Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲିଫ୍ଟରେ ଚାପି ହୋଇ ମହିଳାଙ୍କ ମୃତ୍ୟୁ ପ୍ରସଙ୍ଗ, ଜିଲ୍ଲାପ୍ରଶାସନକୁ ଘେରିଲା...

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲିଫ୍ଟରେ ଚାପି ହୋଇ ମହିଳାଙ୍କ ମୃତ୍ୟୁ ପ୍ରସଙ୍ଗ, ଜିଲ୍ଲାପ୍ରଶାସନକୁ ଘେରିଲା ବିଜେଡି

136

ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲିଫ୍ଟରେ ଚାପିହୋଇ ଭଦ୍ରକ ଗ୍ରାମାଂଚଳ ଥାନା ଅଧିନସ୍ଥ ରାନ୍ଦିଆ ପଂଚାୟତ ନରସିଂହପୁରର ମୀନତି ପରିଡ଼ାଙ୍କ ଅଭାବନୀୟ ମୃତ୍ୟୁ ଏକ ଦୁର୍ଘଟଣା ନୁହେଁ, ବରଂ ମନୁଷ୍ୟାକୃତ ଦୁଖଦଃ ଘଟଣା ବୋଲି ଜିଲ୍ଲା ବିଜେଡି ଅଭିଯୋଗ କରିଛି। ଏବଂ ଜିଲ୍ଲାର ସମସ୍ତ ବିଜେଡି ଜନପ୍ରତିନିଧିମାନେ ଏଥିପାଇଁ ସରକାରଙ୍କୁ ଦାୟୀ କରି ଜିଲ୍ଲାପାଳ ଦିଲ୍ଲୀପ କୁମାର ରାଉତରାଏ ଙ୍କ ସମେତ ପ୍ରଶାସନର ଅନ୍ୟ ପଦାଧିକାରୀ ଙ୍କ ସହ ଆଲୋଚନା କରି ମାସକ ମଧ୍ୟରେ ପୁରୁଣା ଡାକ୍ତରଖାନା ଟିକୁ ବିଜେଡି ସରକାରଙ୍କ ଅମଳରେ ପ୍ରାୟ ଦୁଇଶହ କୋଟି ଟଙ୍କାରେ ଗେଲପୁର ରେ ନିର୍ମିତ ନୂତନ ବିଲଡିଂକୁ ସ୍ଥାନାନ୍ତର କରା ନ ଗଲେ ଭଦ୍ରକ ଜିଲ୍ଲାବାସୀଙ୍କ ସ୍ୱାର୍ଥକୁ ଆଖିଆଗରେ ରଖି ତାଙ୍କ ଦଳ ଲୋକଙ୍କ ସହ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି।ତେବେ ଜିଲ୍ଲାପାଳ ଓ ଅନ୍ୟ ପଦାଧିକାରୀଙ୍କ ସହ ଆଲୋଚନା କାଳରେ ଚାନ୍ଦବାଲିର ବିଧାୟକ ଡ.ବ୍ୟୋମକେଶ ରାୟ,ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ,ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ,ପୂର୍ବତନ ସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ ପ୍ରମୁଖ ଗତ ଦୁଇଦିନ ତଳର ଦିଶା ବୈଠକରେ ଏହି ଡାକ୍ତରଖାନାର ଅସୁରକ୍ଷିତ ଲିଫ୍ଟ ଓ ସ୍ଥାନାନ୍ତର ନେଇ ତାଙ୍କ ଦଳର ଜନପ୍ରତିନିଧିମାନେ ପ୍ରଶ୍ନ ଉଠାଇଥିବାବେଳେ ମାସକ ମଧ୍ୟରେ କେବଳ ଡାକ୍ତରଖାନା ନୁହେଁ, ତାଙ୍କ ସରକାରଙ୍କ ସମୟରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଯେତେ ପ୍ରକଳ୍ପ କାର୍ଯ୍ୟକାରୀ ନ ହୋଇ ପଡ଼ିରହିଛି, ସେଗୁଡିକ ଚାଲୁ କରା ନ ଗଲେ ବିଜେଡି ଆଗାମୀଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଘେରିବ ବୋଲି ଚେତାବନୀ ଦେଇଛି। ବିଶେଷ ଭାବେ ପ୍ରଶାସନ ଫାୟାର ଲାଇସେନ୍ସ ଓ ଏର୍ନାଭେଣ୍ଟ ନଥିବା ଆଳରେ ନୂତନ ଡାକ୍ତରଖାନା ଟି ସ୍ଥାନାନ୍ତର ହୋଇପାରୁ ନାହିଁ ବୋଲି ସଫେଇ ଦେବା କ୍ଷୋଭର ବିଷୟ ବୋଲି କହି ବିଭିନ୍ନ ଘରୋଇ ହସ୍ପିଟାଲ ଗୁଡିକୁ ସରକାର ୧୦/୧୫ ଦିନ ମଧ୍ୟରେ ସମସ୍ତ ଅନୁମତି ଦେଉଥିବାବେଳେ ଏ କ୍ଷେତ୍ରରେ ଲୋକଙ୍କୁ ଭୂଆଁ ବୁଲାଇବା ଧର୍ମକୁ ଆଖିଠାର ବୋଲି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ ଗଣମାଧ୍ୟମକୁ କହିଛନ୍ତି। ତେବେ ମୋଟାମୋଟି ଆଲୋଚନା କାଳରେ ନୂତନ ଡାକ୍ତରଖାନାଟିକୁ ସଂଗେ ସଂଗେ ସ୍ଥାନାନ୍ତର ପ୍ରସଙ୍ଗରେ ଜିଲ୍ଲାପାଳ ଶ୍ରୀ ରାଉତରାଏ ଓ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କ ଅସହାୟତାକୁ ଦେଖି ଉପସ୍ଥିତ ନେତାମାନେ ମାସେ ସମୟ ଦେଇଥିବାର ଜଣାପଡିଛି। ଆଜିର ଏହି ବୈଠକରେ ଜିଲ୍ଲାପ୍ରଶାସନର ସମସ୍ତ ଉଚ୍ଚ ପଦାଧିକାରୀଙ୍କ ସମେତ ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ,ପୂର୍ବତନ ସାଂସଦ ଜିଲ୍ଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ,ସଦର ବ୍ଲକ ଅଧକ୍ଷା ଶ୍ରୀମତୀ ଉର୍ମିଳା ନାୟକ, ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ, ଡ଼ଃ ସଞ୍ଜୟ ଦାସ, ସଦର ପୌରପାଳିକା ଚେୟାରମ୍ୟାନ ଗୁଲମକ୍କୀ ହବିବ,ପୂର୍ବତନ ଅଧକ୍ଷ ଧାମନଗର ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.