Home ଜିଲ୍ଲା ପରିକ୍ରମା ଭଦ୍ରକ ନାଗରିକ ମଂଚ ପକ୍ଷରୁ ଗଣଧାରଣା ଓ ଦସ୍ତଖତ ଅଭିଯାନ

ଭଦ୍ରକ ନାଗରିକ ମଂଚ ପକ୍ଷରୁ ଗଣଧାରଣା ଓ ଦସ୍ତଖତ ଅଭିଯାନ

3

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ନୂଆବଜ଼ାର ସ୍ଥିତ ଜିଲ୍ଲାମୁଖ୍ୟ ଚିକତ୍ସାଳୟକୁ ସିଟି ହସ୍ପିଟାଲ କରାଯିବା ଦାବିରେ ଆଜି ଭଦ୍ରକ ନାଗରିକ ମଂଚ ପକ୍ଷରୁ ସଦର ଡାକ୍ତରଖାନା ସମ୍ମୁଖରେ ଗଣ ଧାରଣା ଓ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏବଂ ପରବର୍ତୀ ସମୟରେ ଏକ ଦାବିପତ୍ର ଜିଲ୍ଲାପାଳ ଦିଲୀପ ରାଉତରାୟଙ୍କୁ ପ୍ରଦାନ କରାଯାଇ ତାହା ପୂରଣ ନ ହେଲେ ମଂଚ ପକ୍ଷରୁ ବାଧ୍ୟ ହୋଇ ଆଇନକୁ ହାତକୁ ନିଆଯିବବୋଲି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ କଂଗ୍ରେସର ଭଦ୍ରକ ଜିଲ୍ଲା ସଂଯୋଜକ ଅସିତ ପଟ୍ଟନାୟକ ଚେତାବନୀ ଦେଇଛନ୍ତି। ତେବେ ଜିଲାପାଳଙ୍କୁ ଦେଇଥିବା ଏହି ଦାବିପତ୍ର ଅନୁସାରେ ଭଦ୍ରକ ନୂଆବଜାରସ୍ଥିତ ଜିଲା ମୁଖ୍ୟ ଡାକ୍ତରଖାନାଟି ଗେଲପୁରକୁ ସ୍ଥାନାନ୍ତର ହେଉଛି। ତେବେ ଏହି ଘଟଣାକୁ ନାଗରିକ ମଂଚ ପକ୍ଷରୁ ସ୍ୱାଗତ କରାଯାଇଥିବାବେଳେ ପୁରୁଣା ସ୍ଥାନରେ ଏକ ସହରାଂଚଳ (ସିଟି ହସ୍‌ପିଟାଲ) ସ୍ଥାପନ ପାଇଁ ଭଦ୍ରକର ସମସ୍ତ ବୁଦ୍ଧିଜୀବୀ, ବିଭିନ୍ନ ସାମାଜିକ ସଂଗଠନ ତଥା ରାଜନୈତିକ ଦଳକୁ ନେଇ ଗଠିତ ନାଗରିକ ମଂଚ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛି। କିନ୍ତୁ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇନାହିଁ। ନାଗରିକ ମଂଚର ତଥ୍ୟ ଅନୁସାରେ ଭଦ୍ରକ ସହରାଂଚଳର ଜନସଂଖ୍ୟା ତଥା ରୋଗୀ ସଂଖ୍ୟାକୁ ଦୃଷ୍ଟିରେ ରଖି ସହରାଂଚଳ ସ୍ୱାସ୍ଥ୍ୟକେନ୍ଦ୍ରର ଆବଶ୍ୟକତା ରହିଛି। ମୁଖ୍ୟତଃ ଗେଲପୁର ନୂଆବଜାର ଠାରୁ ବହୁ ଦୂର। ବରିଷ୍ଠ ନାଗରିକ ତଥା ଭିନ୍ନକ୍ଷମ ଓ ମହିଳା ସାଧାରଣ ରୋଗର ସେବାପାଇଁ ଯାତାୟତର ସୁବିଧା ନଥିବାରୁ ନିଶ୍ଚିତ ଭାବେ ଚିକିତ୍ସା କଷ୍ଟସାଧ୍ୟ ହେବ। ଏଣୁ ଯେପର୍ଯ୍ୟନ୍ତ ସହରାଂଚଳ ଚିକିତ୍ସାଳୟ ସ୍ଥାପନ ହୋଇନାହିଁ, ସେପର୍ଯ୍ୟନ୍ତ ସେଠାରେ ଏକ ବିର୍ହିବିଭାଗ (ଆଉଟଡୋର) ଚାଲୁ ରଖାଯିବାକୁ ମଂଚ ଅନୁରୋଧ କରିଛି। ଆଜିର ଏହି ଗଣଧାରଣା ଓ ଦସ୍ତଖତ ଅଭିଯାନ ପରେ ମଂଚ ପକ୍ଷରୁ ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ସମସ୍ତ ବିଷୟ ଅବଗତ କରିବା ପରେ ଜିଲାପାଳ ସେମାନଙ୍କର ଦାବିକୁ ସମ୍ମାନ ଦେଇ ଆଉଟଡୋରଟି ଏବେ ପୁରୁଣା ସ୍ଥାନରେ ଚାଲୁ ରହିବ ବୋଲି ପ୍ରତିଶ୍ରୁତି ଦେଇଥିବାର ଜଣାପଡିଛି। ଆଜିର ଏହି ଧାରଣା ଓ ଦସ୍ତଖତି ଅଭିଯାନରେ ଅନ୍ୟମାନଙ୍କ ମଧ୍ୟରେ ପୌରାଧ୍ୟକ୍ଷା ଗୁଲମକ୍କୀ ଦଲୱାଜି ହବିବ, ତାରାକାନ୍ତ ମହାପାତ୍ର, ହାଜି ଅବଦୁଲ ମୁକିତ ଖାନ୍‌, ନଳିନୀ ମହାନ୍ତି, କଂଗ୍ରେସର ରାଜ୍ୟ ଦଳିତ ସାଧାରଣ ସଂପାଦକ ।ଜେନ୍ଦ୍ର ଜେନା, ସୁଧାକର ରାଉତ, ଶିକ୍ଷାବିତ୍ ଶାନ୍ତନୁ ରାଉତ, ମହମ୍ମଦ ଜକାଉଲା, ଅନୱାର ହୋସେନ, ହେମନ୍ତ ସାହୁ, ଦିବ୍ୟସିଂହ ନାୟକ, ସେକ୍ ଅନୱର (ବାବୁ), ପ୍ରବୀର ଜେନା, ଦିଲ୍ଲୀପ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.