Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ସ୍ତରୀୟ ସିଏମ କିଷାନ ସହାୟତା ରାଶି ବଂଟନ କାର୍ଯ୍ୟକ୍ରମ

ଭଦ୍ରକ ଜିଲ୍ଲା ସ୍ତରୀୟ ସିଏମ କିଷାନ ସହାୟତା ରାଶି ବଂଟନ କାର୍ଯ୍ୟକ୍ରମ

15

ଭଦ୍ରକ, ୨୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୃଷି ଭିତିକ ଗଣପର୍ବ ପବିତ୍ର ନୂଆଖାଇ ଅବସରରେ ଜିଲ୍ଲା ସ୍ତରୀୟ ସିଏମ କିଷାନ ରବି-୨୦୨୫-୨୬ ର ସହାୟତା ରାଶି ବଂଟନ କାର୍ଯ୍ୟକ୍ରମ ଜିଲ୍ଲାପାଳ ଦିଲୀପ କୁମାର ରାଉତରାୟଙ୍କ ଅଧକ୍ଷତାରେ କୃଷି ବିଜ୍ଞାନ କେନ୍ଦ୍ର,ରାଣୀତାଲ,ଭଦ୍ରକ ଠାରେ ଅନୁଷ୍ଠିତ ହୋଇଯାଇଅଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ,ଉଚ୍ଚଶିକ୍ଷା, ଯୁବସେବାତଥାଓଡ଼ିଆଭାଷାସାହିତ୍ୟ ଓ ସଂସ୍କୃତିବିଭାଗ ସୂର୍ଯ୍ୟବଂଶୀ ସୂରଜ ଏବଂ ସମ୍ମାନିତ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ସହଯୋଗୀ ନିର୍ଦେଶକ ଗବେଷଣା ବିଶ୍ୱ ରଞ୍ଜନ ନାୟକ ଯୋଗ ଦେଇ କୃଷକ ମାନଙ୍କର ଆୟ ଦ୍ୱିଗୁଣିତ କରିବା ପାଇଁ ମତ ରଖିଥିଲେ। ଭଦ୍ରକ ଜିଲ୍ଲାରେ ସମୁଦାୟ ୨ ଲକ୍ଷ ୪୮ ହଜାର ୨୩୫ ଜଣ କୃଷକଙ୍କ ଜମା ଖାତାକୁ ସର୍ବମୋଟ ୪୯ କୋଟି ୬୪ ଲକ୍ଷ ୭୦ ହଜାର ଟଙ୍କା ଡ଼ିବିଟି ମାଧ୍ୟମରେ ପ୍ରଦାନ କରାଗଲା।ପରିଶେଷରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଦ୍ୱିଜବର ସେଠୀ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.