ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡର ଉଲ୍ଲେଖନୀୟ ଅବଦାନ ପାଇଁ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ ତଥା ସ୍କାଉଟ ଓ ଗାଇଡର ମୁଖ୍ୟ କମିଶନର କପିଳେନ୍ଦ୍ର ମିଶ୍ରଙ୍କୁ ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ରାଜଭବନ ପରିସରରେ ସ୍ମୃତ ଫଳକ ଓ ମାନପତ୍ର ଦେଇ ପୁରସ୍କୃତ କରିଛନ୍ତି । ଏହି ସଫଳତା ପାଇଁ ଭଦ୍ରକ ଜିଲ୍ଲାପାଳ ଡ. ସିଦ୍ଧେଶ୍ୱର ବଳିରାମ୍ ବୋନ୍ଦର ଶ୍ରୀଯୁକ୍ତ ମିଶ୍ରଙ୍କୁ ଅଭିନନ୍ଦନ ଜଣାଇଥିଲେ । ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀଙ୍କ ସହ ସ୍କାଉଟ ଜିଲ୍ଲା କମିଶନର ଅକ୍ଷୟ କୁମାର ହୋତା, ସଂଗଠନ କମିଶନର ଅଜୟ କୁମାର ନନ୍ଦ, ଟ୍ରେନିଂ କମିଶନର ବିପ୍ଲବ କୁମାର ପହି, ଗଦାଧର ସେନାପତି, ବିଜୟ ମିଶ୍ର, ଓଷ୍ଟା ଜିଲ୍ଲା ସମ୍ପାଦକ ପ୍ରଦୀପ୍ତ ଦାସ, ଗାଇଡ କ୍ୟାପଟେନ ଅମ୍ରିତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ତରଫରୁ ଜିଲ୍ଲାପାଲଙ୍କୁ ଏକ ସ୍ମୃତି ଫଳକ ଓ ପୁଷ୍ପ ଗୁଛ ପ୍ରଦାନ କରାଯାଇ ଥିଲା । ଜିଲ୍ଲା ଶିକ୍ଷାଧିକାରୀଙ୍କ ଏହି ସଫଳତା ପାଇଁ ଅତିରିକ୍ତ ଜିଲ୍ଲା ଶିକ୍ଷଧିକାରୀ ଦୀପକ ପାଢ଼ୀ, ପ୍ରଣୟ ନାୟକ, ମାୟାଧର ସାହୁ, ସମସ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ପ୍ରାଥମିକ ଫେଡେରେସନର ମହାସଚିବ ଚାରୁଲତା ମହାପାତ୍ର ଓ ଓଷ୍ଟା ସମ୍ପାଦିକା ସୁରଜିତା ନାୟକ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।







