Home ଜିଲ୍ଲା ପରିକ୍ରମା ଭଦ୍ରକ-ଧାମରା ରେଳପଥରେ ଯାତ୍ରୀବାହୀ ରେଳ ଚାଲିବା ଦାବି, ରେଳ ସଂଗ୍ରାମ ସମିତି ପକ୍ଷରୁ ଗଣ କନଭେନସନ

ଭଦ୍ରକ-ଧାମରା ରେଳପଥରେ ଯାତ୍ରୀବାହୀ ରେଳ ଚାଲିବା ଦାବି, ରେଳ ସଂଗ୍ରାମ ସମିତି ପକ୍ଷରୁ ଗଣ କନଭେନସନ

15

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରୁ ଧାମରା ରେଳପଥ ନିର୍ମାଣ ସମୟରେ ବିନା ପ୍ରତିବାଦରେ ଭଦ୍ରକ ଜିଲାର ଲୋକମାନେ ଜମି ଦେଇଥିଲେ । ଏହି ରେଳପଥ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ ମାତ୍ର ,କର ପ୍ରତି ୬୦ ହଜାର ଟଙ୍କା ମୂଲ୍ୟରେ ଜମି ଅଧିଗ୍ରହଣ କରାଯାଇଥିଲା । ଯାହା ଗୋଟିଏ ଏକର ଜମିର ଦଶବର୍ଷର ଫସଲର ମୂଲ୍ୟ ସଂଗେ ସମାନ । ଦୀର୍ଘ ୨୨ ବର୍ଷ ଧରି ଲୋକମାନେ କଂପାନୀର ଲାଭ ପାଇଁ ସୁଯୋଗ ଦେଲେ । ଜମି ଅଧିଗ୍ରହଣ ସମୟରେ ସରକାରୀ ଅଫିସରମାନେ ଓ ଧାମରା ବନ୍ଦର ଉଦ୍‌ଘାଯନ ଦିନ ଜମିହରା ଚାଷୀ ପରିବାର ଓ ସ୍ଥାନୀୟ ଲୋକଙ୍କୁ ଧାମରା ବନ୍ଦରରେ ୨ ଲକ୍ଷ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ତାହା ଏବେ ପ୍ରତାରଣାରେ ପରିଣତ ହୋଇଛି । ଧାମରା ଅଂଚଳର ସାଧାରଣ ଜନତା ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଉଛନ୍ତି । ଧାମରାରୁ ଭଦ୍ରକ ଯାତ୍ରୀବାହୀ ରେଳ ଚଳାଚଳ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ତାହା ଆଜି ପ୍ରତାରଣାରେ ପରିଣତ ହୋଇଛି । ଧାମରାରୁ ଭଦ୍ରକ ଯାତ୍ରୀବାହୀ ରେଳ ଚଳାଚଳ କରିବା ଦାବି ନେଇ ଆଜି ଏକ ଗଣକନଭେନସନ ଚାନ୍ଦବାଲି ବ୍ଲକ୍ ବାଂଶଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଧାନଖଣିଆ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀରେ ଅନୁଷ୍ଠିତ ହୋଇଥିଲା । ଏହି କନଭେନସନରେ ଭଦ୍ରକ-ଧାମରା ରେଳ ସଂଗ୍ରାମ ସମିତି ସଭାପତି ବିକାଶ ନାଥ, ସଂପାଦକ ହାକିମ ଦାସ, ଜାତୀୟ ଦଳିତ ଆଦିବାସୀ ମହାସଂଘର ଜିଲା ସଭାପତି ଅଂଜନ ଦାସ, ଓଡ଼ିଶା କ୍ଷେତ ମଜଦୁର ୟୁନିୟନ ଚାନ୍ଦବାଲି ବ୍ଲକ୍ ସଭାପତି ଘନଶ୍ୟାମ ଦାସ, ଛାତ୍ରନେତା ବିକ୍ରମ ନାୟକ, ଯୁବନେତା ଅଶୋକ ବେହେରା, କଳାକାର ସଂଜୟ ସରଗମ, ଗଦାଧର ମହାଳିକ, ରବିନ୍ଦ୍ର ସେଠୀ, ଶ୍ରୀକୃଷ୍ଣ ପଲାଇ, ରବିନ୍ଦ୍ର ସିଂ, ଶ୍ରୀନାଥ ଦାସ, ମାନସ ଦାସ, ନବଘନ ଦାସ, ଦୀନବନ୍ଧୁ ଦାସ, ଶିବ ଦାସ ପ୍ରମୁଖ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.