ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସୂଚନା ଥାଉକି ପ୍ରତି ବର୍ଷ ଭଳି ଚଳିତ ବର୍ଷ ଭଦ୍ରକ ଜିଲ୍ଲା ବେଡ଼ମିଂଟନ ଆସୋସିଏସନ ପକ୍ଷରୁ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମଠାରେ ଜିଲ୍ଲା ସ୍ତରୀୟ ବେଡ଼ମିଂଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଂଟରେ ସର୍ବ ମୋଟ ୧୮୫ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ଆସୋସିଏସନର ସଭାପତି ସତ୍ୟନ୍ଦୁ ରାୟ ମହାପାତ୍ର ସମ୍ପାଦକ ସୁଶୀଲ ନାୟକ, ଅନ୍ୟାନ୍ୟ ସଦସ୍ୟକୁ ନେଇ ଏହି ଟୁର୍ଣ୍ଣାମେଂଟ ଆୟୋଜନ କରାଯାଇଥିଲା, ମୁଖ୍ୟ ଅତିଥି ଭାବେ ଭଦ୍ରକ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ ଫିତା କାଟି ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରି ସମାଜକୁ ବାର୍ତା ଦେଇଥିଲେ ଯେ ଖେଳ ଦ୍ୱାରା ପିଲାମାନଙ୍କର ଶାରୀରିକ ଓ ମାନସିକ ସ୍ତରରେ ଅନେକ ବିକାଶ ହୋଇଥାଏ। ଜିଲ୍ଲା ପ୍ରଶାସନ ତରଫରୁ ସମ୍ପୂର୍ଣ ଭାବେ ଜିଲ୍ଲା ବେଡ଼ମିଂଟନ ଆସୋସିଏସନକୁ ସାହାଯ୍ୟ ଓ ସହଯୋଗ ରହିଛି ।








