Home ଜିଲ୍ଲା ପରିକ୍ରମା ଭଦ୍ରକ -ଧାମରା ରେଳପଥର ଗୁରୁଦାସପୁରରେ ବିଦ୍ୟୁତ ଟ୍ରାନ୍ସଫର୍ମର ଫାଟି ୨ ଶ୍ରମିକ ଗୁରୁତର

ଭଦ୍ରକ -ଧାମରା ରେଳପଥର ଗୁରୁଦାସପୁରରେ ବିଦ୍ୟୁତ ଟ୍ରାନ୍ସଫର୍ମର ଫାଟି ୨ ଶ୍ରମିକ ଗୁରୁତର

4

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ -ଧାମରା ରେଳପଥର ଗୁରୁଦାସପୁର ନିକଟରେ ଶନିବାର ମଧ୍ୟାହ୍ନରେ ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ଫାଟି କାର୍ଯ୍ୟରତ ଦୁଇ ଶ୍ରମିକ ଗୁରୁତର ହୋଇଥିବା ଜଣାଯାଇଛି । ଦୁର୍ଘଟଣାରେ କାର୍ଯ୍ୟରତ ଶ୍ରମିକ ନିଆଁରେ ପୋଡ଼ିଯାଇ ଗୁରୁତର ଆହତ ହେବାପରେ ତାଙ୍କୁ ତିହିଡି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରାଯାଇଛି । ଗୁରୁତର ଶ୍ରମିକଙ୍କ ନାଁ ଗୋବିନ୍ଦ ସାଉଁଆ (୩୫) ଏବଂ ସୁରେଶ ତୋଭିଡ (୩୨)। ଉଭୟଙ୍କ ଘର ଝାଡ଼ଖଣ୍ଡର ପଶ୍ଚିମସିଂହଭୂମ ଜିଲାରେ । ସୁରେଶଙ୍କ ଘର ଦୋଲକି ଏବଂ ଗୋବିନ୍ଦଙ୍କ ଘର ବନାମଟୁ ଗ୍ରାମରେ ବୋଲି ଜଣାଯାଇଛି । ତିହିଡି ଡାକ୍ତର ଖାନାରେ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଗୁରୁଦାସପୁର ନିକଟରେ ରେଳପଥର ମରାମତି କାର୍ଯ୍ୟ ଚାଲିଥିଲା ବେଳେ ବିଦ୍ୟୁତ ଟ୍ରାନ୍ସଫର୍ମରର ମଧ୍ୟ ମରାମତି ହେଉଥିଲା । କୌଣସି କାରଣରୁ ଟ୍ରାନ୍ସଫରମରଟି ହଠାତ ଫାଟି ଜଳିଯାଇଥିଲା । ଯାହାଫଳରେ ଟ୍ରାନ୍ସଫରମର ନିକଟରେ ଥିବା ଶ୍ରମିକ ସୁରେଶ ଓ ଗୋବିନ୍ଦ ନିଆଁରେ ପୋଡ଼ିଯାଇ ଗୁରୁତର ଆହତ ହୋଇଥିଲେ । ପରେ ଗୁରୁତର ଶ୍ରମିକ ୨ଜଣଙ୍କୁ ଚିକିତ୍ସା ପାଇଁ ତିହିଡି ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ କେଉଁ କାରଣରୁ ବିଦ୍ୟୁତ ଟ୍ରାନ୍ସଫରମର ଫାଟିଲା ତାର ତଦନ୍ତ କରାଯିବାକୁ ସାଧାରଣରେ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.