Home ଜିଲ୍ଲା ପରିକ୍ରମା ଭଦ୍ରକ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

ଭଦ୍ରକ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

6

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୌରପାଳିକା ୱାର୍ଡ ନମ୍ବର ୧ ଠାରୁ ୱାର୍ଡ ନମ୍ବର ୫ ପର୍ଯ୍ୟନ୍ତ ବିଜୁ ଜନତା ଦଳ ଦ୍ୱାରା ଆୟୋଜିତ ଜନ ସମ୍ପର୍କ ପଦଯାତ୍ରା ଚରମ୍ପା ଡଗରା ସାହି ଶ୍ରୀଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇ ଚରମ୍ପା ବଜାର ଠାରେ ଶେଷ ହୋଇଛି। ଏହି ପଦଯାତ୍ରା ଓ ସଭା କାର୍ଯ୍ୟକ୍ରମ ର ଅଧ୍ୟକ୍ଷତା କରିଥିଲେ ଭଦ୍ରକ ବ୍ଲକ ସଭାପତି ପ୍ରଫୁଲ୍ଲ ନାୟକ। ମୁଖ୍ୟ ଅତିଥି ଭାବରେ ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପ-ସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ପୌରାଧ୍ୟକ୍ଷା ଗୁଲମକ୍କି ହବିବ, ଦିଲ୍ଲୀପ ନାୟକ, ରଞ୍ଜନ ଜେନା, ପଙ୍କଜ ବଳ, ରତ୍ନାକର ସାମଲ, ରମେଶ ବେହେରା, ତାହେର ମହମ୍ମଦ, ଗୋପାଳ ଦାସ, ରଞ୍ଜନ ସାହୁ, ରଘୁନାଥ ପଣ୍ଡା, ସୁଶାନ୍ତ ଚୌଧୁରୀ, ସୁବ୍ରତ କୁମାର ଦାସ, ଗୋପୀନାଥ ନାୟକ, ତପନ ଦାସ, ମେହେବୁବ ଖାନ, ବିକାଶ ଶ୍ରେଷ୍ଠା, ନାଶିରୁଦ୍ଧିନ ଖାନ, ଦେବାଶିଷ ଭାରତୀ, ରଶ୍ମୀ ରଞ୍ଜନ ସାହୁ, କାମେଶ ବାରିକ ଏବଂ ବରିଷ୍ଠ, ମହିଳା ଓ ଯୁବ-ଛାତ୍ର ନେତୃମଣ୍ଡଳୀ ଯୋଗ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ସ୍ଥାନୀୟ ଜନସାଧାରଣ ଓ ଦଳୀୟ କର୍ମୀମାନଙ୍କୁ ହୃଦୟରୁ ଧନ୍ୟବାଦ ଜଣାଇ ପୂର୍ବତନ ମନ୍ତ୍ରୀ ଶ୍ରୀ ସାମଲ ଓ ଅନ୍ୟାନ୍ୟ ବକ୍ତାମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳ ନୀତି ଓ ଅସଫଳ କାର୍ଯ୍ୟଗୁଡିକୁ ଜନସାଧାରଣଙ୍କ ମଧ୍ୟରେ ଉପସ୍ଥାପନ କରିବା ସହ ନବୀନ ସରକାର ଙ୍କ ସମୟରେ ହୋଇଥିବା ଜନ କଲ୍ୟାଣ ଯୋଜନା ଗୁଡିକ ବିଷୟରେ ଆଲୋକପାତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.