Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ନ୍ୟାୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭଦ୍ରକ ଜିଲ୍ଲା ନ୍ୟାୟାଳୟ ପରିସରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

14

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ନ୍ୟାୟାଳୟ ପରିସର ଠାରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଦୌରାଜଜ୍‌, ଭଦ୍ରକ ତଥା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ଏହି ଯୋଗଦିବସ ପାଳନ ଅବସରରେ ଜିଲ୍ଲା ନ୍ୟାୟାଳୟର ସମସ୍ତ ବିଚାରପତି ବୃନ୍ଦ ସଂଗ୍ରାମ କେଶରୀ ପଟ୍ଟନାୟକ, ଜିଲ୍ଲା ଓ ଦୌରାଜଜ, ଭଦ୍ରକ, ଅରବିନ୍ଦ ରଥ, ବିଚାରପତି ପରିବାର ଅଦାଲତ, ପ୍ରଭାତ କୁମାର ରାଜଗୁରୁ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଏବଂ ସ୍ୱତନ୍ତ୍ର ଜଜ୍‌, ବିକାଶ ଚନ୍ଦ୍ର ଦେ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌-ତଥା-ସ୍ୱତନ୍ତ୍ର ବିଚାରପତି (ପୋକ୍‌ସୋ), ନିବେଦିତା ପଣ୍ଡା, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଓ ସହକାରୀ ଦୌରାଜଜ୍‌, ଚିନ୍ମୟୀ ପଣ୍ଡା, ବରିଷ୍ଠ ଦେୱାନୀ ବିଚାରପତି, ପୁଣ୍ୟଶ୍ଳୋକ ରଥ, ସଚିବ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ, ଶ୍ରୀମତୀ ଶିବାନୀ, ଅତିରିକ୍ତ ବିରଷ୍ଠ ଦେୱାନୀ ବିଚାରପତି, ଭଦ୍ରକ, ଅରୋଲିପି ପରିଜା, ବରିଷ୍ଠ ଦେୱାନୀ ବିଚାରପତି, (ଏଲ୍‌ଆରଏଣ୍ଡ, ଏଲଟିଭି) ସ୍ୱଜାଲି ମହାନ୍ତି, ଉପଖଣ୍ଡ ବିଚାର ବିଭାଗୀୟ ଅଧିକାରୀ, ଉମାକାନ୍ତ ବେହେରା, କନିଷ୍ଠ ଦେୱାନୀ ବିଚାରପତି, ସୁବାସିନୀ ବେହେରା, ଜୁଡ଼ିସିଆଲ ମାଜିଷ୍ଟ୍ରେଟ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ନ୍ୟାୟାଳୟ (୧), ମନୋଜ କୁମାର ଦାସମହାପାତ୍ର, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ ନ୍ୟାୟଳୟର ଏସ୍‌.ଏସ୍‌.ପାଢ଼ି ଓ ଅମ୍ଳାନ ରଥ, ଜୁଡ଼ିସିଆଲ ମାଜିଷ୍ଟ୍ରେଟ୍ ଦ୍ୱିତୀୟ ଶ୍ରେଣୀ ତଥା କୋର୍ଟର କର୍ମଚାରୀ ଗଣ ଏବଂ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମଚାରୀମାନେ ମଧ୍ୟ ଏହି ଯୋଗ ଦିବସ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ। ପୁଣ୍ୟଶ୍ଳୋକ ରଥ, ସଚିବ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭଦ୍ରକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସେହିପରି ଭାବରେ ଯୋଗ ଦିବସ ନିମିତ୍ ସଚେତନତା କାର୍ଯ୍ୟକ୍ରମ ଶିଶୁଯତ୍ନ ଗୃହ, ଓଡ଼ିଶା ବଳାଳାଶ୍ରମ, ଗରଦପୁର, ଭଦ୍ରକ, ସ୍ୱୟଂ ସହାୟକ ଗୋଷ୍ଠୀ, କାଦବରାଙ୍ଗ, ବନ୍ତ ବ୍ଲକ, ପ୍ୟାନେଲ ଓକିଲ, ପାରାଲିଗାଲ ସ୍ୱେଚ୍ଛାସେବୀମାନେ ମଧ୍ୟ ବିଭିନ୍ନ ସ୍ଥାନରେ ଯୋଗ ଦିବସ ପାଳନ ଅବସରରେ ଅଂଶ ଗ୍ରହଣ କରି ଯୋଗାଭ୍ୟାସ ଦ୍ୱାରା ହେଉଥିବା ସଫଳ ସମ୍ବନ୍ଧରେ ଏକ ବାର୍ତା ଯାହାକି ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ ଉପରେ ସଚେତନତା କରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.