ଭଦ୍ରକ, ୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ଜିଲ୍ଲା ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନରେ ସମ୍ବିଧାନ ପ୍ରଣେତା ତଥା ଭାରତରତ୍ନ ଡ଼. ବାବା ସାହେବ ଆମ୍ବେଦକରଙ୍କ ମହାପରି ନିର୍ବାଣ ଦିବସ ପାଳିତ ଉତ୍ସବ ଓ ” ଭାରତୀୟ ସମ୍ବିଧାନ ଆଜି କେତେ ସୁରକ୍ଷିତ ” ସମ୍ପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଦଳିତ ମହାସଂଘ ସଭାପତି ରାଜେନ୍ଦ୍ର ପ୍ରସାଦ ଜେନାଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମାଜସେବୀ ମହେନ୍ଦ୍ର ମଲ୍ଲିକ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ପଂଚାନନ ମଣ୍ଡଳ, ମୁଖ୍ୟବକ୍ତା ବିଶିଷ୍ଟ ଲେଖକ ସତ୍ୟପ୍ରକାଶ ସେଠି, ବରେଣ୍ୟ ଅତିଥି ଜିଲ୍ଲା କଂଗ୍ରେସ ସଭାପତି ନଳିନୀ କାନ୍ତ ମହାନ୍ତି, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ କମଳାକାନ୍ତ ସ୍ୱାଇଁ,ଶିକ୍ଷାବିତ ଅରୁଣ ମହାପାତ୍ର, ସମାଜ ସେବୀ ଦେବେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇ ବାବା ସାହେବ ଆମ୍ବେଦକରଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀ ମଣ୍ଡଳ ମୁଖ୍ୟ ବକ୍ତା ଶ୍ରୀ ସେଠି ତାଙ୍କ ବକ୍ତବ୍ୟରେ ବାବା ସାହେବ ଆମ୍ବେଦକରଙ୍କୁ ଭାରତ ବର୍ଷର ଏକ ଅମୂଲ୍ୟ ରତ୍ନ ବର୍ଣ୍ଣନା କରିବା ସହ ତାଙ୍କ ଦ୍ୱାରା ଲିଖିତ ସମ୍ବିଧାନ ସମଗ୍ର ବିଶ୍ୱର ସର୍ବବୃହତ । ସର୍ବଧର୍ମ ସମନ୍ୱୟ ର ରାଷ୍ଟ୍ର ଭାରତ ବର୍ଷର ପ୍ରତ୍ୟେକ ନାଗରିକଙ୍କୁ ସମାନତା,ସ୍ୱତନ୍ତ୍ରତା, ଭାଇଚାରା ଓ ନ୍ୟାୟ ରେ ବଂଚିବା ପାଇଁ ଡ଼ ବାବା ସାହେବ ଆମ୍ବେଦକର ଦେଇ ଯାଇଥିବା ସାମ୍ବିଧାନିକ ଅଧିକାର ଯୋଗୁଁ ଆଜି ଭାରତୀୟ ମାନେ ଶାନ୍ତିରେ ଜୀବନ ଯାପନ କରୁଥିବା ବେଳେ ଆଜି ସମ୍ବିଧାନ ଓ ଗଣତନ୍ତ୍ର ବିପଦରେ ଅଛି ବୋଲି ମୁଖ୍ୟ ଅତିଥି ଶ୍ରୀ ମଣ୍ଡଳଙ୍କ ସମେତ ଅତିଥି ମାନେ ବକ୍ତବ୍ୟ ଦେଇ ଉଦବେଗ ପ୍ରକାଶ କରିଥିଲେ । ସେହିପରି ସମ୍ବିଧାନ ସୁରକ୍ଷିତ ରହିଲେ ସମସ୍ତ ନାଗରିକ ସୁରକ୍ଷିତ ରହିବେ । ଗଣତନ୍ତ୍ରର ସୁରକ୍ଷା ଦିଗରେ ପ୍ରତ୍ୟେକ ଭାରତୀୟ ପ୍ରତିବାଦ କରିବାକୁ ଆଗେଇ ଆସିବା ଉଚିତ ବୋଲି ବକ୍ତା ମାନେ ମତବ୍ୟକ୍ତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ନାରୀନେତ୍ର ଶର୍ମିଷ୍ଠା ପଣ୍ଡା,ବରିଷ୍ଠ ସାମ୍ବାଦିକ ଜ୍ଞାନ ପାଣି,ପୀତବାସ ଧଳ, ଆଇନଜୀବି ସ୍ୱସ୍ତିକା ପଣ୍ଡା ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମାନେ ସମାଜ ପ୍ରତି ବାବା ସାହେବ ଆମ୍ବେଦକର ଙ୍କ ତ୍ୟାଗ ଓ ତାଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କରେ ବକ୍ତବ୍ୟ ଦେଇଥିଲେ ।ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଭିନ୍ନ ବ୍ଲକରୁ ୩ ଶହ ରୁ ଉର୍ଦ୍ଧ ଆମ୍ବେଦକରବାଦୀଙ୍କ ସମେତ ରାଜ୍ୟ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ର ରାଜ୍ୟ ସମ୍ପାଦକ ରଞ୍ଜନ ଜେନା,ରତ୍ନାକର ମଲ୍ଲିକ, ଧାମନଗର ଦଳିତ ନେତା ଦୀନବନ୍ଧୁ ଦାସ,ବିଜୟ ବାରିକ,ସୂଦୀପ୍ତା ପଟ୍ଟନାୟକ, ମନୋଜ ମଲ୍ଲିକ, ଯୁବନେତା ଟୁକୁନା ଜେନା ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ସଭା ପ୍ରାରମ୍ଭ ରେ ମୁଖ୍ୟ, ସମ୍ମାନିତ ଅତିଥି ବୃନ୍ଦ ଡ଼. ବାବାସାହେବ ଆମ୍ବେଦକର ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରି ସଭା ଆରମ୍ଭ କରିଥିଲେ ।
Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଦଳିତ ମହାସଂଘ ପକ୍ଷରୁ ଡ଼. ବାବା ସାହେବ ଆମ୍ବେଦକର ଙ୍କ ୬୯ତମ ମହାପରିନିର୍ବାଣ...







