Home ଜିଲ୍ଲା ପରିକ୍ରମା ଭଦ୍ରକ ପୁରୁଣା ବସ୍‌ଷ୍ଟାଣ୍ଡରେ ନିର୍ମାଣ ହେବ ୩ ମହଲା ବିଶିଷ୍ଟ ମାର୍କେଟ୍ କମ୍ପେ୍ଲକ୍ସ , ଥଇଥାନ...

ଭଦ୍ରକ ପୁରୁଣା ବସ୍‌ଷ୍ଟାଣ୍ଡରେ ନିର୍ମାଣ ହେବ ୩ ମହଲା ବିଶିଷ୍ଟ ମାର୍କେଟ୍ କମ୍ପେ୍ଲକ୍ସ , ଥଇଥାନ ହେବେ ଉଚ୍ଛେଦ ବ୍ୟବସାୟୀ – ବିଧାୟକ

7

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କଚେରୀ ବଜାରସ୍ଥିତ ପୁରୁଣା ବସ୍‌ଷ୍ଟାଣ୍ଡ ପରିସରରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ନୂତନ ମାର୍କେଟ୍ କମ୍ପେ୍ଲକ୍ସ ନିର୍ମାଣର ଭିତିପ୍ରସ୍ତର କରିଛନ୍ତି। ଭଦ୍ରକ ନିୟନ୍ତ୍ରଣ ବଜାର କମିଟି ପକ୍ଷରୁ ଏହି ମାର୍କେଟ୍ କମ୍ପେ୍ଲକ୍ସ ୩.୫ କୋଟି ବ୍ୟୟ ଅଟକଳରେ ନିର୍ମାଣ ହେବ। ପ୍ରାଥମିକ ପର୍ଯ୍ୟାୟରେ ଶହେ ଜଣ ଦୋକାନୀ ଥଇଥାନ ହେବେ ବୋଲି ବିଧାୟକ ଶ୍ରୀ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିସ୍ଥାପିତ ବ୍ୟବସାୟୀଙ୍କୁ ଏହି ସ୍ଥାନରେ ଥଇଥାନ କରାଯିବାର ନିଷ୍ପତି ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଦୁଇମହଲା ବିଶିଷ୍ଟ ଦୋକାନ ଘର ନିର୍ମାଣ ହେବ। ପରେ ଆଉ ଶହେ ଦୋକାନୀ ଥଇଥାନ ହେବାକୁ ଥିବାବେଳେ ଏହି କମ୍ପେ୍ଲକ୍ଟି ୩ ମହଲା ହେବାର ଯୋଜନା ରହିଛି ବୋଲି ସେ କହିଛନ୍ତି। ଏହି ଶିଳାନ୍ୟାସ ଉତ୍ସବରେ ଜିଲାପାଳ ଦିଲ୍ଲୀପ କୁମାର ରାଉତରାଏ, ଉପଜିଲାପାଳ ସୌରଭ ଚକ୍ରବର୍ତୀ, ତହସିଲଦାର ପ୍ରିୟଦର୍ଶୀ ସଂଗ୍ରାମ କେଶରୀ ଖୁଂଟିଆ, ଆରଏମସି ସଂପାଦକ ମୃତ୍ୟୁଞ୍ଜୟ ପଣ୍ଡା, ଜିଲା ବିଜେପି ସଭାପତି ଭଗବାନ ପଣ୍ଡା ଓ ଉପସଭାପତି ଅଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.