Home ଜିଲ୍ଲା ପରିକ୍ରମା ଭଦ୍ରକ ଡାଇବେଟିସ ଫାଉଣ୍ଡେସନ ଓ ଡା ରଂଜିତ ଡାଇବେଟିସ ସ୍ପେସିଆଲିଟି କ୍ଲିନିକ ପକ୍ଷରୁ ବିଶ୍ୱ ମଧୁମେହ...

ଭଦ୍ରକ ଡାଇବେଟିସ ଫାଉଣ୍ଡେସନ ଓ ଡା ରଂଜିତ ଡାଇବେଟିସ ସ୍ପେସିଆଲିଟି କ୍ଲିନିକ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ, ୩ ହଜାର ଲୋକଙ୍କ ନିଶୁଳ୍କ ପରୀକ୍ଷଣ

22

ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକରେ ମହାସମାରୋହରେ ଭଦ୍ରକ ଡାଇବେଟିସ୍ ଫାଉଣ୍ଡେସନ୍ ପକ୍ଷରୁ ବିଶ୍ୱ ମଧୁମେହ ଦିବସ ପାଳିତ ହୋଇ ଯାଇଛି। ଏଥିରେ ରଂଜିତ ଡାଇବେଟିସ୍ ସ୍ପେସିଆଲିଟି କ୍ଲିନିକର ସହଯୋଗରେ ୩ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କର ମାଗଣା ରୋଗ ପରୀକ୍ଷଣ କରାଯିବା ସହିତ ଖାଦ୍ୟ ପାନୀୟ ସେବା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୧ହଜାର୨ଶହ ଲୋକଙ୍କର ଡାଇବେଟିସ୍ ଚିହ୍ନଟ ହୋଇଥିଲା। ପୂର୍ବାହ୍ଣରେ ମୋଟେଲ ଛକ ସ୍ଥିତ ପନ୍ଥୀକା ପରିସରରେ ଯୋଗ ଶିକ୍ଷା ପ୍ରଦାନ କରାଯାଇ ଡାଇବେଟିସ୍‌ରୁ ସୁରକ୍ଷା ନେଇ ଶିକ୍ଷା ପ୍ରଦାନ କରାଯାଇଥିଲା। ସକାଳ ୮ ଘଟିକାରେ ମହତାବ ଛକ ଠାରୁ ଏକ ଡାଇବେଟିସ ସୁରକ୍ଷା ନେଇ ସଚେତନତା ଶୋଭାଯାତ୍ରା ବାହାରିଥିଲା। ଏହାକୁ ଜିଲ୍ଲାପାଳ ଦିଲିପ ରାଉତରାଏ ଓ ଭଣ୍ଡାରିପୋଖରୀ ବିଧାୟକ ସଂଜୀବ ମଲିକ ଉଦ୍‌ଘାଟନ କରିଥିଲେ। ଏଥିରେ ବରିଷ୍ଠ ନାଗରିକ, ଅବସରପ୍ରାପ୍ତ ସୈନିକ ଓ ୩ଟି ନର୍ସିଂ କଲେଜର ୫ଶହରୁ ଉର୍ଦ୍ଧ୍ୱ ଛାତ୍ରୀ ସାମିଲ ହୋଇଥିଲେ। ଏହି ଶୋଭାଯାତ୍ରା ଭଦ୍ରକ ସହର ପରିକ୍ରମା କରି ପାନ୍ଥିକା ସଭାସ୍ଥଳରେ ପହଂଚିଥିଲା। ସେଠାରେ ଅନୁଷ୍ଠିତ କ୍ୟାମ୍ପରେ ଡାଇବେଟିସ୍ ସହିତ ରକ୍ତ, ଛାତି, ଥାଇରଏଡ଼, ହାଡ଼, ପାଦ, ଲିଭର, ଚର୍ବି ଇତ୍ୟାଦି ବିିଭିନ୍ନ ପ୍ରକାରର ନିଶୁଳ୍କ ପରୀକ୍ଷା ଟେକ୍‌ନିସିଆନ୍ ମାନଙ୍କ ଦ୍ୱାରା କରାଯାଇଥିଲା। ପ୍ରବଳ ଲୋକଙ୍କ ଭିଡ଼ ନେଇ ଶତାଧିକ ଔଷଧ ବିତରକ କମ୍ପାନୀ ପ୍ରତିନିଧି ମାନେ ସ୍ୱେଚ୍ଛାକୃତ ଭାବେ ସମସ୍ତ କାର୍ଯ୍ୟ ଶାନ୍ତି ଶୃଙ୍ଖଳାରେ ଅପରାହ୍ନ ପର୍ଯ୍ୟନ୍ତ ତୁଲାଇଥିଲେ। ଏହି ପରିପ୍ରେକ୍ଷୀରେ ଲୋକଙ୍କୁ ମଧୁମେହ ଜନିତ ସ୍ୱାସ୍ଥ୍ୟ ସୁରକ୍ଷା ସଚେତନତା ନେଇ ଏକ ସଭାରେ ଡା. ରଂଜିତ ଖଟୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସୁଧୀର ରଂଜନ ନାୟକ, ମୁଖ୍ୟବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଡା. ରବୀନ୍ଦ୍ର କୁମାର ନାୟକ, ଡା. ପ୍ରଦୀପ କୁମାର ନାୟକ, ଆଇଏମଏ ରାଜ୍ୟ ସଭାପତି ଡା. ହରେକୃଷ୍ଣ ନାୟକ, ସମାଜସେବୀ ବସନ୍ତ କୁମାର ରାଉତ, ଫାଉଣ୍ଡେସନ ସମ୍ପାଦିକା ବସୁମିତ୍ରା ସାହୁ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ। ଏଥିରେ ଡାଇବେଟିସ କ୍ଲିନିକର କାର୍ଯ୍ୟକର୍ତା ମାନଙ୍କ ଦ୍ୱାରା ସମସ୍ତ କାର୍ଯ୍ୟ କରା ଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.