Home ଜିଲ୍ଲା ପରିକ୍ରମା ଭଦ୍ରକ ପ୍ରଶାସନକୁ ଅନୁରୋଧ କରି ବିଫଳ ହେଲେ ଭଣ୍ଡାରିପୋଖରୀ ବିଧାୟକ, ମିଳିଲା ନାହିଁ ବୋଟ, ଗାଁ...

ଭଦ୍ରକ ପ୍ରଶାସନକୁ ଅନୁରୋଧ କରି ବିଫଳ ହେଲେ ଭଣ୍ଡାରିପୋଖରୀ ବିଧାୟକ, ମିଳିଲା ନାହିଁ ବୋଟ, ଗାଁ କୁ ଯାଇ ନପାରି ଫେରିଲେ ବିଧାୟକ

12

ଭଦ୍ରକ, ୨୬ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଉପର ମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ବୈତରଣୀ ନଦୀ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତ ସମେତ ଧାମନଗର ବ୍ଲକର ୧୦ ରୁ ଅଧିକ ଗ୍ରାମ ପଂଚାୟତ ଏବେ ଜଳ ବନ୍ଦୀ ରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଜୀବନ ଜୀବିକା ବଂଚାଇବା ପାଇଁ ସଂଗ୍ରାମ କରୁଛନ୍ତି ସାଧାରଣ ଜନତା । ଗତକାଲି ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତ ବୁଲି ସ୍ଥିତି ଅନୁଧ୍ୟାନ କରିଥିଲେ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ୍ କୁମାର ମଲ୍ଲିକ । ଆଜି ଧାମନଗର ବ୍ଲକର ବିଭିନ୍ନ ଅଂଚଳ ସ୍ଥିତି ଅନୁଧ୍ୟାନ କରିବା ଭଣ୍ଡାରିପୋଖରୀ ବିଧାୟକ ସାଥିରେ ପୂର୍ବତନ ଧାମନଗର ବ୍ଲକ ଅଧ୍ୟକ୍ଷ ଙ୍କ ଓ ସ୍ଥାନୀୟ ଅଂଚଳର ନେତୃମଣ୍ଡଳୀ ଓ ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଧାମନଗର ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଥିବା ବେଳେ। ନିଜ ଗ୍ରାମକୁ ଯିବାପାଇଁ ଭଦ୍ରକ ଜିଲ୍ଲାପାଳ , ଧାମନଗର ବିଡ଼ିଓ ଙ୍କୁ ଅନୁରୋଧ କରିଥିଲେ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ। ବନ୍ୟା ଘେର ରେ ଥିବା ସମ୍ପର୍କୀୟ ଙ୍କୁ ଭେଟିବା ପାଇଁ ନିଜ ଜନ୍ମମାଟି ଅର୍ଥାତ ନିଜ ଗ୍ରାମ ହସନାବାଦ ପଂଚାୟତ ର ଗୋପବନ୍ଧୁନଗର କୁ ଯାଇ ଥାନ୍ତେ ମିଳିଲା ନାହିଁ ବୋଟ । ଶେଷ ରେ ନିରାଶ ହୋଇ ଫେରିଆସିଲେ ବିଧାୟକ ଶ୍ରୀ ମଲିକ। ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧାମନଗର ରେ। ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକ ନିଜ ଗାଁ କୁ ଯିବା ପାଇଁ ଆସିଥିଲେ। ବନ୍ୟା ଅଂଚଳ ହେତୁ ଯୋଗାଯୋଗ ବିଛିନ୍ନ ହୋଇଥିବାରୁ ଜିଲ୍ଲା ପ୍ରଶାସନ ଓ ଧାମନଗର ବିଡ଼ିଓ ଙ୍କୁ ବୋଟ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ । ବିଧାୟକ ସଞ୍ଜୀବ ମଲ୍ଲିକ , ଧାମନଗର ର ପୂର୍ବତନ ଅଧ୍ୟକ୍ଷ ଆଶୋକ ନାୟକ , ଡାକ୍ତର ସଂଜୟ ଦାସ ଅନଲଡ଼ିହ ଠାରେ ପହଂଚିଥିଲେ । ସେଠାରେ ଦୀର୍ଘ ସମୟ ଧରି ଅପେକ୍ଷା ସତ୍ୱେ ବୋଟ ଆସିନଥିଲା । ତେବେ ବୋଟ ଟି ଜଣେ ଗର୍ଭବତୀ ଙ୍କୁ ଆଣିବା ପାଇଁ ବ୍ଲକ ର ଜନୈକ ଅଧିକାରୀ କହିଥିଲେ । ବହୁ ସମୟ ଅପେକ୍ଷା କରି ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ ଙ୍କ ସହ ସମସ୍ତେ ଫେରିଥିଲେ । କିନ୍ତୁ କିଛି ସମୟ ପରେ ବୋଟ ଟି ଆସିଥିବା ବେଳେ ବୋଟ ରେ କୌଣସି ରୋଗୀ କିମ୍ବା ମହିଳା ନଥିଲେ । କିନ୍ତୁ ଜିଲ୍ଲା ପ୍ରଶାସନ କୁ ଅନୁରୋଧ ସତ୍ୱେ ଉଦ୍ଦେଶ୍ୟମୂଳକ ଭାବେ ମୋତେ ମୋ ଗାଁ କୁ ଯିବାକୁ ଦିଆଗଲା ନାହିଁ । ଘଟଣାକୁ ନେଇ ଜିଲ୍ଲାପାଳ ଙ୍କୁ ପୁଣି ଜଣାଇବେ ବୋଲି କହିଚନ୍ତି । ଦୁଇ ପଂଚାୟତ ଏବେ ପର୍ଯ୍ୟନ୍ତ ବନ୍ୟା ଘେର ରେ ଥିବା ଓ ବାହ୍ୟ ଜଗତ ରୁ ବିଛିନ୍ନ ହୋଇଥିବା ବେଳେ କେମିତି ଗୋଟାଏ ବୋଟ ଦିଆଯାଇଛି ସେ ନେଇ ପ୍ରଶ୍ନ କରିଛନ୍ତି । ବନ୍ୟାର ବିଫଳତା କୁ ନ ଜଣାଇବା ପାଇଁ ମୋତେ ଛଡା ଗଲାନାହିଁ । ଏ ସଂପର୍କ ରେ ବିଧାନସଭା ରେ ପ୍ରଶ୍ନ କରିବେ ବୋଲି ଶ୍ରୀ ମଲିକ କହିଛନ୍ତି । ଏ ଦିଗରେ ବିଡ଼ିଓ କହିଥିଲେ ଯେ ଜଣେ ଗର୍ଭବତି ମହିଳା ଙ୍କୁ ନେଇ ଯାଇଥିବା କିଛି ସମୟ ବିଳମ୍ୱ ହୋଇ ଥିବାରୁ ବିଧାୟକ ସେଠାରୁ ପଳାଇ ଆସିଥିଲେ ବୋଲି ବିଡ଼ିଓ କହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.