ଭଦ୍ରକ, ୨୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ନଳାଙ୍ଗ ସ୍ଥିତ ସତ୍ୟମ ଗାଲେକ୍ସୀ ଠାରେ ଭଦ୍ରକ ଜିଲ୍ଲା କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନ୍ ପକ୍ଷରୁ ତ୍ରୟବାର୍ଷିକ ସାଧାରଣ ସଭା ଅନଷ୍ଠିତ ହୋଇଯାଇଛି । ଏହି ବୈଠକ ଜିଲ୍ଲା କେମିଷ୍ଟ ଏବଂ ଡ୍ରଗିଷ୍ଟ ଆସୋସିଏସନର ସଭାପତି ବାଉଲି ଚରଣ ବାରିକଙ୍କ ଅଧ୍ୟକ୍ଷତାରେ ମୁଖ୍ୟଅତିଥି ଭାବେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କେମିଷ୍ଟ ଏବଂ ଡ୍ରଗିଷ୍ଟମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ଏହାର ନିରାକରଣ ନିମନ୍ତେ ସରକାର ସମସ୍ତ ପ୍ରକାରର ସାହଯ୍ୟ ଓ ସହୋଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟବକ୍ତା ଭାବେ ଭଦ୍ରକର ସାଂସଦ ଅଭିମନ୍ୟୁ ସେଠୀ,ଭଣ୍ଡାରିପୋଖରୀର ବିଧାୟକ ସଞ୍ଜୀବ ମଲ୍ଲିକ ଏବଂ ବାସୁଦେବପୁର ବିଧାୟକ ଅଶୋକ ଦାସ,ୟୁସିଡିଏ ରାଜ୍ୟ ସଭାପତି ପି.ସତ୍ୟ ନାରାୟଣ,ରାଜ୍ୟ ସଂଘର ସାଧାରଣ ସଂପାଦକ ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଯୋଗ ସଂଘ ବାବଦରେ ବିଭିନ୍ନ ମତ ପ୍ରଦାନ କରିଥିଲେ । ଏହି ସଭାରେ ଭଦ୍ରକ ଜିଲ୍ଲା ସଭାପତି ଶ୍ରୀ ବାରିକ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂପାଦକୀୟ ବିବରଣୀ ପାଠ କରିଥିଲେ ଜିଲ୍ଲା ସଂପାଦକ ଦୀପକ କୁମାର ଆଚାର୍ଯ୍ୟ । ଅତିଥି ପରିଚୟ ପ୍ରଦାନ କରିଥିଲେ ଜିଲ୍ଲା ସଂଘର ସଭ୍ୟ ମୁକେଶ ପାଣିଗ୍ରାହୀ । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର,ଖୋର୍ଦ୍ଧା, ଯାଜପୁର,କଟକ,ଗଞ୍ଜାମ,ପୁରୀ ଆଦି ଜିଲ୍ଳାର ସଭାପତି ଓ ସଂପାଦକମାନେ ଯୋଗ ଦେଇଥିଲେ । ଆଜିର ବୈଠକରେ ଆଗାମୀ ତିନି ବର୍ଷୀୟା ଅବଧି ପାଇଁ ସଭାପତି ବାଉଲୀ ଚରଣ ବାରିକ,ଜିଲ୍ଲା ସଂପାଦକ ଭାବେ ଦୀପକ କୁମାର ଆଚାର୍ଯ୍ୟ,କୋଷ ।ଧକ୍ଷ ଭାବେ ଆଶିଷ ଅମିତାଭ ମହାପାତ୍ର,ସଂଗଠନ ସଂପାଦକ ଭାବେ ଧୀରେନ୍ଦ୍ର ସାହୁ ପ୍ରମୁଖ ନିର୍ବାଚିତ ହେଲେ । ଉକ୍ତ ସଭା ଟିକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ସଭ୍ୟ ଭାବେ ଦେବେନ୍ଦ୍ର ବେହେରା,ସନ୍ତୋଷ ନାୟକ,ରବିନାରାୟଣ ନାୟକ,ଜ୍ଞାନରଞ୍ଜନ ସାହୁ,ଶ୍ରୀଧର ସାହୁ,ବିମ୍ବାଧର ପଣ୍ଡା,ପ୍ରିୟବ୍ରତ ପାଣିଗ୍ରାହୀ,ଶୁଭ୍ରାଂଶୁ ଭୂଷଣ ଦାସ,ଅଜୟ ପଣ୍ଡା, ଅମିୟ ନାୟକ,ପ୍ରଦୀପ ସିନା,ସମରେନ୍ଦୁ ପଣ୍ଡା,ସତ୍ୟଭୂଷଣ ପଲେଇ,ରାଜୀବ ଲୋଚନ ରାୟ,ଚିନ୍ମୟ ସିଂହ,କୈଳାଶ ସାହୁ ପ୍ରମୁଖ ସହୋଯୋଗ କରିଥିଲେ ।








