Home ଜିଲ୍ଲା ପରିକ୍ରମା ଭଦ୍ରକ ନବୋଦୟ ବିଦ୍ୟାଳୟରେ ବ୍ୟାଗ ଲେସ୍ ଡେ କାର୍ଯ୍ୟକ୍ରମ ରେ ୧୦ ଦିନିଆ ଜଉକଣ୍ଢେଇ ପ୍ରଶିକ୍ଷଣ...

ଭଦ୍ରକ ନବୋଦୟ ବିଦ୍ୟାଳୟରେ ବ୍ୟାଗ ଲେସ୍ ଡେ କାର୍ଯ୍ୟକ୍ରମ ରେ ୧୦ ଦିନିଆ ଜଉକଣ୍ଢେଇ ପ୍ରଶିକ୍ଷଣ ଶିବିର ଉଦଘାଟିତ

18

ଭଦ୍ରକ, ୧ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜବହାର ନବୋଦୟ ବିଦ୍ୟାଳୟରେ ୬ଷ୍ଠ, ୭ମ ଓ ୮ମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ନେଇ ଏକ ବାଲେଶ୍ୱରୀ ଜଉକଣ୍ଢେଇ ପ୍ରଶିକ୍ଷଣର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଭାରତ ସରକାରଙ୍କ ଶିକ୍ଷା ବିଭାଗର (ଏନଇପି-୨୦୨୦) ବ୍ୟାଗ୍ ଲେସ୍ ଡେ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ନିରଞ୍ଜନ ଦଳାଇ ଅନୁଷ୍ଠାନିକ ଭାବେ ଉଦଘାଟନ କରି ଶୁଭାରମ୍ଭ କରିଥିଲେ। ମୁଖ୍ୟ ପ୍ରଶିକ୍ଷକ ଭାବେ ଶିଳ୍ପୀ କେଶୁଦାସ ବାଲେଶ୍ୱରୀ ଜଉକଣ୍ଢେଇର ଇତିହାସ ଓ ସଂସ୍କୃତି ବିଷୟରେ ଆଲୋକପାତ କରିବା ସହ ବିଶ୍ୱର ବିଶାଳ କଣ୍ଢେଇ ବଜାରରେ ଭାରତୀୟ କଣ୍ଢେଇର ଭାଗିଦାରୀ ବଢ଼ାଇବା ପାଇଁ ହେଲେ, ଆମକୁ ତୃଣମୂଳ ସ୍ତରରୁ କାମ କରିବାକୁ ପଡ଼ିବ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର କଳା ଶିକ୍ଷକ ଅଜୟ କୁମାର ଦଳେଇ କର୍ମଶାଳାକୁ ସୁଚାରୁରୂପେ ପରିଚାଳନା କରିଥିବା ବେଳେ ଅନ୍ୟତମ ଜଉକଣ୍ଢେଇ ପ୍ରଶିକ୍ଷିକା ମାୟା ନାୟକ ଓ ସଙ୍ଗୀତା ମାଝି ଉପସ୍ଥିତ ଥିଲେ । ୮ମ ଶ୍ରେଣୀର ଛାତ୍ରୀ ରାଜସ୍ମିତା ତ୍ରିପାଠୀ ଓ ରାଜଶ୍ରୀ ନାୟକ କହିଲେ କି ଏହି କର୍ମଶାଳାରେ ଆମେ ଆମ କଳା ସଂସ୍କୃତି ବିଷୟରେ ବହୁତ କିଛି ଜାଣିବା ସହ ଏହାର ଗଠନ ଶୈଳୀ ବିଷୟରେ ଜାଣିଲୁ। ଏହା ବହୁ ପୁରାତନ ହେଲେ ମଧ୍ୟ ଆମକୁ ବହୁତ ନୂଆ ଲାଗିଲା। ଏହାଦ୍ୱାରା ଛାତ୍ର ଛାତ୍ରୀ ଏକ ନୂତନ ପ୍ରୟୋଗର ସମ୍ଭାବନା ଦିଗରେ ଆଲୋକପାତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.