Home ଜିଲ୍ଲା ପରିକ୍ରମା ଭଦ୍ରକ ପଂଚାୟତ ସମିତି ସଭାଗୃହରେ ମିଳିତ ଜନଶୁଣାଣୀ ଶିବିର

ଭଦ୍ରକ ପଂଚାୟତ ସମିତି ସଭାଗୃହରେ ମିଳିତ ଜନଶୁଣାଣୀ ଶିବିର

11

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପଂଚାୟତ ସମିତି ସଭା ଗୃହ ଠାରେ ମିଳିତ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଜନଶୁଣାଣି ରେ ଅଧ୍ୟକ୍ଷତା କରିଥିଲେ ଜିଲ୍ଲାପାଳ ଦିଲିପ ରାଉତରାଏ । ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଉପସ୍ଥିତ ଥିଲେ। ଏତଦ୍ ବ୍ୟତୀତ ଅତିରିକ୍ତ ଜିଲ୍ଲାପାଳ ସରୋଜ କାନ୍ତ ଦୠ,ମୂଖ୍ୟ ଚିକିତ୍ସା ଅଧିକାରୀ ଡ ସୁଧିରଞ୍ଜନ ନାୟକ, ମୁଖ୍ୟ ଉନ୍ନୟନ ଅଧିକାରୀ ଶୁଭେନ୍ଦ୍ର ସାମଲ, ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତି,ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ,ଡେପୁଟି କଲେକ୍ଟର ଜ୍ଞାନରଂଜନ ସାହୁ , ଗୋଷ୍ଟି ଉନ୍ନୟନ ଅଧିକାରୀ ଓ ଭାରପ୍ରାପ୍ତ ତହସିଲଦାର ରଶ୍ମି ରଂଜନ ମଲ୍ଲିକ ଓ ଅନ୍ୟ ବିଭାଗର ଅଧିକାରୀ ମାନେ ଯୋଗଦେଇଥିଲେ। ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ଦାଖଲ ହୋଇଥିବା ଅଭିଯୋଗ ପତ୍ରକୁ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ। ଆଜିର ଜନଶୁଣାଣୀ ଶିବିରରେ ମୋଟ ୫୭ ଆବେଦନ ପତ୍ର ଦାଖଲ ହୋଇଥିଲା। ସେଥିରୁ ୪୭ ଟି ବ୍ୟକ୍ତିଗତ ଥିଲାବେଳେ , ୮ଟି ସାମୁହିକ ଥିଲା। ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠି ରୁ ୨ ଜଣଙ୍କୁ ୨୦୦୦୦ ଟଙ୍କା ପ୍ରଦାନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.