Home ଜିଲ୍ଲା ପରିକ୍ରମା ଭଦ୍ରକ : ନାବିକ ସାର୍ଥକଙ୍କ ନିଖୋଜ ରହସ୍ୟଘେରରେ,ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପରିବାର ଲୋକଙ୍କୁ...

ଭଦ୍ରକ : ନାବିକ ସାର୍ଥକଙ୍କ ନିଖୋଜ ରହସ୍ୟଘେରରେ,ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପରିବାର ଲୋକଙ୍କୁ ଭେଟିଲା ସ୍ୱତନ୍ତ୍ର ଟିମ,୍,କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଡଃ ଏସ୍ ଜୟଶଙ୍କରଙ୍କୁ ଭଦ୍ରକ ସାଂସଦଙ୍କ ସାକ୍ଷାତ୍‌

3

ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର ଜଣେ ଯୁବ ନାବିକ ସାର୍ଥକ ମହାପାତ୍ର (୨୨) ଜାହାଜରୁ ଗତ ୫ ଦିନ ହେବ ନିଖୋଜ ହେବା ଘଟଣା ସମସ୍ତଙ୍କୁ ଦୁଃଖିତ କରିଛି। ଏହାକୁ ଗୁରୁତ୍ୱ ଦେବା ସହିତ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ କେନ୍ଦ୍ର ବୈଦେଶିକ ବିଭାଗ ମନ୍ତ୍ରୀ ଡଃ ଏସ୍ ଜୟଶଙ୍କରଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ମନ୍ତ୍ରଣାଳୟ ତରଫରୁ ଯଥାଶୀଘ୍ର ପଦକ୍ଷେପ ଗ୍ରହଣ କରିବା ପାଇଁ ଅନୁରୋଧ କରିଛନ୍ତି। ସେହିଭଳି ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଚାନ୍ଦବାଲି ବିଧାୟକ ତଥା ବିଜେଡି ଜିଲା ସଭାପତି ଡ. ବ୍ୟୋମକେଶ ରାୟ ଓ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ୍ ଭଦ୍ରକ ବ୍ଲକ୍ ବେନ୍ତାଳ ପଂଚାୟତ କେଶପୁରର ଗୋପାଳବିନ୍ଧା ଗ୍ରାମରେ ପହଂଚି ସାର୍ଥକ ମହାପାତ୍ରଙ୍କ ପରିବାରକୁ ଭେଟି ଆଲୋଚନା କରିଛନ୍ତି। ନବୀନ ପଟ୍ଟନାୟକଙ୍କ ଟ୍ୱିଇଟ୍ ପରେ ରାଜ୍ୟ ସରକାର ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରିଛନ୍ତି। ଏଥିନେଇ ମଧ୍ୟ ବିରୋଧୀ ଦଳ ନେତା ଡିଜି ସିପିଂ ଓ ଏକ୍‌ଷ୍ଟ୍ରନାର୍ଲ ଏଫାୟର୍ସ ମିନିଷ୍ଟ୍ରିଙ୍କୁ ଭେଟି ଅବଗତ କରାଇଛନ୍ତି। ତୁରନ୍ତ ରାଜ୍ୟ ଓ କେନ୍ଦ୍ର ସରକାର ଘଟଣାକୁ ଗୁରୁତର ସହ ନେଇ ସାର୍ଥକଙ୍କୁ ଠାବ କରିବାକୁ ବିଜେଡି ଟିମ୍ ଦାବି କରିଛି। ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ମହାପାତ୍ର ଭଦ୍ରକ ବ୍ଲକ କେଶପୁର ଗୋପାଳବିନ୍ଧା ଗ୍ରାମର ମୂଳ ବାସିନ୍ଦା ସତ୍ୟଜିତ୍ ମହାପାତ୍ର ଓ ରଶ୍ମିତା ସାହୁଙ୍କର ଏକମାତ୍ର ମେଧାବୀ ପୁତ୍ର। ତେବେ ସାର୍ଥକ ରାଉରକେଲା ଛେଣ୍ଡରେ ରହୁଥିବା ତାଙ୍କର ବଡବାପା ଡାକ୍ତର ବିଶ୍ୱଜିତ୍ ମହାପାତ୍ରଙ୍କ ପାଖରେ ରହି ପାଠ ପଢୁଥିଲେ। ପରେ ଭୁବନେଶ୍ୱର ସୈନିକ ସ୍କୁଲରେ ପାଠ ସାରି ଆଙ୍ଗଲୋ ଇଷ୍ଟର୍ଣ୍ଣ ଗ୍ରିପ୍ ସିପ୍ ମେନେଜମେଂଟ କଂପାନୀ ଅଧୀନରେ ଇଂଟର୍ଣସିପ୍ କରୁଥିଲେ। ତେଣୁ ରାଉରକେଲାରେ ସେବିକା ଭାବେ କାର୍ଯ୍ୟ କରୁଥିବା ତାଙ୍କ ମା’ ରଶ୍ମିତା ଭୁବନେଶ୍ୱର ଆସି ସେଠାରେ ଏକ ହସ୍‌ପିଟାଲରେ ଯୋଗ ଦେଇଥିଲେ। ଗତ ଫେବୃୟାରୀ ୪ ତାରିଖରେ ତାଙ୍କର ଇଂଟରସିପ୍ ପୂର୍ଣ୍ଣ ହେବାର ଥିବା। ସେ ଆଙ୍ଗଲୋ ଇଏ ଜର୍ସି ଭେସେଲରେ ନାବିକ ଭାବରେ ଯୋଗଦାନ କରିଥିଲେ। ଗତ ମାସରେ ସାର୍ଥକ ଉକ୍ତ ମାଲବାହୀ ଜାହାଜରେ ଭାରତ ମହାସାଗର ଦେଇ ଚୀନରୁ ପଶ୍ଚିମ ଆଫ୍ରିକା ଅଭିମୁଖେ ଯାଉଥିବାବେଳେ ମରିସସ ନିକଟବର୍ତୀ ଅଂଚଳରେ ୩ ତାରିଖରୁ ନିଖୋଜ ହୋଇଯାଇଥିଲେ। ସକାଳେ ସାର୍ଥକ ସାଧା ପୋଷାକରେ ନଜର ଆସିଥିଲେ ସିସି ଟିଭିରେ। ସେ ସେତେବେଳେ ଜାହାଜର ଆକୋମେଣ୍ଡେସନ ଅଂଚଳରେ ମୋବାଇଲରେ କଥା ହେଉଥିଲେ। ତା ପରେ ପରେ ସେ ନିଜ କେବିନକୁ ଯିବା ପରେ ସାର୍ଥକର ଆଉ ସନ୍ଧାନ ମିଳିନଥିବା ବିଷୟ ସିସିଟିଭିରୁ ଜଣାପଡିଛି। ତାଙ୍କର ରହିବା ସ୍ଥାନ ଡେକ୍‌, ଏବଂ ଅନ୍ୟାନ୍ୟ ଅଂଶକୁ ଯାଂଚ ପରେ ମଧ୍ୟ ତାଙ୍କର କୌଣସି ସୂଚନା ମିଳିନଥିଲା। ସେ ଶେଷଥର ପାଇଁ ଗତ ୨ ତାରିଖରେ ତାଙ୍କ ମା’ଙ୍କ ସହ କଥା ହୋଇଥିଲେ। ତାଙ୍କ ପରିବାର ଏଭଳି ଦୁଃଖରେ ଭାଙ୍ଗିପଡ଼ି ଥିବା ସମୟରେ ସାଂସଦ ଶ୍ରୀ ସେଠି ତାଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଏହାକୁ ଗୁରୁତ୍ୱ ଦେବା ସହିତ ବିଭାଗର କର୍ମକର୍ତା ମାନଙ୍କୁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସାର୍ଥକଙ୍କର ସନ୍ଧାନ ନେଇ ସମୁଦ୍ରରେ ଚାଲିଛି ସର୍ଚ୍ଚ ଅପରେସନ। ଏଥିରେ ୪ଟି ପାଣି ଜାହାଜ ଓ ବିମାନ ନିୟୋଜିତ ହୋଇଛି।୧୬୯ ନଟିକାଲ ବର୍ଗ ମାଇଲ ଅଂଚଳରେ ଖୋଜା ଚାଲିଛି। ୭୨ ଘଂଟାରୁ ଉର୍ଦ୍ଧ ସମୟ ଧରି ତଲାସ ଚାଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସନ୍ଧାନ ମିଳି ପାରି ନାହିଁ।ପରିବାର ଲୋକେ ତାଙ୍କ ନିଖୋଜ ନେଇ ଗଭୀର ଷଡଯନ୍ତ୍ର ରହିଥିବାର ଅଭିଯୋଗ ଆଣିଛନ୍ତି। ଅନ୍ୟପକ୍ଷରେ ସାର୍ଥକଙ୍କ ମା’ ରଶ୍ମିତା ସାହୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟକୁ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ଆକୁଳ ନିବେଦନ କରିଛନ୍ତି। ପରିବାର ପକ୍ଷରୁ ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟକୁ ମଧ୍ୟ ଚିଠି ଲେଖାଯାଇ ତାଙ୍କର ଉଦ୍ଧାର ପାଇଁ ଅନୁରୋଧ କରାଯାଇଛି।ସେହିଭଳି ନୂଆଦିଲ୍ଲୀସ୍ଥିତ ଓଡ଼ିଶା ସରକାରଙ୍କ ପ୍ରମୁଖ ଆବାସିକ ଆୟୁକ୍ତ ବିଶାଲ ଗଗନ କେନ୍ଦ୍ରକୁ ଏଥିନେଇ ପତ୍ର ଲେଖିଥିବାବେଳେ ବୈଦେଶିକ ସଚିବ, ସ୍ୱରାଷ୍ଟ୍ର ସଚିବ, ବନ୍ଦର, ସିପିଂ ଓ ଜଳପଥ ମନ୍ତ୍ରଣାଳୟ ଅଧୀନରେ ଥିବା ସିପିଂ ସଚିବ ଏବଂ ମହାନିର୍ଦ୍ଦେଶକଙ୍କୁ ଶ୍ରୀ ଗଗନ ନିଜ ପତ୍ରରେ ହସ୍ତକ୍ଷେପ ଲୋଡିବାକୁ ଅନୁରୋଧ କରିଛନ୍ତି। ସାର୍ଥକ ଙ୍କ ପରିବାର ଲୋକେ ଦୀର୍ଘ ବର୍ଷ ହେବ ଭୁବନେଶ୍ୱର ରେ ରହିଆସୁଛନ୍ତି ।ଗତ ୧୪ ଜୁଲାଇ ୨୦୨୫ରୁ ମୁମ୍ବାଇ ଆଙ୍ଗଲୋ ଇଂଟନସିପ ମ୍ୟାନେଜମେଂଟ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ସଂସ୍ଥାରେ ସେ କାର୍ଯ୍ୟ କରିଆସୁଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.