Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରିଣୀ ବୈଠକ ଓ ଅବସରକାଳୀନ ସଭା

ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରିଣୀ ବୈଠକ ଓ ଅବସରକାଳୀନ ସଭା

4

ଭଦ୍ରକ, ୩୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର ସଭାପତି ଲଲାଟେନ୍ଦୁ ମହାନ୍ତିଙ୍କ ପୌରୋହିତ୍ୟରେ ଭଦ୍ରକ ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ଏକ ବିଦାୟକାଳୀନ ସଭା ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମହାସଂଘର ସାଧାରଣ ସମ୍ପାଦକ କୈଳାସ ଚନ୍ଦ୍ର ମହାପାତ୍ର ମାନନୀୟ ମୁଖ୍ୟମନ୍ତ୍ରୀ ମହୋଦୟଙ୍କ ଭଦ୍ରକ ଗସ୍ତ ଅବସରରେ ବରିଷ୍ଠ ମାନଙ୍କ ସମସ୍ୟା ସମ୍ପର୍କୀତ ଏକ ୫ ଦଫା ଦାବି ସମ୍ବଳିତ ଦାବୀପତ୍ର ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ମହାସଂଘର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀ ମହୋଦୟଙ୍କୁ ସାକ୍ଷାତ କରି ଦାବୀପତ୍ର ପ୍ରଦାନ ପାଇଁ ବୈଠକରେ ନିଷ୍ପତି ନିଆଯାଇଛି। ଜିଲ୍ଲା ସଦର ମହକୁମାରେ ବରିଷ୍ଠଙ୍କ ପାଇଁ ଏକ ବରିଷ୍ଠ ନାଗରିକ ବହୁମୁଖୀ ଗୋଷ୍ଠୀ କେନ୍ଦ୍ର ଆବଂଟିତ କଲେ ଜୀବନର ଶେଷ ସମୟରେ ଉକ୍ତ ଗୋଷ୍ଠୀ କେନ୍ଦ୍ରରେ ଯୋଗ, ପ୍ରାଣାୟାମ, ନିୟମିତ ବୈଠକ, ଭାଗବତ, ରାମାୟଣ, ଗୀତା ଇତ୍ୟାଦି ପୁସ୍ତକ ପଠନ କରିବାରେ ସହାୟକ ହେବ ଓ ଜିଲ୍ଲା ସଦର ମହକୁମାରେ ଶ୍ରଦ୍ଧାଳୟ ଯୋଜନାରେ ବରିଷ୍ଠ ମାନଙ୍କ ପାଇଁ ଜରାନିବାସ ସ୍ଥାପନ, ଜିଲ୍ଲାରେ ମହାସଂଘର ଅନୁବନ୍ଧିତ ୨୫ଗୋଟି ସଂଘକୁ ଓଡିଶା ସରକାରଙ୍କ “ଅବଦାନ”କାର୍ଯ୍ୟକ୍ରମ ଜରିଆରେ ପ୍ରତ୍ୟେକ ସଂଘକୁ ୫୦,୦୦୦(ପଚାଶ ହଜାର)ଲେଖାଏଁ ଅନୁଦାନ ରାଶି ପ୍ରଦାନ, ଭଦ୍ରକ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ବରିଷ୍ଠଙ୍କ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ସୁବିଧା ଉପଲବ୍ଧ କରିବା, ଜିଲ୍ଲାର ସମସ୍ତ ପି.ଏଚ.ସି. ଓ ସି. ଏଚ. ସି. ଡାକ୍ତରଖାନାରେ ବରିଷ୍ଠଙ୍କ ପାଇଁ ସ୍ୱତନ୍ତ୍ର ଚିକିତ୍ସା ସୁବିଧା, ଅରାମ ଜିଲ୍ଲାରେ ସରକାରଙ୍କ ତରଫରୁ ଅଳ୍ପ କିଛି ସଂଘକୁ ବରିଷ୍ଠ ନାଗରିକ ଗୋଷ୍ଠୀକେନ୍ଦ୍ର ଦିଆଯାଇ ଥିଲେ ମଧ୍ୟ ଅବଶିଷ୍ଟ ସଂଘକୁ ସରକାରଙ୍କ ତରଫରୁ ଗୋଷ୍ଠୀ କେନ୍ଦ୍ର ପ୍ରଦାନ କରାଯିବା ଭଳି ଦାବୀ ଉପସ୍ଥାପନ କରାଯାଇଥିଲା। ପରେ ମହାସଂଘ ତରଫରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧାଂଶୁ ଶେଖର ବଳ ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। କାର୍ଯ୍ୟକାରୀ ସଭାପତି ପଦ୍ମନ ରାୟ, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧୀରଞ୍ଜନ ନାୟକ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାଷ ଚନ୍ଦ୍ର ନାୟକ, ଉପସଭାପତି ସଚିକାନ୍ତ ପଣ୍ଡା, ଉପଦେଷ୍ଟା ଅଜୟ କୁମାର ନାୟକ, ଏସ. ଏମ. ଫାରୁକ, ଇନ୍ଦ୍ରମଣି ପଣ୍ଡା, ପର୍ଶୁରାମ ଦ୍ୱିବେଦୀ, ଶଶିକାନ୍ତ ପାଢ଼ୀ, ରାଧାରାଣୀ ମହାପାତ୍ର, ଇଂ ମହେଶ ଦାସ, ବିଜୟ ସେନାପତି, ଶଙ୍କର୍ଷଣ ସାହୁ, ପୁରୁଣାବଜ଼ାର ସଂଘ ସମ୍ପାଦକ ରାମଚନ୍ଦ୍ର କର, ଉପଦେଷ୍ଟା ସୁଧାକର ରାଉତ, ବିଚିତ୍ରାନନ୍ଦ ମହାନ୍ତି, ଦିଲ୍ଲୀପ ନାୟକ, ଗ୍ରାମାଞ୍ଚଳ ଥାନାଧିକାରୀ ଦୟାନିଧି ଦାସ, ଜିଲ୍ଲା ସୁଳ୍ପ ସଂଚୟ ଅଧିକାରିଣୀ ମୋନାଲିସା ପଣ୍ଡା, ମିନର୍ଭା ନାୟକ, ଗିରିଶ ଚନ୍ଦ୍ର ପାତ୍ର, ବସନ୍ତ କୁମାର ସାହାଣୀ, ବରିଷ୍ଠ ସାମ୍ବାଦିକ ତପନ ମିଶ୍ର, ହରିହର ନାୟକ, ପ୍ରଭାତ କୁମାର ଦାସ, ରୂପକ ରାୟ ପ୍ରମୁଖ ଉପସ୍ଥିତ ରହିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.