Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଟିପର ଡମ୍ପର ମାଲିକ ସଂଘର ନୂତନ କର୍ମକର୍ତା ନିର୍ବାଚନ

ଭଦ୍ରକ ଜିଲ୍ଲା ଟିପର ଡମ୍ପର ମାଲିକ ସଂଘର ନୂତନ କର୍ମକର୍ତା ନିର୍ବାଚନ

13

ଭଦ୍ରକ, ୧୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଟିପର ଆସୋସିଏସନର କାର୍ଯ୍ୟାଳୟରେ ଭଦ୍ରକ ଜିଲ୍ଲାର ସର୍ବ ପୁରାତନ ଜିଲ୍ଲା ଟିପର ଡମ୍ପର ମାଲିକ ସଂଘର ବାର୍ଷିକ ଅଧିବେଶନ ଓ ଆଗାମୀ ୪ ବର୍ଷ ପାଇଁ ନୂତନ କର୍ମକର୍ତା ନିର୍ବାଚନ ସଂପନ୍ନ ହୋଇଛି। ଏହି ନିର୍ବାଚନରେ ନୂତନ କର୍ମକର୍ତାଙ୍କ ମଧ୍ୟରେ ଶୁଭେନ୍ଦୁ ରାୟମହାପାତ୍ର ସଭାପତି, ପ୍ରଫୁଲ୍ଲ ପୁଷ୍ଟି ଉପସଭାପତି , ଜ୍ୟୋତି ପ୍ରକାଶ ମହାନ୍ତି ସାଧାରଣ ସମ୍ପାଦକ , ବାଇଲୋଚନ ସାହୁ ଯୁଗ୍ମ ସଂପାଦକ ଏବଂ ସୁଧୀର ଦ୍ୱିବେଦୀ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। କାର୍ଯ୍ୟକାରିଣୀ ସଭାର ସଦସ୍ୟ ଭାବେ ଅଶୋକ କୁମାର ପରିଜା, ମନୀଷ କୁମାର ଶର୍ମା, ତୁଷାରେନ୍ଦୁ ପଣ୍ଡା, ଚନ୍ଦନ ନାୟକ ଓ କୁମାରେନ୍ଦୁ ପଣ୍ଡା ନିର୍ବାଚିତ ହୋଇଛନ୍ତି। ୨୦୦୬ ମସିହାରେ ସ୍ଥାପିତ ଏହି ଭଦ୍ରକ ଜିଲ୍ଲା ଟିପର ଡମ୍ପର ମାଲିକ ସଂଘ ବିଭିନ୍ନ ବିପର୍ଯ୍ୟୟ ସମୟରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ବନ୍ୟା-ବାତ୍ୟା ସମୟରେ ବିପନ୍ନ ଲୋକଙ୍କୁ ଆବଶ୍ୟକ ସାମଗ୍ରୀ ପଠାଇବା କାର୍ଯ୍ୟକ୍ରମ ଠାରୁ ଆରମ୍ଭ କରି ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟ ତଥା ଧାମରା ବନ୍ଦର ହେଉ କିମ୍ବା ନଦୀବନ୍ଧ ଯୋଜନା ହେଉ କିମ୍ବା ପ୍ରମୁଖ ଭିତିଭୂମି ନିର୍ମାଣରେ ନିଜକୁ ସାମିଲ କରିବା ସହିତ ଜିଲ୍ଲାରେ ଶିକ୍ଷିତ ବେକାରୀ ଯୁବକ ମାନେ ଯେଉଁ ଗାଡ଼ି ଆଣିଛନ୍ତି ସେଗୁଡିକୁ ସଦା ସର୍ବଦା କର୍ମ ଯୋଗାଣ ଯୋଗାଇଥାଏ। ସାମ୍ପ୍ରତିକ, ଅର୍ଥନୈତିକ ପରିସ୍ଥିତିରେ ବେକାର ଯୁବକ ମାନଙ୍କୁ ଗାଡ଼ି ଏବଂ ଗାଡ଼ି ରେ କାର୍ଯ୍ୟ କରୁଥିବା ଡ଼୍ରାଇଭର, ହେଲପର, ସମସ୍ତ କର୍ମଜୀବୀ ମାନଙ୍କ ପ୍ରୋଭିଡେଂଟ ଫଣ୍ଡ, ଇନ୍ସ୍ୟୁରାନ୍ସ, ଡ୍ରାଇଭିଂ ଲାଇସେନ୍ସ, ଏକ୍ସିଡେଂଟାଲ କ୍ଲେମ୍ ଗୁଡିକ ପାଇବାରେ ସହାୟତା କରିଥିବାବେଳେ ସରକାରଙ୍କ ଦ୍ୱାରା ଗୁରୁତ୍ୱରୋପ କରାଯାଉ ଥିବା ରୋଡ ସେଫ୍ଟୀର ବିଭିନ୍ନ ଆଇନ୍ କାନୁନ୍ ଉପରେ ସଭା ସମିତି ଆୟୋଜନ କରି ଗାଡ଼ି ମାଲିକ ଓ ଗାଡ଼ିରେ କାର୍ଯ୍ୟ କରୁଥିବା ସମସ୍ତ ଷ୍ଟାଫ୍ ଏବଂ ସଧାରଣ ଲୋକମାନଙ୍କ ଭିତରେ ସଚେତନତା ସୃଷ୍ଟି କରିଆସୁଅଛି। ଏବଂ ସାଧାରଣ ଲୋକଙ୍କ ଜୀବନ ସୁରକ୍ଷା ଦିଗରେ ମଧ୍ୟ କାର୍ଯ୍ୟ କରିଥାଏ। ମନୋନୀତ ହୋଇଥିବା କର୍ମକର୍ତା ମାନେ ଆଗାମୀ ଦିନରେ ଭଦ୍ରକ ଜିଲ୍ଲା ଟିପର ଡମ୍ପର ମାଲିକ ସଂଘର କର୍ମ ଯୋଗାଣ କ୍ଷେତ୍ରରେ କିଭଳି ଅଧିକ ସୁବିଧା ସୁଯୋଗ ସୃଷ୍ଟି କରିବେ, ତାହା ଉପରେ ଏହି ନିର୍ବାଚନ ସଭାରେ ଗୁରୁତ୍ୱାରୋପ କରାଯିବା ସହ ଜିଲ୍ଲା ପ୍ରଶାସନର ସହଯୋଗରେ ଜିଲ୍ଲାରେ ଗଢି ଉଠୁଥିବା ସମସ୍ତ ଭିତିଭୂମି ପାଇଁ ଟ୍ରାନ୍ସପୋର୍ଟିଂ ମାଧ୍ୟମ ରେ ସହଯୋଗ କରାଇବା ଦିଗରେ ପ୍ରାଥମିକତା ଦିଆଯିବ ବୋଲି ନିଷ୍ପତି ହୋଇଥିଲା। ବାର୍ଷିକ ଅଧିବେଶନରେ ହୋଇଥିବା ଏହି ନିର୍ବାଚନଟିକୁ ବରିଷ୍ଠ ଅଧିବକ୍ତା ତୁଷାରକାନ୍ତ ଦାସ ପରିଚାଳନା କରିଥିବାବେଳେ ଏଥିରେ ଭଦ୍ରକ ଜିଲାର ଶତାଧିକ ଟିପର ମାଲିକମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.