Home ଓଡ଼ିଶା ଭଣ୍ଡାରିପୋଖରୀ – ବିଜେପି ନେତାଙ୍କୁ ହତ୍ୟା ପ୍ରତିବାଦ, ଥାନା ସମ୍ମୁଖରେ ସତ୍ୟାଗ୍ରହ

ଭଣ୍ଡାରିପୋଖରୀ – ବିଜେପି ନେତାଙ୍କୁ ହତ୍ୟା ପ୍ରତିବାଦ, ଥାନା ସମ୍ମୁଖରେ ସତ୍ୟାଗ୍ରହ

49

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁର ପଞ୍ଚାୟତରେ ରାଜନୈତିକ ଆକ୍ରୋଶରୁ ବିଜେପି ନେତା ଶୁଭାଶିଷ ଗିରିଙ୍କୁ ନିର୍ମମ ହତ୍ୟା ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଗୁରୁବାର ଭଣ୍ଡାରିପୋଖରୀ ଥାନା ଫାଟକ ସମ୍ମୁଖରେ ପ୍ରତିବାଦ କରାଯାଇଛି। ଦଳର ବିଧାନସଭା ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ମଣ୍ଡଳ ସଭାପତି ଗିରିଶ ସାମଲ, ନିର୍ମଳ କର, ସତ୍ୟବ୍ରତ ଦାସ, ପ୍ରଦୀପ ସାହୁ, ରୁକ୍ମଣୀ ଦାସ, ବିଭୁପାଦ ସାହୁ, ମନୋଜ ମହାନ୍ତି, ମଦନ ସାହୁ, ସୁଶାନ୍ତ ମହାପାତ୍ର, କରୁଣାକର ସାହୁ, ଦେବାଶିଷ ପରିଡା, ଯୋଗେନ୍ଦ୍ର ଜେନା, ପ୍ରିୟତମା ଜେନା, ମିନାକ୍ଷୀ ଜେନା, ସୁକାନ୍ତି ମହାପାତ୍ର, କଳ୍ପନା ସେଠୀ ପ୍ରମୁଖ ଦୁଇଘଣ୍ଟା କା ବସି ରହି ଘଟଣାରେ ସଂପୃକ୍ତ ବିଜେଡି ନେତା ଓ କର୍ମୀଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.