Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଯାଦବ ମହାସଭା ସମ୍ମିଳନୀ, ରାଷ୍ଟ୍ରିୟ ଯୁବ ଯାଦବ ସଭାପତି ଇଂ ପ୍ରଦୀପ ବେହେରାଙ୍କୁ...

ଭଦ୍ରକ ଜିଲ୍ଲା ଯାଦବ ମହାସଭା ସମ୍ମିଳନୀ, ରାଷ୍ଟ୍ରିୟ ଯୁବ ଯାଦବ ସଭାପତି ଇଂ ପ୍ରଦୀପ ବେହେରାଙ୍କୁ ବିପୁଳ ସମ୍ବର୍ଦ୍ଧନା

12

ଭଦ୍ରକ, ୧୪ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉତ୍କଳ ଯାଦବ ମହାସଭା ଭଦ୍ରକ ଜିଲା ପକ୍ଷରୁ ଏକ ସମ୍ମିଳନୀ ଚରଂପାସ୍ଥିତ ଅଗ୍ରଓାଲ ପାଲେସ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲା ସଭାପତି ସୁଧାଂଶୁ କୁମାର ନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ସର୍ବଭାରତୀୟ ଅଖିଳ ଯାଦବ ଯୁବ ସଭାପତି ଇଂ ପ୍ରଦୀପ କୁମାର ବେହେରା, ସମ୍ମାନୀତ ଅତିଥିଭାବେ ରାଜ୍ୟ ଉତ୍କଳ ଯାଦବ ମହାସଭାର ସଂପାଦକ ପ୍ରାକ୍ତନ କର୍ପୋରେଟର ପ୍ରଦୀପ କୁମାର ବେହେରା ,ଜିଲ୍ଲା ସଂପା୍‌ଦକ ଦିଲିପ କୁମାର ନାୟକ, ରାଜ୍ୟ ଯୁବ ସଂ୍େ‌ଯାଜକ ନନ୍ଦ ଲାଲ , ରାଜ୍ୟ ଯୁବ ସାଧାରଣ ସଂପାଦକ ଅମର କୁମାର ନାୟକ,ସ୍ୱତନ୍ତ୍ର ଅତିଥିଭାବେ ଭଦ୍ରକ ଜିଲ୍ଲାର ଯୁବଯାଦବ ସଭାପତି ରବି ନାରାୟଣ ଖିଲାର,ଅନ୍ୟତମ ଅତିଥିଭାବେ ବାଲେଶ୍ୱର ଯାଦବ ମହାସଭାର ସଂଯୋଜକ ଜଗନ୍ନାଥ ଦାସ,ବାଲେଶ୍ୱର ଯୁବ ସଭାପତି ରାଜେଶ ମହାକୁଡ,କଟକ ମହାନଗର ସାଧାରଣ ସଂପାଦକ ସମର୍‌ଜିତ ବେହେରା ପ୍ରମୁଖ ଯୋଗଦେଇ କହିଲେ ଏ ଜାତିର ଏ୍ୟତିହ୍ୟ,ପରଂପରା ଅନନ୍ୟ । ସମସ୍ତେ ଏକ ହେଲେ ସବୁ କାର୍ଯ୍ୟ ସମ୍ଭବ ହୋଇପାରିବ । ମୁଖ୍ୟଅତିଥି ଇଂ ପ୍ରଦୀପ ବେହେରା କହିଲେ ଆଜି ଆମେ ଭାବି ବଂଶଧରଙ୍କୁ ଜାତି,ପ୍ରେମରେ ଉଦବୋଧ କରିବା ଆବଶ୍ୟକ । ସେମାନଙ୍କୁ ଏ ଜାତିର ଲଢାଇ ସହିତ ପରିଚିତ କରିବା ସହ ସଂଗଠନକୁ ମଜଭୁତ କରିବାକୁ ହେବ ବୋଲି କହିଥିଲେ । ଓଡିଆ ଭାଷା,ସାହିତ୍ୟ ଓ ,ସଂସ୍କୃତିକୁ ସମୃଦ୍ଧି କରିବା ସହିତ ଶିକ୍ଷାକୁ ଗୁରୁିତ୍ୱ ଦେଲେ ନିଶ୍ଚୟ ଆମେ ଉନ୍ନତି କରି ପାରିବା ବୋଲି ମତ ପ୍ରକାଶ ପାଇଥିଲା । ଜାତିପାଇଁ ଭାଷା କେବେ ପ୍ରତିବନ୍ଧକ ହୁଏନା । ପାରସ୍ପରିକ ସାହାଯ୍ୟ ଦ୍ୱାରା ଦେଶ,ଜାତି ଏବଂ ଭାଷା ସମୃଦ୍ଧ ହୁଏ । ଅନ୍ୟତମ ଅତିଥି ଶ୍ରୀ ଖିଲାର କହିଲେ ଇତିହାସ ଛଡା ଜାତିର ଅସ୍ତିତ୍ୱ ନାହିଁ ।

ଇତିହାସ ଆମ ସଭ୍ୟତାର ସାକ୍ଷୀ । ଇତିହାସରେ ଆମ ଜାତିର ବହୁ ଗୌରବଗାଥା ରହିଛି । ତେଣୁ ଆମେମାନେ ସଂଗଠିତ ହେବା ଦରକାର । ରାଷ୍ଟ୍ରିୟ ଅଧ୍ୟକ୍ଷ ଶ୍ରୀ ବେହେରାଙ୍କ କାର୍ଯ୍ୟକ୍ରମ ଆମକୁ ଆମ ରାଜ୍ୟକୁ, ଓ ଦେଶ ପ୍ରେରଣା ଦେବ ବୋଲି ଆଶାତଥା ବିଶ୍ୱାସ ରହିଛି । ଇଂ ପ୍ରଦୀପ ବେହେରା ନିଶ୍ଚୟ ଏ ଜାଲିପାଇଁ ଲଢେଇ କରିବେ ବୋଲି ଆଶା ଓ ବିଶ୍ୱାସ ରହିଛି । କାର୍ଯ୍ୟକାରୀ ସଭାପତି ପ୍ରଭାକର ପରିଡା,କୃଷ୍ମଚନ୍ଦ୍ର ମହାକୁଡ, ଜିଲ୍ଲା ସଂଯୋଜକ କୃଷ୍ଣଚନ୍ଦ୍ର ବେହେରା,ସଂପାଦକ ସନ୍ତୋଷ କୁମାର ଦାସ, ସହ ସଂପାଦକ ମାନସ କୁମାର ପରିଡା, ଅଶୋକ କୁମାର ଦାସ,ଉପସଭାପତି ସଂଜୀବ କୁମାର ନାୟକ,ସାଧୁଚରଣ ବାରିକ,ସତ୍ୟବ୍ରତ ଦାସ,ନିରଂଜନ ବାରିକ,ଭଣ୍ଡାରିପୋଖରୀ ବ୍ଲକ ସଭାପତି ଧୃବ ବାରିକ, ଧାମାନଗର କାର୍ଯ୍ୟକାରୀ ସଭାପତି ଅନିଲ କୁମାର ବାରିକ,ସାଧାରଣ ସଂପାଦକ କୁଳମଣି ବେହେରା ,ଜୋନ ସଭାପତି ରବୀନ୍ଦ୍ର ଦାସ, ମାଧବ ଖଟୁଆ,ରାଜୀବ ଦାସ,ପିଣ୍ଟୁ ଦାସ,ଲଲାଟେନ୍ଦୁ ଦାସ,ତିହିଡି ବ୍ଲକ ସଭାପତି ହରିଶ କୁମାର ବାରିକ, ରାମ ଚନ୍ଦ୍ର ଦାସ,ବାସୁଦେବପୁର ବ୍ଲକ ସଂପାଦକ ଭାଗିରଥି ପଲେଇ ,ବନ୍ତର ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା,ରବୀନ୍ଦ୍ର ଦାସ ,ଜିଲ୍ଲା କୋଷାଧ୍ୟକ୍ଷ ବିଷ୍ଣୁ ପଲେଇ,ଦୀଲିପ ଦାସ, ଜ୍ଞାନ ମହାକୁଡ,ତୁଲସି ବେହେରା ,ଜଗନ୍ନାଥ ବେହେର।।,ସଂଜୟ ପଲେଇ ,ସରପଂଚ ମନୋଜ ନାୟକ,ଷ୍ଟାଲିନ ବାରିକ ,ରିତେଶ ନାୟକ,ପାପୁନ ନାୟକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ଏକ ହଜାରରୁ ଉର୍ଦ୍ଧ ବାଇକ ଶୋଭାଯାତ୍ରା ସ୍ଥାନୀୟ ନେହେରୁ ଷ୍ଟାଡିୟମ ରୁ ବାହାରି ଚରଂପା ଅଗ୍ରଓାଲ ପାଲେସ ଠାରେ ପହଂଚିଥିଲା । ନୃତ୍ୟଶିଳ୍ପୀ ଶିଖାରାଣୀ ସାହୁ ସ୍ୱାଗତ ଭାଷଣ ସହ ନୃତ୍ୟ ମାଧ୍ୟମରେ ଅତିିଥିମାନଙ୍କୁ ସ୍ୱାଗତ କରିଥିଲେ । ଶେଷରେ ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.