Home ଜିଲ୍ଲା ପରିକ୍ରମା ଭଦ୍ରକ ପୌରପାଳିକାର ସ୍ୱାୟତ ଶାସନ ଦିବସ

ଭଦ୍ରକ ପୌରପାଳିକାର ସ୍ୱାୟତ ଶାସନ ଦିବସ

17

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପୌରପାଳିକା ଆନୁକୂଲ୍ୟରେ ସ୍ୱାୟତ ଶାସନ ଦିବସ ଆଜି ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଦିବସର ପ୍ରାରମ୍ଭରୁ ପ୍ରାତଃ ୫ ଘଟିକାରେ ସହରର ସମସ୍ତ ୱାର୍ଡରେ ରାମଧୂନ ଓ ପ୍ରଭାତ ଫେରି ହୋଇଥିଲା। ସହରର ସମସ୍ତ ମହାପୁରୁଷମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ହାପରେ ସକାଳ ୮ ଘଟିକାରେ ପୌରପାଳିକା ଅଫିସ୍ ପ୍ରାଙ୍ଗଣରେ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲାୱାଜି ହବିବ ପତାକା ଉତୋଳନ କରିଥିଲେ। ଏହି ପତାକା ଉତୋଳନ ସମୟରେ ନିର୍ବାହୀ ଅଧିକାରୀ, ସମ୍ମାନିତ ବ୍ୟକ୍ତିବିଶେଷ, ପାରିଷଦ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥାଇ ସହରକୁ ସରସ ସୁନ୍ଦର କରିବା ପାଇଁ ସହଯୋଗ କାମନା କରିଥିଲେ। ସ୍କୁଲ ପିଲାମାନଙ୍କୁ ମିଠା ବଂଟନ ଓ କର୍ମଚାରୀମାନଙ୍କୁ ବସ୍ତ୍ର ବିତରଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରେ ୧୦ ଘଟିକା ସମୟରେ ବିବିୟୁଟିଟି ଦ୍ୱାରା ପ୍ରଦାନ କରାଯାଇଥିବା ଦୁଇଗୋଟି ବସ୍‌କୁ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲାପାଳ ଦିଲ୍ଲୀପ ରାଉତରାଏ, ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ, ଉପଜିଲାପାଳ ସୌରଭ ଚକ୍ରବର୍ତୀ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ। ଉକ୍ତ ଦୁଇଗୋଟି ବସ୍ ନୂତନ ଜିଲା ମେଡିକାଲ ଓ ନଳାଙ୍ଗ କୋର୍ଟକୁ ଗମନାଗମନ କରିବ ବୋଲି ଧାର୍ଯ୍ୟ କରାଯାଇଥିଲା। ପରେ ପୌରପାଳିକା ପକ୍ଷରୁ ସହୀଦ ସ୍ମୃତି ଭବନରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ୫୭୯ ହିତାଧିକାରୀଙକ୍‌ୁ ପିଏମ୍‌ଏୱାଇ ୱାର୍କ ଅର୍ଡର ବଂଟନ କରାଯାଇଥିଲା। ପରେ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟସ୍ତରୀୟ ଲାଇଭ୍ ଷ୍ଟ୍ରିମିଙ୍ଗ୍ କରାଯାଇଥିଲା। ଦିବା ୧.୩୦ ମିନିଟ୍‌ରେ ହରିପୁର, ଅର୍ଣ୍ଣପାଳ ଠାରେ ନବନିର୍ମିତ ପ୍ରଶାସନିକ ଗୃହକୁ ଶୁଭ ଉଦ୍‌ଘାଟନ ସହ ବୃକ୍ଷରୋପଣ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.