ଭଦ୍ରକ, ୬ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ପଂଚାୟତ ସମିତି ସଭା ଗୃହରେ ଆୟୋଜିତ ୭ମ ସାଧାରଣ ଅଧିବେଶନ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ଶେଷ ହୋଇଛି। ସମସ୍ତ ନିର୍ବାଚିତ ପ୍ରତିନିଧି ଓ ଅଧିକାରୀମାନଙ୍କ ସହିତ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଯୋଜନାର ସମୀକ୍ଷା କଲେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର। ବିଶେଷକରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବିଭିନ୍ନ ପ୍ରକଳ୍ପ ଗୁଡିକ ବୈଠକରେ ଅନୁମୋଦନ ଲାଭ କରିଥିଲା। ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ମହାତ୍ମାଗାନ୍ଧି କର୍ମ ନିଯୁକ୍ତି ଯୋଜନା ଓ ଭତା ବଂଟନ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା। ସରକାରଙ୍କ ପ୍ରତ୍ୟେକ ଜନକଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଂଚିବ, ସେ ଦିଗରେ ଜନପ୍ରତିନିଧିମାନେ ଦୃଷ୍ଟିଦେବାକୁ ବିଧାୟକ ଶ୍ରୀ ମହାପାତ୍ର ପରାମର୍ଶ ଦେଇଥିଲେ। ଏହି ଅଧିବେଶନରେ ବିଧାୟକ ଶ୍ରୀ ମହାପାତ୍ରଙ୍କ ସମେତ ଭଦ୍ରକ ସାଂସଦଙ୍କ ପ୍ରତିନିଧି ଭଗବାନ ପଣ୍ଡା, ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ, ବିଡିଓ ରଶ୍ମିରଂଜନ ମଳ୍ଲିକ, ଜିଲା ପରିଷଦ ସଦସ୍ୟ ଶଶିପ୍ରଭା ପାଣିଗ୍ରାହୀ, ପଂଚାୟତ ସମିତି ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ପୂର୍ବତନ ଅଧ୍ୟକ୍ଷ ମଳୟ ଜେନା ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।








