Home ଜିଲ୍ଲା ପରିକ୍ରମା ଭଦ୍ରକ ପୌରାଂଚଳ ଅଧିନସ୍ଥ ଗରଦପୁର ସ୍ଥିତ ହାଇସ୍କୁଲ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ହେଉ

ଭଦ୍ରକ ପୌରାଂଚଳ ଅଧିନସ୍ଥ ଗରଦପୁର ସ୍ଥିତ ହାଇସ୍କୁଲ ଜମି ଅଧିଗ୍ରହଣ ତ୍ୱରାନ୍ୱିତ ହେଉ

1

ଭଦ୍ରକ, ୨ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରାଂଚଳ ୨୯ନଂ ୱାର୍ଡର ଗରଦପୁର ସ୍ଥିତ ସତ୍ୟସାଇ ବିଷ୍ଣୁମୋହନ ସରକାରୀ ହାଇସ୍କୁଲର ଖେଳ ପଡିଆ ନିମନ୍ତେ ଜମି ଅଧିଗ୍ରହଣ ସମ୍ପର୍କରେ ଗ୍ରାମବାସୀମାନେ ମାନ୍ୟବର ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ତାଙ୍କର ଭଦ୍ରକ ସ୍ଥିତ ବାସଭବନରେ ଭେଟି ଆଲୋଚନା କରିଛନ୍ତି। ଜମିଗ୍ରହଣ ପାଇଁ ଯେଉଁସବୁ ପ୍ରାଥମିକ ପଦକ୍ଷେପ ସରକାରୀ ସ୍ତରରେ ଏପର୍ଯ୍ୟନ୍ତ ନିଆଯାଇଅଛି। ତାହାର ବିଷଦ ଆଲୋଚନା କରାଯାଇଥିଲା ଏବଂ ସେସବୁର ନଥିପତ୍ରର ନକଲ ସବୁ ମନ୍ତ୍ରୀ ମହୋଦୟଙ୍କୁ ପ୍ରଦତ କରାଯାଇଥିଲା। ଭଦ୍ରକର ଜିଲ୍ଲାପାଳ, ଜମି ଅଧିଗ୍ରହଣ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଅତିରିକ୍ତ ଜିଲ୍ଲାପାଳଙ୍କର ଏ ଦିଗରେ ଅତିରିକ୍ତ ଜିଲ୍ଲାପାଳଙ୍କର ଏ ଦିଗରେ ସାହାଯ୍ୟ ପାଇଁ ଉପସ୍ଥିତ ପ୍ରତିନିଧିମାନେ ଶିକ୍ଷାମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ମନ୍ତ୍ରୀ ମହୋଦୟ ମଧ୍ୟ ଜମି ଅଧିଗ୍ରହଣ ପ୍ରସଙ୍ଗକୁ ଗୁରୁତ୍ୱ ଦେବା ସହିତ ସରକାରୀ ସ୍ତରରେ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି। ବିଦ୍ୟାଳୟ ନିମନ୍ତେ ଖେଳ ପଡିଆର ଯଥେଷ୍ଟ ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀ ମହୋଦୟ ମଧ୍ୟ ଅନୁଭବ କରିଛନ୍ତି। ଏହି ଆଲୋଚନାରେ ଗ୍ରାମର ସର୍ବଶ୍ରୀ ଲକ୍ଷ୍ମଣ କୁମାର ମହାନ୍ତି, ପ୍ରଦ୍ୟୋତନ, ସୁଆର, ରବିନାରାୟଣ ଯେନା, ସୁଧାଂଶୁ ଶେଖର ମହାନ୍ତି, ବିଜୟ କୁମାର ଅଗସ୍ତି, ହରିହର ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ ଏବଂ ଅନ୍ୟ ପ୍ରମୁଖ ବ୍ୟକ୍ତିବିଶେଷ ଅଂଶ ଗ୍ରହଣ କରିଥିଲେ। ଆଲୋଚନା ସକାରାତ୍ମକ ହୋଇଥିବାବେଳେ ଆଗମୀ ବିଧାନସଭା ଅଧିବେଶନ କାଳରେ ମନ୍ତ୍ରୀ ମହୋଦୟଙ୍କୁ ସାକ୍ଷାତ କରିବାକୁ ସ୍ଥିର କରାଯାଇଅଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.