Home ଜିଲ୍ଲା ପରିକ୍ରମା ଭଦ୍ରକ ପୌରପାଳିକାର ୨୫ନମ୍ବର ୱାର୍ଡ, ଅମନନଗର-ଭୁୟାଁମହଲା ରାସ୍ତାରୁ ଜବରଦଖଲ ହଟାଇବାକୁ ଦାବି

ଭଦ୍ରକ ପୌରପାଳିକାର ୨୫ନମ୍ବର ୱାର୍ଡ, ଅମନନଗର-ଭୁୟାଁମହଲା ରାସ୍ତାରୁ ଜବରଦଖଲ ହଟାଇବାକୁ ଦାବି

9

ଭଦ୍ରକ, ୨୩ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରାଚଂଳ ର ୨୫ ନମ୍ବର ୱାର୍ଡ ଅନ୍ତର୍ଗତ ଅମନନଗର ବାସିନ୍ଦା ଗ୍ରାମ୍ୟରାସ୍ତାରୁ ଜବରଦଖଲ ହଟାଇବା ଲାଗି ପ୍ରଶାସନକୁ ବାରମ୍ବାର ଅଭିଯୋଗ କରୁଥିଲେ ବି ତାହା ଫଳପ୍ରଦ ହେଉନାହିଁ । ଅମନନଗରରୁ ଭୁୟାଁ ମହଲା ଯାଏଁ ସରକାରୀ ରାସ୍ତା ରହିଛି । ଉକ୍ତ ରାସ୍ତାକୁ କେତେକ ବ୍ୟକ୍ତି ଜବରଦଖଲ କରିବା ଯୋଗୁ ରାସ୍ତାଟି ସଂକୁଚିତ ହୋଇଯାଇଛି । ପାଖାପାଖି ୪୦ ପରିବାର ଆତଯାତ ଲାଗି ହଇରାଣ ହେଉଛନ୍ତି । ତେବେ ଉକ୍ତ ରାସ୍ତାରୁ ଜବରଦଖଲ ହଟାଇବା ଲାଗି ଗ୍ରାମବାସୀ ୨୦୧୯ ମସିହାରୁ ପ୍ରଶାସନକୁ ଗୁହାରି କରିଚାଲିଛନ୍ତି । ୨୦୧୯ରେ ତତ୍କାଳୀନ ଭଦ୍ରକ ତହସିଲଦାର ଓ ପୌରପାଳିକାର ନିର୍ବାହୀ ଅଧିକାରୀ ଉକ୍ତ ରାସ୍ତାର ଚିହ୍ନଟ ପ୍ରକ୍ରିୟା (ଡିମାର୍କେସନ) କରାଇଥିଲେ । ମାତ୍ର ରାସ୍ତା ଅବରୋଧ ହୋଇଥିବା ନେଇ ସ୍ପଷ୍ଟ ହେବା ପରେ ବି ଜବରଦଖଲ ହଟିଲା ନାହିଁ । ପରେ ୨୦୨୨ରେ ଗ୍ରାମବାସୀମାନେ ଉଚ୍ଛେଦ ଲାଗି ପ୍ରଶାସନକୁ ଗୁହାରି କରିଥିଲେ ବି କିଛି ଲାଭ ହେଲା ନାହିଁ । ୨୦୨୩ ଅଗଷ୍ଟ ମାସରେ ଗ୍ରାମବାସୀମାନେ ପୁନଃ ତହସିଲଦାର ଓ ପୌର ନିର୍ବାହୀ ଅଧିକାରୀଙ୍କ ପାଖେ ଅଭିଯୋଗ ଦାଖଲ କରିଥିଲେ । ୪ମାସ ପରେ ଅର୍ଥାତ ୨୦୨୩ ଡିସେମ୍ବର ମାସରେ ପୁଣିଥରେ ରାସ୍ତା ଚିହ୍ନଟ(ଡିମାରକେସନ) କରାଗଲା । କେଉଁ ସ୍ଥାନରୁ ଅବରୋଧ ହଟିବ ତାହା ସ୍ଥିର ହୋଇଥିଲେ ବି ଆଜି ଯାଏ ତାହା କାର୍ଯ୍ୟକାରୀ ହେଉନାହିଁ । ପରେ ଗ୍ରାମବାସୀ ମାନେ ପୁଣି ଥରେ ଭଦ୍ରକ ଉପ-ଜିଲ୍ଲାଳପାଳଙ୍କ ଠାରେ ଦରଖାସ୍ତ କରି ସମସ୍ୟାର ସମାଧାନ ପାଇଁ ଗୁହାରି କରିଥିଲେ । ଏପରିକି ସମସ୍ୟା ସମାଧାନ ନହେଲେ ଅନଶନ ଲାଗି ଚେତବାନି ଦେଇଥିଲେ । ଉପ-ଜିଲ୍ଲାପାଳ ଏ ସମ୍ପର୍କରେ ମ୍ୟୁନିସପାଲଟି ପ୍ରଶାସନକୁ ସହରାଚଂଳ ପୁଲିସ ସହ ଯୋଗାଯୋଗ କରି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିବାକୁ ସୁପାରିଶ କରିଥିଲେ ହେଁ ଅଦ୍ୟାବଧି ତାହା କାର୍ଯ୍ୟକାରୀ ହୋଇନାହିଁ । ଅପରପକ୍ଷେ ଗ୍ରାମବାସୀଙ୍କ ପକ୍ଷରୁ ଚଳିତ ମାସ ପ୍ରଥମ ସପ୍ତାହରେ ପ୍ରଶାସନକୁ ପୁନଃ ଲିଖିତ ଭାବେ ଗୁହାରି କରାଯାଇଛି । ମୁସ୍ତାକ ଖାନ, ସେକ ନିଜାମୁଦ୍ଦିନ, ସେକ ନିଜାମୁଦ୍ଦିନ ଓ ଅନ୍ୟ ଗ୍ରାମବାସୀମାନେ ଜବରଦଖଲ ହଟାଇ ସମସ୍ୟାର ସମାଧାନ କରିବାକୁ ପୁନଃ ନିବେଦନ କରିଛନ୍ତି । ସୂଚନାଯୋଗ୍ୟ, ସରକାରୀ ଜମିକୁ ଅବରୋଧ ମୁକ୍ତ କରିବା ଲାଗି ରାଜ୍ୟ ରାଜସ୍ୱ ବିଭାଗ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଅମରନଗରବାସୀଙ୍କ ଏହି ସମସ୍ୟା କେବେ ଦୂର ହେବ ତାହା ସମୟ କହିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.