Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ବଜରଙ୍ଗ ଦଳ ତରଫରୁ ଜିଲ୍ଲା ସମ୍ମିଳନୀ, ପଡୋଶୀ ରାଷ୍ଟ୍ର ହିନ୍ଦୁମାନଙ୍କ ଉଦାରତାକୁ ଦୁର୍ବଳତା...

ଭଦ୍ରକ ଜିଲ୍ଲା ବଜରଙ୍ଗ ଦଳ ତରଫରୁ ଜିଲ୍ଲା ସମ୍ମିଳନୀ, ପଡୋଶୀ ରାଷ୍ଟ୍ର ହିନ୍ଦୁମାନଙ୍କ ଉଦାରତାକୁ ଦୁର୍ବଳତା ଭାବିବା ଅନୁଚିତ୍ – ମନ୍ତ୍ରୀ ସୂର୍ଯ୍ୟବଂଶୀ

16

ଭଦ୍ରକ, ୨୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପହଲଗାମ ଆତଙ୍କୀ ଘଟଣାରେ କେବଳ ଭାରତ ବର୍ଷ ନୁହେଁ ଏ ବିଶ୍ୱକୁ ସୁରକ୍ଷା ଦେବା ପାଇଁ ହିନ୍ଦୁଙ୍କୁ ଜାଗ୍ରତ ହେବାକୁ ପଡିବ। ତେବେ ଆତଙ୍କବାଦକୁ ପ୍ରୋତ୍ସାହନ ହେଉଥିବା ପାକିସ୍ତାନ ଭଳି ଆମର ପଡୋଶୀ ରାଷ୍ଟ୍ର ହିନ୍ଦୁମାନଙ୍କ ଉଦାରତାକୁ ଦୁର୍ବଳତା ଭାବିବା ଅନୁଚିତ୍ । ଏବେ ମାନସିକତାର ଲଢେଇ ଚାଲିଛି। ଭୟର ବାତାବରଣ ସୃଷ୍ଟି ପାଇଁ ଆତଙ୍କୀମାନେ ସ୍ୱାମୀକୁ ମାରି ସ୍ତ୍ରୀକୁ ଛାଡିଦେବାର ପଛରେ ଯେଉଁ ନିଗୁଢ କାରଣ ରହିଛି, ସେଥିପାଇଁ ଆମକୁ ଏବେ ଆଗେଇ ଆସିବାକୁ ହେବ। ସମାଜରେ ଯେତେବେଳେ ପରିବର୍ତନ ଆସିଛି, ତାହା ଜଣେ ହିଁ ଆଣିଛି। କାହିଁକି ନା ଜଣଙ୍କ ପାଖକରୁ ହିଁ ପରିବର୍ତନ ଆରମ୍ଭ ହୁଏ। ଏଣୁ ଆଜିର ଏହି ସମ୍ମିଳନୀରେ ଜାଗରଣ ସୃଷ୍ଟି କରି ତାହାକୁ ଆନ୍ଦୋଳନରେ ପରିଣତ କରିବାକୁ ହେଲେ ଜିଲାର ପ୍ରତି ପଂଚାୟତର ମା’ ଭଉଣୀଙ୍କ ପାଖରେ ଆମ ସନାତନୀ ହିନ୍ଦୁ ଧର୍ମର ମୂଳ ମନ୍ତ୍ର ପହଂଚାଇ ପାରିଲେ ଏହି ସମ୍ମିଳନୀର ଉଦ୍ଦେଶ୍ୟ ସଫଳ ହେବ ବୋଲି ଆଜି ଭଦ୍ରକ ସହୀଦ ସ୍ମୃତି ଭବନରେ ଆୟୋଜିତ ବଜରଙ୍ଗ ଦଳ ଭଦ୍ରକ ଜିଲା ସମ୍ମିଳନୀରେ ଭାଷା ସାହିତ୍ୟ ସଂସ୍କୃତି ଓ ଯୁବ ବ୍ୟାପାର ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟଅତିଥି ଭାବେ ଯୋଗଦେଇ ଉପସ୍ଥିତ ବଜରଙ୍ଗ ସେନାକୁ ଆହ୍ୱାନ ଦେଇଛନ୍ତି। ଏହି ସମ୍ମିଳନୀରେ ବିଶ୍ୱହିନ୍ଦୁ ପରିଷଦ ପ୍ରାନ୍ତ ସମ୍ପାଦକ ପଣ୍ଡିତ ମହେଶ ସାହୁ ମୂଖ୍ୟ ବକ୍ତା ଭାବେ ଓ ବଜରଙ୍ଗ ଦଳ ପ୍ରାନ୍ତ ମିଳନ କେନ୍ଦ୍ର ପ୍ରମୁଖ ବିପିନ ବିହାରୀ ପଣ୍ଡା, ଜିଲ୍ଲା ସମ୍ପାଦକ ବସନ୍ତ କୁମାର ରାଉତ, ସଭାପତି କାହ୍ନୁ ଚରଣ ସିଂ,ବିଜୟ କୁମାର ଦାସ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ଦୂର୍ଗା ବାହିନୀ ଜିଲ୍ଲା ସଂଯୋଜିକା ସୁଶ୍ରୀ ମଧୁସ୍ମିତା ମହାପାତ୍ର ଅତିଥି ଆମନ୍ତ୍ରଣ କରିଥିଲେ । ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସମ୍ପାଦକ ବସନ୍ତ କୁମାର ରାଉତ ଅତିଥି ମାନଙ୍କୁ ପରିଚୟ ପ୍ରଦାନ କରିବା ସହ ମଂଚ ପରିଚାଳନା କରିଥିଲେ।ଅତିଥି ମାନେ ସର୍ବେ ପ୍ରଥମେ ମା ଭାରତୀ ଙ୍କ ଫଟୋଚିତ୍ର ପାଖରେ ଦ୍ୱୀପ ପ୍ରଜ୍ଜ୍ୱଳନ କରିବା ସହ ବ୍ରହ୍ମ ନାଦ, ଏକତ୍ମତା ମନ୍ତ୍ର, ବିଜୟ ମହାମନ୍ତ୍ରା ସରିବା ପରେ କାଶ୍ମୀର ରେ ଆତଙ୍କବାଦୀ ଆକ୍ରମଣରେ ୨୭ ଜଣ ନିରିହ ହିନ୍ଦୁ ପ୍ରାଣ ହରାଇଥିବା ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯିବା ପରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ । ଶେଷରେ ପଶ୍ଚିମ ବଙ୍ଗ ମୁର୍ଶିର୍ଦାବାଦ ଠାରେ ହିନ୍ଦୁ ମାନଙ୍କୁ ଆକ୍ରମଣ ପ୍ରତିବାଦରେ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ପାଳଙ୍କ ଜରିଆରେ ଏକ ଦାବିପତ୍ର ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳଙ୍କୁ ପ୍ରଦାନ କରାଯାଇଥିଲା। ଦୀର୍ଘ ଦିନ ଧରି ସଂଗଠନରେ କାର୍ଯ୍ୟକରୁଥିବା ବରିଷ୍ଟ ଅଧିକାରୀ ରାମ ଚନ୍ଦ୍ର ପଣ୍ଡା, ପୂର୍ବତନ ଜିଲ୍ଲା ସଭାପତି ପ୍ରସନ୍ନ ଷଡ଼ଙ୍ଗୀ ପ୍ରମୁଖଙ୍କୁ ମାନପତ୍ର ସହ ଉତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ଉପସଭାପତି ଟି ରାଜଲକ୍ଷ୍ମୀ ଅପା, ବିଶ୍ୱହିନ୍ଦୁ ପରିଷଦ ଜିଲ୍ଲା ସହ ସମ୍ପାଦକ ଆଲୋକ କୁମାର ପଣ୍ଡା, ଜିଲ୍ଲା କୋଷାଧ୍ୟକ୍ଷ ଭୀମସେନ ପାଣି,ଜିଲ୍ଲା ମାତୃଶକ୍ତି ପ୍ରମୁଖ ସରୋଜିନୀ ଦାସ, ସୁବ୍ରତା ଅପା, ଜିଲ୍ଲା ସେବା ପ୍ରମୁଖ ରଥ କିଶୋର ସାମଲ, ସମରସତା ବିଭାଗ ସମ୍ପାଦକ ହରେକୃଷ୍ଣ ଜେନା,ଦୂର୍ଗା ବାହିନୀ ସହ ସଂଜୋଜିକା ମୋନାଲିସା ଦାସ, ଟୁକୁନା ସ୍ୱାଇଁ ଙ୍କ ସହ ଶତାଧିକ ବଜରଙ୍ଗ ଦଳର କାର୍ଯ୍ୟକର୍ତା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଥଲେ । ଏହି କାର୍ଯ୍ୟକ୍ରମ କୁ ଜିଲ୍ଲା ସହ ସଂଯୋଜକ କ୍ଷିତିସ୍ ଚନ୍ଦ୍ର ରାଉତ, ଜିଲ୍ଲା ସୁରକ୍ଷା ପ୍ରମୁଖ ଅଶୋକ ଲେଙ୍କା, ଜିଲ୍ଲା ମିଳନ କେନ୍ଦ୍ର ପ୍ରମୁଖ ରଞ୍ଜିତ କୁମାର ପୃଷ୍ଟି, ଜିଲ୍ଲା ଗୋରକ୍ଷା ପ୍ରମୂଖ ମନ୍ମଥ କୁମାର ନାୟକ, ଜିଲ୍ଲା ବଳ ଉପାସନା ପ୍ରମୁଖ ଚନ୍ଦ୍ର ଶେଖର ରାଉତ୍‌, ଦେବେନ୍ଦ୍ର କୁମାର ନାୟକ, ବ୍ୟୋମକେଶ ମହାନ୍ତି,ମାନ ଗୋବିନ୍ଦ ସାହୁ ,ଦେବକଲ୍ୟଣ ସାହୁ, ଦୀପକ ବାରିକ, ରଞ୍ଜନ କୁମାର ମଲ୍ଲିକ, ସୂର୍ଯ୍ୟକାନ୍ତ ନାୟକ, ଅଜୟ କୁମାର ସାହୁ, ଅଶୋକ ଜେନା, ସୁଧୀର ରଞ୍ଜନ ନାୟକ, ପ୍ରମୋଦ କୁମାର ସେଠୀ ପ୍ରମୁଖ ପରିଚାଳନା କରିଥିଲେ। ଶେଷରେ ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ବିଜୟ କୁମାର ଦାସ ଧନ୍ୟବାଦ୍ ପ୍ରଦାନ କରିବା ସହ ଶାନ୍ତି ପାଠ କରି କାର୍ଯ୍ୟକ୍ରମକୁ ସମାପ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.