାସନ ଓ ନିର୍ବାହୀ ଅଧିକାରୀ ସ୍ଥାନୀୟ ନିର୍ବାଚିତ ଜନ ପ୍ରତିନିଧିଙ୍କ ସହ ସମନ୍ୱୟ ସ୍ଥାପନ କରିବା ଜରୁରୀ ବୋଲି ସେମାନେ ମତପ୍ରକାଶ କରିଥିଲେ । ତେବେ ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ନନେବାରୁ ସରପଞ୍ଚ ଶ୍ରମୀତୀ ରାଉତ, ସମିତିସଭ୍ୟ ଶ୍ରୀ ପରିଜା, ଯୁବନେତା ସୁବ୍ରତ ରାଉତ୍‌, ଶଶାଂଶୁ ନାୟକ, ରାଜୀବ ପରିଡ଼ା, ସୌମ୍ୟ ଦାସ ପ୍ରମୁଖ ପ୍ରାଚୀନଗରରେ ପହଞ୍ଚି ଗ୍ରାମାଞ୍ଚଳ ପୁଲିସ ସହଯୋଗରେ ସମଗ୍ର ଅଞ୍ଚଳକୁ ବାଉଁଶ ବାଡ଼ ଦେଇ ସିଲ କରିଥିଲେ । ଅପରାହ୍ନରେ ସମଗ୍ର ଅଞ୍ଚଳକୁ ବିଶୋଧନ କରାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.