Home ଜିଲ୍ଲା ପରିକ୍ରମା ଭଦ୍ରକ ନେହେରୁ ଷ୍ଟାଡିୟମ୍‌ରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦ୍ଘାଟିତ, ଚାଷୀମାନଙ୍କୁ ନୂତନ...

ଭଦ୍ରକ ନେହେରୁ ଷ୍ଟାଡିୟମ୍‌ରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଉଦ୍ଘାଟିତ, ଚାଷୀମାନଙ୍କୁ ନୂତନ ପ୍ରଯୁକ୍ତି ଓ ସରକାରୀ ଯୋଜନାର ସଠିକ୍ ଲାଭ ନେବାକୁ ଆହ୍ୱାନ ଦେଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ

4

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର ଓ ଭଦ୍ରକ ଜିଲ୍ଲା ପ୍ରଶାସନର ସହଯୋଗରେ ଭଦ୍ରକ ନେହେରୁ ଷ୍ଟାଡିୟମ ପରିସରରେ ଆଜି ଦୁଇଦିନିଆ ଜିଲ୍ଲାସ୍ତରୀୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମେଳା ଆରମ୍ଭ ହୋଇଯାଇଛି। ଏହି ମେଳାର ଉଦଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ସେବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଚାଷୀମାନଙ୍କୁ ନୂତନ ପ୍ରଯୁକ୍ତି ଓ ସରକାରୀ ଯୋଜନାର ସଠିକ୍ ଲାଭ ନେବାକୁ ଆହ୍ୱାନ କରିଥିଲେ। ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଜିଲ୍ଲାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ କ୍ଷେତ୍ରର ସମ୍ଭାବନା ସମ୍ପର୍କରେ କଥା ରଖିଥିଲେ। ଭଦ୍ରକ ର ବିଧାୟକ ସିତାଂଶୁ ସେଖର ମହାପାତ୍ର ଯୋଗ ଦେଇ ସରକାର ଙ୍କ ର ବିଭିନ୍ନ କଲ୍ୟାଣକାରୀ ଯୋଜନା ର କିପରି ଲାଭ ପାଇପାରିବେ ସେଇ ବିଷୟ ରେ ସୂଚନା ପ୍ରଦାନ କରିଥିଲେ। ଉପସ୍ଥିତ ବାସୁଦେବପୁର ବିଧାୟକ ଅଶୋକ ଦାସ ଗାଁ ଗହଳି ରେ କିପରି ଭାବରେ ଗୋ ପାଳକ, ମତ୍ସ୍ୟ ପାଳକ ମାନେ ନିଜେ ସ୍ୱାବଲମ୍ବୀ ହେବା ସଙ୍ଗେ ସଙ୍ଗେ ନିଯୁକ୍ତି ର ରାସ୍ତା ଖୋଲିବେ ସେଇ ବିଷୟ ରେ ଚିନ୍ତା କରିବାକୁ କହିଥିଲେ। ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ ଦିଲୀପ ରାଉତରାଏ ସଭାପତିତ୍ୱ କରି ମେଳାର ଉଦ୍ଦେଶ୍ୟ ଓ ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ। ଏହି ଦୁଇଦିନିଆ ମେଳାରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ସମ୍ପର୍କିତ ପ୍ରଦର୍ଶନୀ, ଚାଷୀ–ବିଶେଷଜ୍ଞ ଆଲୋଚନାଚକ୍ର, ସଚେତନତା କାର୍ଯ୍ୟକ୍ରମ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି। ଜିଲ୍ଲାର ବହୁ ସଂଖ୍ୟକ ପ୍ରାଣୀପାଳକ, ମତ୍ସ୍ୟ ଚାଷୀ ଓ କୃଷକ ଏହି ମେଳାରେ ଯୋଗଦେଇ ଲାଭାନ୍ୱିତ ହେଉଛନ୍ତି। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ହୃଷୀକେଶ ବେହେରା ସ୍ୱାଗତ ଭାଷଣ ଦେଇ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅତିରିକ୍ତ ନିର୍ଦ୍ଦେଶକ ହାଡ଼ିବନ୍ଧୁ ଭୋଇ ଯୋଗଦେଇ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳାର ଆୟୋଜନର ଅତିଥିମାନେ ପ୍ରଶଂସା କରିବା ସହ ବିଭିନ୍ନ ଷ୍ଟଲ୍‌ର ପରିଦର୍ଶନ କରିଥିଲେ। ଉକ୍ତ ମେଳାରେ ୮ ଜଣ ଉନ୍ନତ ଚାଷୀଙ୍କୁ ପୁରସ୍କୃତ କରାଯାଇଥିଲା। ଏହାସହ ଜିଲ୍ଲାରୁ ୫୦୦ରୁ ଅଧିକ ଚାଷୀ ଏହି ମେଳାରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ଅବସରରେ ପାଲା, ଘୋଡ଼ନାଚ ସହ ବିଭିନ୍ନ ଲୋକକଳା ମାଧ୍ୟମରେ ବିଭାଗୀୟ ଯୋଜନା ସମ୍ପର୍କରେ ଚାଷୀମାନଙ୍କୁ ସଚେତନ କରାଯାଇଥିଲା। ଏଇ ସଭା ରେ ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତୀ,ଡେପୁଟୀ କଲେକ୍ଟର କାର୍ତିକ ନାଥ ମଣ୍ଡଲ, ଜିଲ୍ଲା ମସ୍ୟ ଅଧିକାରୀ ଅମର ସାହୁ ଏବଂ ବହୁ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.