Home ଜିଲ୍ଲା ପରିକ୍ରମା ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ସାମଗ୍ରୀ ଧରି ଠେଲା ବେପାରୀଙ୍କୁ ଧାରଣା

ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ସାମଗ୍ରୀ ଧରି ଠେଲା ବେପାରୀଙ୍କୁ ଧାରଣା

126

ଭଦ୍ରକ, ୧୮ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏ ହେଉଛି ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ, କିଛି ସମୟ ପାଇଁ କାର୍ଯ୍ୟାଳୟ ପରିସର ପାଲଟିଥିଲା ପରିବା ଓ ଫଳ ବଜାର । କାରଣ ସହରର ୫୦ ରୁ ଉର୍ଦ୍ଧ୍ୱ ଠେଲା ବେପାରୀ ବଜାର ଛାଡି ନିଜ ନିଜ ଠେଲାଧରି ପୌରପାଳିକା କାର୍ଯ୍ୟାଳୟ ପରିସରରେ ଜମେଇଥିଲେ ଭିଡ । ତେବେ ସାମଗ୍ରୀ ବିକିବା ପାଇଁ ନୁହଁ ବରଂ ନିଜ ଦାବି ନେଇ ଧାରଣା ଦେଇଥିଲେ ଠେଲା ବେପାରୀ । ଆଜି ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା ଭଦ୍ରକ ପୌରପାଳିକା କାର୍ଯ୍ୟାଳୟ ପରିସରରେ । ଅଭିଯୋଗ ଯେ ଗତ କିିଛିଦିନ ଧରି ସହରର ଭିତରେ ଠେଲା ବେପାରୀଙ୍କ ଠାରୁ ବିଭିନ୍ନ ଆଳରେ ପୌରପାଳିକାର କର୍ମଚାରୀ ଜରିମାନା ଆଦାୟ କରୁଛନ୍ତି । କରୋନା କଟକଣା ପାଇଁ ମାସ୍କ ନପିନ୍ଧିବା, ସାମାଜିକ ଦୂରତା ନିୟମ ନ ମାନିବା ଆଳରେ ତାଙ୍କ ଉପରେ ମୋଟା ଅଙ୍କର ଫାଇନ୍ କରାଯାଉଛି । ପ୍ରତ୍ୟେକ ଦିନ ଏମାନେ ଟ୍ୟାକ୍ସ ବାବଦକୁ ୧୦ ଟଙ୍କା ଦେଉଛନ୍ତି । ଲକଡାଉନ୍ ପାଇଁ ଦୀର୍ଘଦିନ ବେପାର ବନ୍ଦ ପଡିଥିବାବେଳେ ବର୍ତ୍ତମାନ ପରିସ୍ଥିତିରେ ଏତେ ଟଙ୍କାର ଫାଇନ୍ ଦେବା ସମ୍ଭବପର ନୁହେଁ । କାରଣ ଲାଭ ଠାରୁ ଫାଇନ୍ ଅଧିକ ବୋଲି ଅଭିଯୋଗ କରିଛନ୍ତି ଠେଲା ବେପାରୀ । ତେବେ ଠେଲା ବେପାରୀଙ୍କ ପାଇଁ କୌଣସି ନିର୍ଦ୍ଦିଷ୍ଟ ସ୍ଥାନ ନଥିବା ବେଳେ ଏନେଇ ପୌରପାଳିକା ନିର୍ଦ୍ଦିଷ୍ଟ ସ୍ଥାନ ନିର୍ଦ୍ଧାରଣ କରୁ ବୋଲି ଦାବି କରିଛନ୍ତି ଠେଲା ବେପାରୀ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.