ଭଦ୍ରକ, ୬ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲାର ଜଣେ ଯୁବ ନାବିକ ସାର୍ଥକ ମହାପାତ୍ର ଜାହାଜରୁ ନିଖୋଜ ହେବା ଘଟଣା ସମସ୍ତଙ୍କୁ ଦୁଃଖିତ କରିଛି। ଏହାକୁ ଗୁରୁତ୍ୱ ଦେବା ସହିତ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଆଜି କେନ୍ଦ୍ର ବୈଦେଶିକ ବିଭାଗ ମନ୍ତ୍ରୀ ଡଃ ଏସ୍ ଜୟଶଙ୍କରଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ମନ୍ତ୍ରଣାଳୟ ତରଫରୁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ମହାପାତ୍ର ଭଦ୍ରକ ବ୍ଲକ କେଶପୁର ଗ୍ରାମର। ସେ ଜଣେ ମେଧାବୀ ଛାତ୍ର ଥିଲେ। ସେ ଆଙ୍ଗଲୋ ଇଏ ଜର୍ସି ଭେସେଲରେ ନା୍ୱିକ ଭାବରେ ଯୋଗଦାନ କରିଥିଲେ। ଗତ ମାସରେ ମରିସସରୁ ଚୀନ ଜାହାଜରେ ଫେରୁଥିବା ସମୟରେ ଫେବୃଆରୀ ମାସ ୩ ତାରିଖରୁ ନିଖୋଜ ଅଛନ୍ତି। ତାଙ୍କ ପରିବାର ଏଭଳି ଦୁଃଖରେ ଭାଙ୍ଗିପଡ଼ି ଥିବା ସମୟରେ ସାଂସଦ ଶ୍ରୀ ସେଠି ତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଏହାକୁ ଗୁରୁତ୍ୱ ଦେବା ସହିତ ୍ୱିଭାଗର କର୍ମକର୍ତ୍ତା ମାନଙ୍କୁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାର୍ଥକଙ୍କର ସନ୍ଧାନ ନେଇ ସମୁଦ୍ରରେ ଚାଲିଛି ସର୍ଚ୍ଚ ଅପରେସନ। ଏଥିରେ ୪ଟି ପାଣି ଜାହାଜ ଓ ବିମାନ ନିୟୋଜିତ ହୋଇଛି।୧୬୯ ନଟିକାଲ ବର୍ଗ ମାଇଲ ଅଂଚଳରେ ଖୋଜା ଚାଲିଛି। ୫୫ ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ତଲାସ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳି ପାରି ନାହିଁ।ପରିବାର ଲୋକେ ତାଙ୍କ ନିଖୋଜ ନେଇ ଗଭୀର ଷଡଯନ୍ତ୍ର ରହିଥିବାର ଅଭିଯୋଗ ଆଣିଛନ୍ତି।ଗତ ୩ ଫେବୃଆରୀ ସକାଳେ ସାର୍ଥକ ସାଧା ପୋଷାକରେ ନଜର ଆସିଥିଲେ ସିସି ଟିଭିରେ। ସେ ସେତେବେଳେ ଜାହାଜର ଆକୋମେଣ୍ଡେସନ ଅଂଚଳରେ ମୋବାଇଲରେ କଥା ହେଉଥିଲେ। ତା ପରେ ପରେ ସେ ନିଜ କେବିନରୁ ନିଖୋଜ ହୋଇଯାଇଥିଲେ।ଏ କଥା ସୂଚନା ଦେଇଛି ଆଙ୍ଗଲୋ ଇଷ୍ଟର୍ଣ। ସାର୍ଥକ ଙ୍କ ପରିବାର ଲୋକେ ଦୀର୍ଘ ବର୍ଷ ହେବ ଭୁବନେଶ୍ୱର ରେ ରହିଆସୁଛନ୍ତି ।ଗତ ୧୪ ଜୁଲାଇ ୨୦୨୫ରୁ ମୁମ୍ବାଇ ଆଙ୍ଗଲୋ ଇଣ୍ଟନସିପ ମ୍ୟାନେଜମେଣ୍ଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ସଂସ୍ଥାରେ ସେ କାର୍ଯ୍ୟ କରିଆସୁଥିଲେ।
Home ଜିଲ୍ଲା ପରିକ୍ରମା ଭଦ୍ରକ : ନାବିକ ସାର୍ଥକ ଚଳନ୍ତା ଜାହାଜରୁ ରହସ୍ୟଜନକ ଭାବେ ନିଖୋଜ,ତାଙ୍କର ସନ୍ଧାନ ପାଇଁ କେନ୍ଦ୍ର...








