Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ବ୍ୟାଡ଼ମିଂଟନ ଚାମ୍ପିୟନସିପ ଉଦଘାଟିତ

ଭଦ୍ରକ ଜିଲ୍ଲା ବ୍ୟାଡ଼ମିଂଟନ ଚାମ୍ପିୟନସିପ ଉଦଘାଟିତ

6

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ସଟଲ ଆସୋସିଏସନ, ଭଦ୍ରକ ଓ ମା ଦୁର୍ଗା ଆସୋସିଏସନ ଧାମନଗର ମିଳିତ ସହଯୋଗରେ ଓଡ଼ିଶା ଷ୍ଟେଟ ବ୍ୟାଡ଼ମିଂଟନ ଆସୋସିଏସନ ସ୍ୱୀକୃତି ପ୍ରାପ୍ତ ଭଦ୍ରକ ଜିଲ୍ଲା ଚାମ୍ପିୟନସିପ ଟୁର୍ନାମେଂଟ ଧାମନଗର ବହୁମୁଖୀ ଇଣ୍ଡୋର ଷ୍ଟାଡ଼ିୟମ ପରିସରରେ ଶନିବାର ଠାରୁ ଆରମ୍ଭ ହୋଇଛି। ଦୁଇ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ବିଭିନ୍ନ ବ୍ଲକ ରୁ ପ୍ରତିଯୋଗୀ ଭାଗ ନେଇଛନ୍ତି। ଆଜି ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ସମ୍ମାନିତ ଅତିଥି ଅତିରିକ୍ତ ଆରକ୍ଷୀଅଧୀକ୍ଷକ ଅଂଶୁମାନ ଦ୍ୱିବେଦୀ, ଧାମନଗର ଏସ. ଡି. ପି. ଓ ତ୍ରିଲୋଚନ ସେଠୀ, ଜିଲ୍ଲା କ୍ରୀଡା ଅଧିକାରୀ ରମାକାନ୍ତ ମହାନ୍ତି, ମନ୍ତ୍ରୀଙ୍କ ପ୍ରତିନିଧି କୈଳାଶ ମହାପାତ୍ର, ସାଂସଦ ପ୍ରତିନିଧି ସରୋଜ ମହାପାତ୍ର, ବରିଷ୍ଠ ରାଜନେତା ଅରବିନ୍ଦ ପତି ପ୍ରମୁଖ ଯୋଗଦେଇ ଅନୁଷ୍ଠାନିକ ଭାବେ ପ୍ରତିଯୋଗିତା ଟିକୁ ଉଦଘାଟନ କରିଥିଲେ। ଏହି ଉଦଘାଟନୀ ଉତ୍ସବରେ ଜିଲ୍ଲା ସଟଲ ଆସୋସିଏସନର ସଭାପତି ମହେଶ କୁମାର ସମ୍ପାଦକ ସମୀର ଦାସ ସହଯୋଗୀ ଅନୁଷ୍ଠାନ ମା ଦୁର୍ଗା ଆସୋସିଏସନ ଧାମନଗର ର ସମ୍ପାଦକ ଅଜିତ ମହାପାତ୍ର, କାର୍ଯ୍ୟକାରୀ ସଭାପତି ବିବେକ ଜେନା ଉପସ୍ଥିତ ଥିଲେ। ଚାମ୍ପିୟନସିପ କମିଟିର କାର୍ଯ୍ୟକାରୀ ସମ୍ପାଦକ ସଞ୍ଜୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଖେଳାଳି ମାନଙ୍କୁ ଉତ୍ସାହିତ କରିବା ସହିତ ଧାମନଗର ରେ ଏହି ପ୍ରତିଯୋଗିତା ପ୍ରଥମ ଥର ଆୟୋଜିତ ହେଉ ଥିବାରୁ ଜିଲ୍ଲା ପ୍ରଶାସନ ଓ ଷ୍ଟେଟ ବ୍ୟାଡ଼ମିଂଟନ ଆସୋସିଏସନକୁ କୃତଜ୍ଞତା ଜଣାଇ ଥିଲେ। ଏହି ଅବସରରେ ବିକାଶ ଗୁପ୍ତା, ଅମର ରାମ, ସୁବ୍ରତ ସାହୁ, ବ୍ୟୋମକେଶ ମହାପାତ୍ର, ଦୟାନିଧି ରାଉତ, ଶୁଭମ ବସନ୍ତରାୟ, ନୀତିନ ସାହୁ, ରଂଜିତ ମଲ୍ଲିକ, ସ୍ମୃତିରଞ୍ଜନ ବାରିକ, ଲିଲୁପ କୁମାର ସାମଲ, କିଶୋର ନାୟକ ପ୍ରମୁଖ ଉତ୍ସବ ପରିଚାଳନା କରିଥିବା ବେଳେ,ବ୍ୟୋମକେଶ ମହାପାତ୍ର ଉତ୍ସବ ସଂଯୋଜନା ଓ ମନ୍ମଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.