Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଫ୍ଲେକ୍ସ ମାଲିକ ସଂଘର କର୍ମକର୍ତ୍ତା ଚୟନ ବୈଠକ

ଭଦ୍ରକ ଜିଲ୍ଲା ଫ୍ଲେକ୍ସ ମାଲିକ ସଂଘର କର୍ମକର୍ତ୍ତା ଚୟନ ବୈଠକ

34

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଫ୍ଲେକ୍ସ ମାଲିକ ସଂଘ ପକ୍ଷରୁ ଗତକାଲି କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଂଘର ମିଡିଆ ସଂଯୋଜକ ନିରନ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ବୈଠକରେ ସେକ୍ ଏକ୍ରାମ ସଭାପତିତ୍ୱ କରିଥିବା ବେଳେ ଭରତ ଭୂଷଣ ନାୟକ ଆବାହକତ୍ୱ କରିଥିଲେ । ସେହିପରି ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂଘର ମୁଖ୍ୟ ଉପଦେଷ୍ଟା ସଂଗ୍ରାମ କେଶରୀ ବିଶ୍ୱାଳ, ସମ୍ପାଦକ ପ୍ରଭାତ ଜେନା, ଆଇନ୍ ସଂଯୋଜକ ଜେମ୍ସ ପରମାଣିକ, କୋଷାଧକ୍ଷ ଭଗବାନ ପଣ୍ଡା ପ୍ରମୁଖ ଯୋଗଦେଇ କର୍ମକର୍ତ୍ତା କମିଟି ଘୋଷଣା କରିବା ସହ ସମ୍ପ୍ରତି କୋଭିଡ କଟକଣା ସମୟରେ ରଙ୍ଗ ଏବଂ ପ୍ରିଣ୍ଟ୍ ପେପରର ଅହେତୁକ ଦରବୃଦ୍ଧି ଯୋଗୁଁ ଫ୍ଲେକ୍ସ ମାଲିକ ମାନେ ବ୍ୟବସାୟିକ କ୍ଷତିରେ ସମ୍ମୁଖିନ ହେବା ସମ୍ପର୍କରେ ଆଲୋଚନା ହୋଇଥିଲା । ଏଭଳି ପରିସ୍ଥିତିରେ ଫ୍ଲେକ୍ସ ବ୍ୟବସାୟରେ ଉନ୍ନତି ଆଣିବାକୁ ହେଲେ ଫ୍ଲେକ୍ସ ପ୍ରିଣ୍ଟିଂର ନୂତନ ବର୍ଦ୍ଧିତ ନିୟମକୁ ସମସ୍ତେ ସମାନ ଭାବରେ ମାନିବା ସହ ସବୁ ମାଲିକ ମାନେ ଏହାକୁ କଡା କଡି ପାଳନ କରିବା ପାଇଁ ବରିଷ୍ଠ ଫ୍ଲେକ୍ସ ବ୍ୟବସାୟୀ ତଥା ମୁଖ୍ୟ ଉପଦେଷ୍ଟା ସଂଗ୍ରାମ କେଶରୀ ବିଶ୍ୱାଳ ଅନୁରୋଧ କରିଥିଲେ । ଆଲୋଚନା ପରେ ଏକ ସ୍ୱତନ୍ତ୍ର ଉତ୍ସବରେ ଜିଲ୍ଲା ଫ୍ଲେକ୍ସ ସଂଘର ସ୍ଥାୟୀ ଲୋଗୋ ଉନ୍ମୋଚନ ହୋଇଥିଲା ବେଳେ ଆଗକୁ ସଂଘ ବିଭିନ୍ନ ସାମାଜିକ ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନେବ ବୋଲି ସଂଘର ସମୂହ ନିଷ୍ପତ୍ତି ହୋଇଥିଲା । ଏହି ବୈଠକକୁ ଜିଲ୍ଲା ସଂଘର ଉପସଭାପତି ଏବଂ ସହ ସମ୍ପାଦକ ପରିଚାଳନାରେ ସହଯୋଗ କରିଥିଲେ । ଜିଲ୍ଲାର ସମସ୍ତ ବ୍ଲକ୍‌ରୁ ବହୁ ଫ୍ଲେକ୍ସ ମାଲିକ ଏହି ସଭାରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.