Home ଜିଲ୍ଲା ପରିକ୍ରମା ଭଦ୍ରକ ପୌରାଚଂଳ ଜୟ ଜଗନ୍ନାଥ ଅର୍ପଣ ରଥ, ୧ରୁ ଆରମ୍ଭ ହୋଇ ୫ନମ୍ବର ୱାର୍ଡରେ ପହଂଚିଲା

ଭଦ୍ରକ ପୌରାଚଂଳ ଜୟ ଜଗନ୍ନାଥ ଅର୍ପଣ ରଥ, ୧ରୁ ଆରମ୍ଭ ହୋଇ ୫ନମ୍ବର ୱାର୍ଡରେ ପହଂଚିଲା

17

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଭଦ୍ରକ ପୌରାଚଂଳରେ ଜୟ ଜଗନ୍ନାଥ ଅର୍ପଣ ରଥର ଗଡିଛି । ଆଜି ସହରାଚଂଳର ଚରମ୍ପା ୧ନମ୍ବର ୱାର୍ଡରେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଳିକ ଅର୍ପଣ ରଥ ର ଶୁଭ ଉଦଘାଟନ କରିଥିଲେ । ପରେ ୱାର୍ଡର ପ୍ରତି ଘରକୁ ଘର ବୁଲି ଚାଉଲ ଓ ଗୁଆ ସଂଗ୍ରହ କରାଯାଇଥିଲା । ଖୋଦ ବିଧାୟକ ଶ୍ରୀ ମଲ୍ଳିକ ଘରକୁ ଘର ବୁଲି ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ଲାଗି ଚାଉଳ ଓ ଗୁଆ ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା । ଏହି ରଥ ଭଦ୍ରକ ପୌରାଚଂଳର ୩୦ଗୋଟି ୱାର୍ଡକୁ ପରିକ୍ରମା କରିବାକୁ ଥିବା ବେଳେ ଆଜି ୨, ୩, ୪ ନମ୍ବର ୱାର୍ଡ ପରିକ୍ରମା କରି ୫ନମ୍ବର ୱାର୍ଡରେ ପହଂଚିଥିବା ଜଣାଯାଇଛି । ପ୍ରତି ଘରୁ ଅକ୍ଷତ ଗୁଆ ଓ ଚାଉଳ ସଂଗ୍ରହ କରିବ । ଭଜନ, କୀର୍ତନ ର ତାଳେତାଳେ ଲୋକେ ଭକ୍ତି ଭାବନା ସହ ଗୁଆ ଓ ଚାଉଳ ଦେଉଥିବାର ଦେଖିବାକୁ ମିଳିଥିଲା । ଏହି ରଥ ପରିକ୍ରମା ବେଳେ ଶତାଧିକ ମହିଳା, ପୁରୁଷ ସାମିଲ ଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରବୀର ଜେନା, ୧ନମ୍ବର ୱାର୍ଡ କାଉନସିଲର ଜୟନ୍ତୀ ପୃଷ୍ଟି, ୨ନମ୍ବର ୱାର୍ଡ କାଉନସିଲର ରଞ୍ଜନ ଜେନା, ୩ନମ୍ବର ୱାର୍ଡ କାଉନସିଲର ଖଗେଶ୍ୱର ବାରିକ ଓ ୫ନମ୍ବର ୱାର୍ଡ କାଉନସିଲର ଦିଲିପ୍ ନାୟକଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.