Home ଜିଲ୍ଲା ପରିକ୍ରମା ଭଦ୍ରକ ଡାକମଣ୍ଡଳ ପକ୍ଷରୁ ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମ

ଭଦ୍ରକ ଡାକମଣ୍ଡଳ ପକ୍ଷରୁ ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମ

41

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଡାକମଣ୍ଡଳ ତରଫରୁ ରାଧାବଲ୍ଲଭପୁର, ଚୁଡାମଣି ଆଦି ବାସୁଦେବପୁର ବ୍ଲକ୍ ଓ ପୌରପାଳିକାର ବିଭିନ୍ନ ସ୍ଥାନରେ ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମରେ ମାଟି ତଥା ଚାଉଳ ସଂଗ୍ରହ କରାଯାଇଥିଲା । ମେରା ମାଟି ମେରା ଦେଶ ହେଉଛି ଆଜାଦି କି ଅମୃତ ମହୋତ୍ସବ ସ୍ମୃତିର ଅନ୍ତିମ କାର୍ଯ୍ୟକ୍ରମ । ଦେଶପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ସମସ୍ତ ବୀର, ବୀରାଙ୍ଗନାମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ । ଦିଲ୍ଲୀରେ ଏକ ଅମୃତ ଭାଟିକା ସୃଷ୍ଟି ଦିଗରେ ଲୋକଙ୍କ ଅଂଶଗ୍ରହଣର ପ୍ରତିକାତ୍ମକ ଅବଦାନ ଏବଂ ଅଭିବ୍ୟକ୍ତି ଭାବରେ ଭାରତର ପ୍ରତ୍ୟେକ ପରିବାରରୁ ମାଟି ତଥା ଚାଉଳ ସଂଗ୍ରହ କରାଯାଇଛି । ଯେଉଁଠାରେ ମାଟି ଉପଲବ୍ଧ ନାହିଁ, ଲୋକମାନେ ଚାଉଳ ଯୋଗାଇପାରିବେ । ଡାକ ବିଭାଗ ଦେଶର ସର୍ବାଧିକ ବିସ୍ତାରିତ ନେଟୱାର୍କ ହୋଇଥିବାରୁ ମେରା ମାଟି ମେରା ଦେଶ କାର୍ଯ୍ୟକ୍ରମ ପରିଚାଳନା କରୁଛି । ଏହି ପରିପ୍ରେକ୍ଷୀରେ ଭଦ୍ରକ ଡିଭିଜନ ସୁପରିଟେଣ୍ଡେଣ୍ଟ ବିଜୟ କୁମାର ମହାନ୍ତିଙ୍କ ନିର୍ଦ୍ଦେଶରେ ଭଦ୍ରକ ସେଣ୍ଟ୍ରାଲ ସବଡିଭିଜନର ଆସିଷ୍ଟାଣ୍ଡ ସୁପରିଟେଣ୍ଡେଣ୍ଟ ପରମାନନ୍ଦ କଣ୍ଠ, ବିଜିନେସ୍ ଏକ୍‌ଜିକୁଟିଭ୍ ଶୋଭନ କୁମାର ମହାନ୍ତି ପ୍ରମୁଖ ଏହାକୁ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଖପାଖ ଅଂଚଳରେ ଥିବା ସମସ୍ତ ଡାକ ବିଭାଗର କର୍ମଚାରୀ ତଥା ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.