Home Coronavirus Outbreak ଭଦ୍ରକ ଜିଲ୍ଲା କରୋନା ଆକ୍ରାନ୍ତଙ୍କ ତଥ୍ୟ

ଭଦ୍ରକ ଜିଲ୍ଲା କରୋନା ଆକ୍ରାନ୍ତଙ୍କ ତଥ୍ୟ

53

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଶନିବାରଦିନ ଆଉ ୭୭ଜଣ କରୋନା ଆକ୍ରାନ୍ତ ସମଗ୍ର ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି। ଯାହା ଫଳରେ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ପାର ହୋଇ ୨୦୦୭ରେ ପହଞ୍ଚିଛି। ଇତି ମଧ୍ୟରେ ମୋଟ ୩୯ହଜାର ୫୧୬ଜଣଙ୍କ ନମୁନା ପରୀକ୍ଷା ପରେ ଏହି ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ୧୦୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଏବେ ଆକ୍ଟିଭ ଆକ୍ରାନ୍ତ ଭାବେ ୯୧୭ଜଣ ଚିକିତ୍ସାଧିନ ରହିଛନ୍ତି। ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି ଏବଂ ବାକି ୭୬ଜଣ ଲୋକାଲ କଣ୍ଟାକ୍ଟ। ଚିହ୍ନଟମାନେ ବାସୁଦେବପୁର ବ୍ଲକ କମାରଗାଁ ୟୁ-ପି- ସ୍କୁଲ ଟିଏମ୍‌ସିର ଜଣେ, ଧାମନଗର ବ୍ଲକ କଟସାହି ପଞ୍ଚାୟତର ଜଣେ ବ୍ୟକ୍ତି କଟକ ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ଚିହ୍ନଟ ହୋଇଛନ୍ତି, ଭଣ୍ଡାରିପୋଖରୀ ବ୍ଲକ ପାଟୁଳି ପଞ୍ଚାୟତର ଜଣେ ସାବରମତୀ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଚିହ୍ନଟ ହୋଇଛନ୍ତି, ବାସୁଦେବପୁର ଇରମ ପଞ୍ଚାୟତର ଜଣେ କଟକ ବଡ ମେଡିକାଲରେ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ବ୍ୟତୀତ ଭଦ୍ରକ ପୌରପାଳିକାର ୬ ନଂ ୱାର୍ଡରୁ ୧୧ଜଣ, ୧ନଂ ୱାର୍ଡରୁ ଜଣେ, ୧୦ ନଂ ୱାର୍ଡରୁ ଜଣେ, ୧୧ ନଂ ୱାର୍ଡରୁ ୩ଜଣ, ୧୫ନଂ ୱାର୍ଡରୁ ୨ଜଣ, ୨୪ ନଂ ୱାର୍ଡରୁ ଜଣେ, ୫ ନଂ ୱାର୍ଡରୁ ୨ଜଣ, ୭ ନଂ ୱାର୍ଡରୁ ୨ଜଣ, ୯ ନଂ ୱାର୍ଡରୁ ୨ଜଣ, ତିହିଡି ବ୍ଳକ ଗୁଆମାଳ ପଞ୍ଚାୟତରୁ ୩ଜଣ, କୁବେରାରୁ ଜଣେ, ବନ୍ତ ବ୍ଲକ ଗୋପିନାଥପୁର ପଞ୍ଚାୟତରୁ ୧୨, ବନ୍ତ ପଞ୍ଚାୟତରୁ ୨ଜଣ, ଚାନ୍ଦବାଲି ବ୍ଲକ ମତୋ ପଞ୍ଚାୟତରୁ ୭ଜଣ, ଚାନ୍ଦବାଲି ଏନ୍‌ଏସି ଏନ-ଏସ- କଲୋନୀରୁ ୨ଜଣ, ବାସୁଦେବପୁର ବ୍ଲକ ଅରଣ୍ଡୁଆ ପଞ୍ଚାୟତରୁ ଜଣେ, ଭଦ୍ରକ ବ୍ଲକର ବାଉଦପୁର ପଞ୍ଚାୟତରୁ ଜଣେ, ବେନ୍ତାଳରୁ ଜଣେ, ବଣିଆରୁ ଜଣେ, କେଦାରପୁରରୁ ୨ଜଣ, ଏରେଇଁରୁ ଜଣେ, ଆମ୍ବରୋଳିରୁ ଜଣେ, ନଳାଙ୍ଗରୁ ଜଣେ, ବାଣିତିଆରୁ ଜଣେ, ଆର୍‌-ଏନ- ବେତରାରୁ ଜଣେ, ଭଣ୍ଡାରିପୋଖରୀ ବ୍ଳକ ରହଣିଆ ପଞ୍ଚାୟତରୁ ଜଣେ, ଚାନ୍ଦବାଲି ବ୍ଲକ ଓଳଗ ପଞ୍ଚାୟତରୁ ଜଣେ, ଘଟପୁର ପଞ୍ଚାୟତରୁ ଜଣେ, ଧାମରାରୁ ଜଣେ, ଭୁଇଁବୃତିରୁ ଜଣେ, ତୋଟାପଡାରୁ ଜଣେ, ଖାଦଗାରଡିରୁ ଜଣେ, ଚାନ୍ଦବାଲି ଏନ୍‌ଏସି ସୋମପୁରରୁ ଜଣେ, ଧାମନଗର କୋଠାରରୁ ଜଣେ, ଗୋବିନ୍ଦପୁରରୁ ଜଣେ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ଅଞ୍ଚଳକୁ ଜିଲ୍ଲାପାଳ ଡଃ ଜ୍ଞାନ ଦାସ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.