Home ଜିଲ୍ଲା ପରିକ୍ରମା ଭଦ୍ରକ : ଡାକ୍ତରଖାନାରୁ ଅକ୍ସିଜେନ୍ ସିଲିଣ୍ଡର ଚୋରି କରି ୨ ଗିରଫ

ଭଦ୍ରକ : ଡାକ୍ତରଖାନାରୁ ଅକ୍ସିଜେନ୍ ସିଲିଣ୍ଡର ଚୋରି କରି ୨ ଗିରଫ

73

ଭଦ୍ରକ, ୧୪ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଡାକ୍ତରଖାନାରୁ ତିନିଦିନ ତଳେ ଚୋରି ହୋଇଥିବା ତିନୋଟି ଅକ୍ସିଜେନ ସିଲିଣ୍ଡର ଘଟଣାର ଆଜି ପର୍ଦ୍ଦାଫାସ୍ ହୋଇଛି । ଏଠାରେ ସୂଚନାଯୋଗ୍ୟ ଗତ ଦୁଇଦିନ ତଳେ ଡାକ୍ତରଖାନାରୁ ତିନୋଟି ଅକ୍ସିଜେନ୍ ସିଲିଣ୍ଡରକୁ କିଏ ରାତିରେ ଚୋରି କରିନେଇଥିଲା । ଏ ସଂପର୍କରେ ଟାଉନ୍ ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ପରବର୍ତ୍ତୀ ଅନୁସନ୍ଧାନରୁ ଉକ୍ତ ସିଲିଣ୍ଡରକୁ ଘରୋଇ ଆମ୍ବୁଲାନ୍ସର ଦୁଇଜଣ ଯୁବକ ଚୋରି କରିଥିବାର ଜଣାପଡିଥିଲା । ଏବଂ ପୁଲିସ୍ ଦୁଇ ଅଭିଯୁକ୍ତକୁ କୁଆଁସ ଗ୍ରାମର ଲକ୍ଷ୍ମଣ ବେହେରା ଓ ଅସ୍ତଳ ନରିପୁର ଗ୍ରାମର ସାଗର ଦାଶଙ୍କୁ ଗିରଫ କରି ଗୋଟିଏ ସିଲିଣ୍ଡର ଜବତ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.