Home ଜିଲ୍ଲା ପରିକ୍ରମା ଭଦ୍ରକ ଟାଉନ୍ ଥାନାରେ ଝିଅର ହତ୍ୟା ଅଭିଯୋଗ ଆଣିଲେ ପିତା

ଭଦ୍ରକ ଟାଉନ୍ ଥାନାରେ ଝିଅର ହତ୍ୟା ଅଭିଯୋଗ ଆଣିଲେ ପିତା

114

ଭଦ୍ରକ, ୧୦ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଟାଉନ୍ ଥାନାରେ ଏକ ହତ୍ୟା ଅଭିଯୋଗ ଆଣିଛନ୍ତି ଝିଅର ପିତା । ଏବଂ ମୋତେ ଉଚିତ୍ ନ୍ୟାୟ ପ୍ରଦାନ କରାଯିବା ପାଇଁ ଅନୁରୋଧ କରିଛନ୍ତି । ଥାନାରେ ଦେଇଥିବା ଏତଲା କପିରୁ ଯାହା ଜଣାଯାଏ, ଭଦ୍ରକ ପୀରହାଟ ଥାନା ଅଧୀନସ୍ଥ ମାଲପୁର ଗ୍ରାମର ସୁଧାରଂଜନ ମହାନ୍ତି ତାଙ୍କ ଝିଅ ପ୍ରଜ୍ଞାସିନିଙ୍କୁ କେଉଁଝର ଜିଲା ନନ୍ଦିପଦା ଥାନା ଅନ୍ତର୍ଗତ ଅଁରା ଗ୍ରାମର ଖଗେଶ୍ୱର ଜେନାଙ୍କୁ ବିବାହ ଦେଇଥିଲେ । ଏବେ ସେମାନେ ଭଦ୍ରକ ସାହାପୁର ମୋଟେଲଛକସ୍ଥିତ ଏକ ଭଡାଘରେ ରହୁଥିଲେ । ଗତକାଲି ରାତିରେ ସୁଧାରଂଜନଙ୍କ ସାନଝିଅ ସହ ପ୍ରଜ୍ଞାସିନୀ ଭଲ କଥାବାର୍ତ୍ତା ହୋଇଥିଲା । ହଠାତ୍ ଆଜି ମୋ ପୁଅ ପାଖକୁ ମୋର ଜ୍ୱାଇଁ ଫୋନ୍ କରି ତୋ ଭଉଣୀ ବାଥରୁମ୍‌ରେ ପଡିଯାଇଥିବା କଥା କହିଥିଲେ । ମୋର ପୁଅ ତାର କାର୍ଯ୍ୟକ୍ଷେତ୍ରକୁ ଯିବା ପାଇଁ ସମୟ ହେବାରୁ ସେ ପଳାଇଯାଇଥିଲା । ପରେ ସେମାନେ ମୋ ଝିଅକୁ ଭଦ୍ରକ ଡାକ୍ତରଖାନା ନେଇଥିଲେ ମଧ୍ୟ ତାକୁ ମୃତ ଘୋଷଣା କରାଯାଇଛି । ଏହିକଥା ସେମାନେ ସୁଧାରଂଜନଙ୍କୁ ନଜଣାଇଥିବା କଥା ସେ କହିଛନ୍ତି । ଏବଂ ପ୍ରଞ୍ଜାସିନୀଙ୍କ ଶାଶୁ, ତାର ସ୍ୱାମୀ ଓ ତାଙ୍କର ଅନ୍ୟ ଏକ ଭାଇ ମିଶି ମୋ ଝିଅକୁ ମାରିଦେଇଥିବାର ଥାନାରେ ଅଭିଯୋଗ କରିବା ସହ ମୋତେ ଉଚିତ୍ ନ୍ୟାୟ ପ୍ରଦାନ କରିବା ପାଇଁ ମଧ୍ୟ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.