Home ଜିଲ୍ଲା ପରିକ୍ରମା ଭଦ୍ରକ ପଞ୍ଚାୟତ ସମିତି ସ୍ତରୀୟ ପ୍ରାର୍ଥୀମାନଙ୍କ ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ବୈଠକ

ଭଦ୍ରକ ପଞ୍ଚାୟତ ସମିତି ସ୍ତରୀୟ ପ୍ରାର୍ଥୀମାନଙ୍କ ପାଇଁ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ବୈଠକ

39

ଭଦ୍ରକ, ୪ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଉପଲକ୍ଷେ ଭଦ୍ରକ ପଞ୍ଚାୟତ ସମିତି ସ୍ତରରେ ପ୍ରତିଦ୍ୱନ୍ଦିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କ ଦ୍ୱାରା ନିର୍ବାଚନୀ ଖର୍ଚ୍ଚ ପରିଚାଳନା ନେଇ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କ ଦ୍ୱାରା ଏକ ପ୍ରଶିକ୍ଷଣ ମୂଳକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ଏହି ବୈଠକରେ ଭଦ୍ରକ ଜିଲ୍ଲା ପାଇଁ ନିଯୁକ୍ତ ଖର୍ଚ୍ଚ ପର୍ଯ୍ୟବେକ୍ଷକ ରମେଶ କୁମାର ପାତ୍ର ଯୋଗଦେଇ ପ୍ରାର୍ଥୀ ମାନଙ୍କ ଉଦ୍ଦେଶ୍ୟରେ ଖର୍ଚ୍ଚ ସୀମା ସହିତ ତାର ପରିଚାଳନା ନେଇ ପୁଙ୍ଖାନୁପୁଙ୍ଖ ବୁଝାଇଥିଲେ। ନିର୍ବାଚନରେ ପ୍ରାର୍ଥୀ ଭାବେ ଅବତୀର୍ଣ୍ଣ ହେଉଥିବା ୪ ପ୍ରକାର ସଦସ୍ୟ ମାନଙ୍କ ମଧ୍ୟରୁ ୱାର୍ଡ଼ମେମ୍ବର ପ୍ରାର୍ଥୀଙ୍କ ବ୍ୟତୀତ ଅନ୍ୟ ୩ ପ୍ରକାର ପ୍ରାର୍ଥୀଙ୍କ ପାଇଁ ଏହି ବୈଠକ ଉଦ୍ଦିଷ୍ଟ ଥିଲା। ନିର୍ବାଚନୀ ଖର୍ଚ୍ଚ ହିସାବ ରଖିବା ପାଇଁ ଉପସ୍ଥିତ ସମସ୍ତ ପ୍ରାର୍ଥୀଙ୍କୁ ୫୪ ପୃଷ୍ଟାର ଏକ ରେଜିଷ୍ଟର ସହ ଖର୍ଚ୍ଚ ହିସାବ ବିବରଣୀ ସମ୍ବନ୍ଧିୟ ଫର୍ମ ଯୋଗାଇ ଦିଆଯାଇଥିଲା। ପ୍ରାର୍ଥୀ ପତ୍ର ଦାଖଲ ପାଇଁ ଆଫିଡ଼େଭିଟ୍‌, ଅମାନତ ଜମା ଖର୍ଚ୍ଚ ଠାରୁ ଆରମ୍ଭ କରି ୯ ପ୍ରକାର ଖର୍ଚ୍ଚ ସମ୍ବନ୍ଧରେ ପର୍ଯ୍ୟବେକ୍ଷକ ବୁଝାଇଥିଲେ। କୋଭିଡ଼୍ କଟକଣା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା କେବଳ ସଭା ସମିତି ବାବଦ ବ୍ୟୟ ବ୍ୟତୀତ ଅନ୍ୟ ସମସ୍ତ, ପୁସିଂକାର୍ଡ଼, ବିଜ୍ଞାପନ ଆଦି ମୁଦ୍ରଣ ଜନିତ, ବ୍ୟାନର ହୋଡ଼ିଂ ଆଦି ଇସ୍ତାହାର ଜନିତ, ପ୍ରଚାର ପାଇଁ ବ୍ୟବହୃତ ଗାଡ଼ିର ଭଡ଼ା ଓ ଇନ୍ଧନ ବାବଦ, ପ୍ରଚାର କାର୍ଯ୍ୟ ପାଇଁ ଖାଦ୍ୟପେୟ ବାବଦ ଆଦି ଖର୍ଚ୍ଚ ହିସାବକୁ ରେଜିଷ୍ଟରରେ କିଭଳି ଉଲ୍ଲେଖ କରାଯିବ ଦର୍ଶାଇଥିଲେ। ପ୍ରଚାର କାର୍ଯ୍ୟରେ ବ୍ୟବହୃତ ହେବାକୁ ଥିବା ଡ଼ାକବାଜି ଯନ୍ତ୍ର ପାଇଁ ଉପଜିଲ୍ଲାପାଳଙ୍କ ଠାରୁ ଲିଖିତ ଅନୁମତିପତ୍ର ଆଣିବା, ବ୍ୟବହୃତ ହେବାକୁ ଥିବା ଯାନବାହନ କାଗଜ ପତ୍ରର ତିନିକିତା ନକଲ ନିର୍ବାଚନ ଅଧିକାରୀଙ୍କ ପାଖରେ ଦାଖଲ କରିବା ଆଦି ବିଷୟରେ ମଧ୍ୟ ସୂଚନା ପ୍ରଦାନ କରାଯାଇଥିଲା। ନିର୍ବାଚନୀ ଖର୍ଚ୍ଚ ଓ ପ୍ରଚାର କାର୍ଯ୍ୟରେ ବ୍ୟବହୃତ ଗାଡ଼ି ସଂଖ୍ୟା ଉଦ୍ଦିଷ୍ଟ ସୀମା ଭିତରେ ରହିବାକୁ ପର୍ଯ୍ୟବେକ୍ଷକ ସମସ୍ତ ପ୍ରାର୍ଥୀଙ୍କୁ ପରାମଶ ର୍ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.