Home ଜିଲ୍ଲା ପରିକ୍ରମା ଓଡ଼ିଶା ଦକ୍ଷତା ସମ୍ମିଳନୀ, ଭଦ୍ରକରୁ ଯୋଗଦେବେ ୫୦ ଜଣ

ଓଡ଼ିଶା ଦକ୍ଷତା ସମ୍ମିଳନୀ, ଭଦ୍ରକରୁ ଯୋଗଦେବେ ୫୦ ଜଣ

16

ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ମାସ ୨୦ ଓ ୨୧ ତାରିଖରେ ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ହେବାକୁ ଥିବା ବୃହତ୍ କାର୍ଯ୍ୟକ୍ରମ ଓଡ଼ିଶା ଦକ୍ଷତା ସମ୍ମିଳନୀ ୨୦୨୩ ରେ ଯୋଗ ଦେବାପାଇଁ ଭଦ୍ରକ ଜିଲ୍ଲାରୁ ଜିଲ୍ଲା ପ୍ରଶାସନ ଜରିଆରେ ୫୦ ଜଣ ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ୩୦ ଜଣ ବିଦ୍ୟାର୍ଥୀ, ୧୦ ଜଣ ଶିକ୍ଷକ ଓ ଅତିଥିଭାବେ ୧୦ ଜଣ ଉଚ୍ଚ ପ୍ରଶାସନିକ ଅଧିକାରୀ । ସୂଚନା ଯୋଗ୍ୟକି ଅନୁସୂଚୀତ ଜାତି ଓ ଅନୁସୂଚୀତ ଜନଜାତି ହଷ୍ଟେଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତିହିଡ଼ି ବ୍ଲକ୍‌ର ଦହପାଣିଆ ଏସ୍‌.ସି.ଏସ୍‌.ଟି ହଷ୍ଟେଲ୍ ରୁ ୫ ଛାତ୍ର ଓ ୫ ଛାତ୍ରୀଙ୍କ ସହ ଜଣେ ପରିଚାଳକ ଓ ଜଣେ ପରିଚାଳିକା ଏଥିରେ ସାମିଲ ହୋଇଛନ୍ତି । ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ୩ ଜଣ ଏସ୍‌.ସି. ଓ ୭ ଜଣ ଏସ୍‌.ଟି ବର୍ଗର ଅଛନ୍ତି । ସେହିପରି ହାଇସ୍କୁଲ ଶିକ୍ଷକ ବର୍ଗରେ ୧୦ ଜଣ ଶିକ୍ଷକଙ୍କୁ ମନୋନୀତ କରାଯାଇଛି । ଯୁକ୍ତ ଦୁଇ ବିଦ୍ୟାଥୀ ବର୍ଗରେ ୫ ଜଣ ଛାତ୍ର ଓ ୫ ଜଣ ଛାତ୍ରୀ ଏବଂ ସେମାନଙ୍କ ମଧ୍ୟରେ ୮ ଜଣ ବିଜ୍ଞାନରେ ଓ ୨ ଜଣ ଧନ୍ଦାମୂଳକ ଶିକ୍ଷାର୍ଥୀ ଅଟନ୍ତି ।

ଆଇ.ଟି.ଆଇ ଓ ପଲିଟେକନିକ୍ ବିଦ୍ୟାର୍ଥୀ ଭାବେ ମଧ୍ୟ ୧୦ ଜଣଙ୍କୁ ମନୋନୀତ କରାଯାଇଛି । ସରକାରୀ ପଲିଟେକ୍‌ନିକ୍‌, ଭଦ୍ରକ ଅନୁଷ୍ଠାନରୁ ୭ ଜଣ ଓ ସରକାରୀ ଆଇ.ଟି.ଆଇ., ଭଣ୍ଡାରିପୋଖରୀରୁ ୩ ଜଣ ବିଦ୍ୟାର୍ଥୀ ମାନଙ୍କ ମଧ୍ୟରେ ୫ ଜଣ ଛାତ୍ର ଓ ୫ ଜଣ ଛାତ୍ରୀ ଅଛନ୍ତି । ସେହିପରି ଏହି ସମ୍ମିଳନୀରେ ଅତିଥି ଭାବେ ଯୋଗଦେବା ପାଇଁ ମନୋନୀତ ୧୦ ଜଣ ଉଚ୍ଚ ପ୍ରଶାସନିକ ଅଧିକାରୀ ମାନଙ୍କ ମଧ୍ୟରେ ଅଛନ୍ତି ଜିଲ୍ଲାପାଳ, ଦୁଇ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ନିୟୋଜନ ଅଧିକାରୀ, ଜି.ଏମ୍‌.ଡ଼ି.ଆଇ.ସି., ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଆଦାନୀ ପୋର୍ଟର ସିନିୟର ଅଫିସର ଏବଂ ସରକାରୀ ପଲିଟେକ୍‌ନିକ୍ ଭଦ୍ରକର ଅଧ୍ୟକ୍ଷ । ଆଜି ଏକ ଓ.ଏସ୍‌.ଆର.ଟି.ସି. ବସ୍ ଦ୍ୱାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରାର ଶୁଭାରମ୍ଭ କରାଯାଇଛି । ଅତିରିକ୍ତ ଉପଜିଲ୍ଲାପାଳ ଡ. ଲକ୍ଷ୍ମୀପ୍ରସାଦ ସାହୁ, ଡ଼େପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳ, ପତାକା ପ୍ରଦର୍ଶନ କରି ଏହି ଯାତ୍ରାକୁ ଶୁଭାରମ୍ଭ କରିଥିଲେ । ଜିଲ୍ଲା ନିୟୋଜନ ଅଧିକାରୀ ଅଜୟ କୁମାର ଦାସ ସଂଯୋଜକ ଭାବେ ସମସ୍ତ କାର୍ଯ୍ୟର ଆୟୋଜନ ଓ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.