Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରିଣୀ ବୈଠକ

ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରିଣୀ ବୈଠକ

31

ଭଦ୍ରକ ୨୦-୧୧ (ଓଡ଼ିଆ ପୁଅ/ସ୍ନିଗ୍ଧା ରାୟ) ଭଦ୍ରକ ଜିଲ୍ଲା ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକରିଣୀ ବୈଠକ ପଦ୍ମନ ରାୟଙ୍କ ପୌରୋହିତ୍ୟରେ ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ୨୦୨୨ ଜାନୁଆରୀ ୨୬ ତାରିଖରେ ଭଦ୍ରକ ଜିଲ୍ଲା ମହାସଂଘର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଦିବସ ପାଳନ କରିବାକୁ ବୈଠକରେ ସର୍ବସମ୍ମତି କ୍ରମେ ସ୍ଥିର କରାଗଲା। ଏହି ଅବସରରେ ମହାସଂଘର ମୁଖପତ୍ର “ବରିଷ୍ଠ” ଉକ୍ତ ଦିବସରେ ଲୋକାର୍ପିତ ହେବାକୁ ନିଷ୍ପତି ନିଆଗଲ। ମୁଖ୍ୟ ସଂପାଦକ ଭାବେ ଭଦ୍ରକ ଜିଲ୍ଲା ସଂଘର ସହସଂପାଦକ ବିଭୁତି ଭୂଷଣ ସେନାପତି ତଥା ସଂପାଦକ ମଣ୍ଡଳୀରେ ଉପଦେଷ୍ଠା କୈଳାସ ଚନ୍ଦ୍ର ପଣ୍ଡା, ରାଧାରାଣୀ ମହାପାତ୍ର, ଡଃ ଭାଗବତ ତ୍ରିପାଠୀ, ଉପସଭାପତି ଶଚିକାନ୍ତ ପଣ୍ଡା, ସାହିତ୍ୟିକ ମଦନମୋହନ ମହାକୁଡ଼ ଦାୟିତ୍ୱ ନିର୍ବାହ କରିବାକୁ ସମ୍ମତି ପ୍ରଦାନ କରିଥିଲେ। ଆସନ୍ତା ୩୦ ତାରିଖ ସୁଦ୍ଧା ମହାସଂଘ ଅଧିନସ୍ଥ ତିହିଡ଼ି, ଚାନ୍ଦବାଲି, ଧାମନଗର, ଆଗରପଡ଼ା, କୋଠାର, ବାସୁଦେବପୁର, ଚରମ୍ପା, ଭଦ୍ରକ, ଭଣ୍ଡାରୀପୋଖରୀ, ଧୁଷୁରୀ ଓ ହରିପୁର ସଂଘର ସଂପାଦକ ଓ ସଭାପତି ମାନଙ୍କୁ ନିଜ ନିଜ ସଂଘର କର୍ମକର୍ତ୍ତାଙ୍କ ଠାରୁ ଲେଖା ସଂଗ୍ରହ କରି ସଂପାଦକଙ୍କ ନିକଟକୁ ପଠାଇବାକୁ ପାଇଁ ନିଷ୍ପତି ନିଆଗଲା। ନିଜ ନିଜର ସାମାଜିକତା, ଯୋଗ୍ୟତା ଓ ସଂଘପ୍ରେମୀ ସର୍ବାଧିକ ବୟସ୍କ ବ୍ୟକ୍ତିଙ୍କୁ ଉକ୍ତ ଦିବସରେ ବିଭିନ୍ନ ସଂଘରୁ ଆଗତ ନାମ ମଧ୍ୟରୁ ପର୍ଯ୍ୟାୟ କ୍ରମିକ ଭାବରେ ଅନ୍ୟୁନ ଚାରିଜଣଙ୍କୁ ସମ୍ମାନିତ କରିବା ପାଇଁ ସର୍ବସମ୍ମତି କ୍ରମେ ମତ ପ୍ରକାଶ ପାଇଥିଲା। ବାର୍ଷିକ ଦିବସର ଖର୍ଚ୍ଚ ଭରଣା କରିବା ପାଇଁ ଏକ ଅର୍ଥ କମିଟି ଗଠନ କରାଯାଇ ତନ୍ମଧ୍ୟରେ ଡା. ହରେକୃଷ୍ଣ ନାୟକ, ଜିଲ୍ଲା ସଂପାଦକ କୈଳାସ ମହାପାତ୍ର, ଜିଲ୍ଲା ସଭାପତି ଲଲାଟେନ୍ଦୁ ମହାନ୍ତି, କାର୍ଯ୍ୟକାରୀ ସଭାପତି ପଦ୍ମନ ରାୟ, ଡ. ଭଗବାନ ପରିଡ଼ା, ସମାଜସେବୀ ସୁଧାକର ରାଉତ୍ ଓ ଶାନ୍ତନୁ ରାଉତ୍ ପ୍ରଭୃତିଙ୍କ ନାମ ଉଲ୍ଲେଖ କରାଗଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.