Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ଜିଲ୍ଲା ସ୍ତରୀୟ ଷଷ୍ଠ ବାର୍ଷିକ ସମାରୋହ

ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ଜିଲ୍ଲା ସ୍ତରୀୟ ଷଷ୍ଠ ବାର୍ଷିକ ସମାରୋହ

6

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମାଜରେ ବରିଷ୍ଠ ଙ୍କ ସ୍ଥାନ ସୂତନ୍ତ୍ର। ଏହାକୁ ପାଥେୟ କରି ପରିବାର ଓ ସମାଜ ସୂତନ୍ତ୍ର ଧ୍ୟାନ ଦେବା ବର୍ତମାନ ର ଆବଶ୍ୟକ। ପାଶ୍ଚାତ୍ୟ ସଭ୍ୟତା କୁ ଆପଣାଇ ଥିବା ପିଲାମାନେ ମନେ ରଖିବା ଉଚିତ ଯେ, ପିତା ମାତାଙ୍କର ସେବା ପ୍ରଥମ କର୍ତବ୍ୟ। ଏହାକୁ ଯେ ଭୁଲିଯାଏ ସେ ମଣିଷ ନୁହେଁ ପଶୁ ସମାନ। ଏହି ଅବସରରେ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତିଙ୍କ ପୌରହିତରେ ଭାଗବତ କଲ୍ୟାଣ ମଣ୍ଡପରେ ଜିଲ୍ଲାର ସମସ୍ତ ସତେଇଶ ଗୋଟି ବ୍ଲକ ସ୍ତରୀୟ ସଂଘର ସଭାପତି, ସମ୍ପାଦକ ଙ୍କ ସମେତ ଜିଲ୍ଲା ମହାସଂଘର ଉପଦେଷ୍ଟା, କାର୍ଯ୍ୟକାରିଣୀ ସଦସ୍ୟ ମାନଙ୍କ ଉପସ୍ଥିତରେ ପ୍ରାୟ ଚାରିଶହ ବରିଷ୍ଠ ନାଗରିକ ମାନେ ସମାରୋହରେ ଯୋଗ ଦେଇଥିଲେ। ବିଭୂତି ଭୂଷଣ ସେନାପତି ଅତିଥିଙ୍କୁ ମଂଚ ଆମନ୍ତ୍ରଣ କରିଥିଲେ। ମୁଖ୍ୟ ଅତିଥି ଓଡିଶା ସରକାର ଙ୍କ ସାମାଜିକ ସୁରକ୍ଷା ବିଭାଗର ଅତିରିକ୍ତ ସଚିବ ଦୀପକ ରାଉତରାଏ, ଜିଲ୍ଲା ମୁଖ୍ୟ ଚିକିତ୍ସା ଧିକାରୀ ଡା. ପ୍ରମୋଦ ପ୍ରହରାଜ, ଡା. ସୁଧୀରଞ୍ଜନ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଖଗେଶ୍ୱର ସେଠୀ, ସମ୍ବର୍ଦ୍ଧିତ ପ୍ରତିଭା ପୂର୍ବତନ ମନ୍ତ୍ରୀ ଯୁଗଳକିଶୋର ପଟ୍ଟନାୟକ, ବରିଷ୍ଠ ଶିକ୍ଷାବିତ ହରିହର ରାଉତରାଏ ଶୈଲେନ କୁମାର ମହାପାତ୍ର, ଭାରତୀୟ ଷ୍ଟେଟ ବ୍ୟାଙ୍କ, ଭଦ୍ରକ ଶାଖାର ଚିଫ ମେନେଜର ସଞ୍ଜୟ କୁମାର ତ୍ରିପାଠୀ, ମହେଶ୍ୱର ବେହେରା, ଦେବିକିଙ୍କର ବ୍ରହ୍ମଦାସ ପାଣିଗ୍ରାହୀ, ସାଧାରଣ ସମ୍ପାଦକ କୈଳାଶ ମହାପାତ୍ର ସମ୍ପଦକୀୟ ବିବରଣୀ ପାଠ ରେ ବିଭାଗୀୟ ଅତିରିକ୍ତ ସଚିବ ଙ୍କ ଦୃଷ୍ଟି ଆକର୍ଷଣ କରି ଭଦ୍ରକ ଜିଲ୍ଲାର ସମସ୍ତ ବରିଷ୍ଠ ସଂଘ କୁ ପଚାଶ ହଜାର ସରକାରୀ ଅନୁଦାନ ରାଶୀ ଦେଲେ। ବ୍ଲକ ସ୍ତରୀୟ ସଂଘ ତାର ଭିତିଭୂମି ସଜାଡି ପାରିବ, ମହାସଂଘ ର ସିନିଅର ସିଟିଜେନ ମଲ୍ଟିପୁଲ ହବ ମହାନଦୀ କୋଲ ଲିମିଟେଡ଼ ଆର୍ôଥକ ଅନୁଦାନରେ ନିର୍ମାଣ ପାଇଁ ଜିଲ୍ଲା ପ୍ରଶାସନକୁ ପୁଣି ଥରେ ଆଜିର ସଭାରେ ଅନୁରୋଧ କରାଗଲା। ଅତିରିକ୍ତ ସଚିବ କହିଲେ କି ଖୁବଶୀଘ୍ର ଓଡିଶା ସରକାର ବରିଷ୍ଠ ଙ୍କ କଲ୍ୟାଣ ନିମନ୍ତେ ନୂଆ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି। ବରିଷ୍ଠ ମାନେ ୧୪୫୬୭ ଟୋଲଫ୍ରି ନମ୍ବର ରେ ଅଭିଯୋଗ କଲେ ଆମ ବିଭାଗ ତୁରନ୍ତ ପଦକ୍ଷେପ ନେବ। ସରକାର ଆପଣଙ୍କ ସହ ଅଛନ୍ତି, ଅନ୍ୟତମ ପ୍ରତିଭା ଯୁଗଳ କିଶୋର ପଟ୍ଟନାୟକ ଅତ୍ୟନ୍ତ ଭାବବିହୋଳ ରେ କହିଲେ କି ଭଦ୍ରକ ମାଟି ସମସ୍ତ ବରିଷ୍ଠ ମାନଙ୍କ ଉପସ୍ଥିତ ସମ୍ବର୍ଦ୍ଧିତ କଲେ ଏହା ମୋ ପ୍ରତି ଶ୍ରେଷ୍ଠ ସମ୍ମାନ। ଅଲ ଇଣ୍ଡିଆ ମେଡିକାଲ ଆସୋସିଏସନ୍ ଭଦ୍ରକ ଶାଖା ପକ୍ଷରୁ ଡାକ୍ତର ରବୀନ୍ଦ୍ର କୁମାର ନାୟକ ଓ ଡାକ୍ତର ହରେକୃଷ୍ଣ ନାୟକ ଶ୍ରୀ ପଟ୍ଟନାୟକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବରିଷ୍ଠ ମାନଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ସମସ୍ତ ସହଯୋଗ କରିବେ। ଅନ୍ୟତମ ଚିକିତ୍ସାଧିକାରୀ ଡା. ସୁଧୀରଞ୍ଜନ ନାୟକ କହିଲେ ମୋ ଜନ୍ମ ମାଟି ପାଇଁ ସ୍ୱାସ୍ଥ୍ୟ ଭିତିଭୂମିକୁ ସୁଦୃଢ କରାଇବା ପାଇଁ ଅବିରତ ଉଦ୍ୟମ ଜାରି ରଖିଛି ବୋଲି କହିଥିଲେ। ଉପଦେଷ୍ଟା ଅଜୟ କୁମାର ନାୟକ ସ୍ୱାଗତ ଭାଷଣ, ପଦ୍ମନ କୁମାର ରାୟ, ସଚିକାନ୍ତ ପଣ୍ଡା, ଶଶିକାନ୍ତ ପାଢ଼ୀ, ପର୍ଶୁରାମ ଦିବେଦୀ, ଲକ୍ଷ୍ମଣ ମହାନ୍ତି, ରାଧାରାଣୀ ମହାପାତ୍ର, ସଂଗୀତା ଦେ, ଇନ୍ଦ୍ରମଣି ପଣ୍ଡା, ରାମଚନ୍ଦ୍ର କର, ଗୋଲକ ସାହୁ, କୈଳାଶ ପଣ୍ଡା, ଭକ୍ତହରି ମହାପାତ୍ର, ଅଖିଳ ମୋହନ ପାଢ଼ୀ, ବିଚିତ୍ରାନନ୍ଦ ମହାନ୍ତି,ମାନପତ୍ର ପାଠ ସହ କାର୍ଯ୍ୟକ୍ରମରେ ଅଂଶ ନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.