Home ଜିଲ୍ଲା ପରିକ୍ରମା ଭଦ୍ରକ ପ୍ରଜାପିତା ବ୍ରହ୍ମା କୁମାରୀ ଆଶ୍ରମରେ ନିଶାମୁକ୍ତ କାର୍ଯ୍ୟକ୍ରମ

ଭଦ୍ରକ ପ୍ରଜାପିତା ବ୍ରହ୍ମା କୁମାରୀ ଆଶ୍ରମରେ ନିଶାମୁକ୍ତ କାର୍ଯ୍ୟକ୍ରମ

9

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ପ୍ରଜପିତା ବ୍ରହ୍ମା କୁମାରୀ ଇଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଅନୁକୁଲ୍ୟରେ ବିଶ୍ୱ ତମ୍ବାଖୁ ବର୍ଜନ ଦିବସ ଅବସର ରେ ଏକ ନିଶା ମୁକ୍ତ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଭଦ୍ରକ ବ୍ରହ୍ମକୁମାରୀ ସେଂଟର ର ମୁଖ୍ୟ ସଂଚାଳିକ ବ୍ରହ୍ମାକୁମାରୀ ମଂଜୁ ଭଉଣୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଭଦ୍ରକ ହସ୍ପିଟାଲର ଅବସରପ୍ରାପ୍ତ ନର୍ସିଂ ଅଫିସର କମଳା ସେଠୀ,କୃଷି ଅଧିକାରୀ ଦିବାକର ସେଠୀ, ସର୍ବୋଦୟ ମଣ୍ଡଳ ଭଦ୍ରକର ସଭାପତି ଅମର କୁମାର ପାଣିଗ୍ରାହୀ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷିକ ସୁଷମା ବେହେରା, ବ୍ରହ୍ମାକୁମାର ଅକ୍ଷୟ , ବ୍ରହ୍ମାକୁମାର ସୌଭାଗ୍ୟ ପ୍ରମୁଖ ଯୋଗ ଦେଇଥିଲେ। ନିଶା ଦ୍ୱାରା ହେଉଥିବା ସମସ୍ୟା ଓ ତାର ନିରାକରଣ ପାଇଁ ବିଭିନ୍ନ ମତ ପ୍ରକାଶ କରିଥିଲେ । ପରମାତ୍ମଙ୍କ ପ୍ରଦତ ସହଜ ରାଜଯୋଗ ଦ୍ୱାରା ଆତ୍ମ ସଂଯମତା ଓ ସଂସ୍କାର ପରିବର୍ତର୍ନ ମାଧ୍ୟମରେ ନିଶା ମୁକ୍ତି ସମ୍ଭବ ବୋଲି ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ତରଫରୁ ବ୍ରହ୍ମକୁମାର ଅକ୍ଷୟ ପ୍ରକାଶ କରିଥିଲେ। ଭଦ୍ରକ ତଥା ସାରା ବିଶ୍ୱ ନିଶା କବଳରୁ ମୁକ୍ତ ହେବା ପାଇଁ ପରମାତ୍ମାଙ୍କ ନିକଟରେ ସମସ୍ତେ ସଂକଳ୍ପ ପାଠ ରଖିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.