Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ୱର୍ଗତଃ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିତ

ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସ୍ୱର୍ଗତଃ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ପାଳିତ

4

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଭାରତ ର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଜୟନ୍ତୀ ଉତ୍ସବ ଅବସରରେ ପୂର୍ବତନ ବିଧାୟକ ପଂଚାନନ ମଣ୍ଡଳ, ଭଦ୍ରକ ଟାଉନ ସଭାପତି ଅବଦୁଲ ମୋକିତ ଖାଁ, ପୂର୍ବତନ କାର୍ଯ୍ୟକାରୀ ସଭାପତି ଦେବରୂପ ମହାନ୍ତି, ପ୍ରଦେଶ କଂଗ୍ରେସ କମିଟି ଅନୁସୂଚିତ ଜାତି ବିଭାଗ ର ରାଜ୍ୟ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ଜେନା, ରାଜ୍ୟ ସମ୍ପାଦକ ରଞ୍ଜନ ଜେନା,ଆର ଜି ପି ଆର ଏସ ର ରାଜ୍ୟ ସମ୍ପାଦକ ପଦ୍ୟୁମୁନ ଦାସ, ନାରୀ ନେତ୍ରୀ ଶର୍ମିଷ୍ଠା ପଣ୍ଡା,ଶେଖ ହକ୍ଷସିନା, ବରିଷ୍ଠ ନେତା ରାଜୁ ପ୍ରସାଦ ରାୟ, ଯୁବ ନେତା ଇଲିଆସ ଖାଁ,ହାଡିବନ୍ଧୁ ବିଶ୍ୱାଳ, ଯୁବ ନେତା ବିଜୟ ବାରିକ, ଦୀନବନ୍ଧୁ ଦାସ, ଯୁବ ନେତା ମନୋଜ ମଲ୍ଲିକ ପ୍ରମୁଖ ଦଳୀୟ ନେତା ମାନେ ସ୍ୱର୍ଗତଃ ଇନ୍ଦିରା ଗାନ୍ଧିଙ୍କ ବହୁମୁଖୀ ପ୍ରତିଭା ସମ୍ପର୍କ ରେ ଆଲୋଚନା କରିବା ପରେ ଫୋଟଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଦେଶ ପାଇଁ ପ୍ରାଣବଳି ଦେଇଥିବା ସ୍ୱର୍ଗତଃ ଇନ୍ଦିରା ଗାନ୍ଧୀ ଦେଶ ପାଇଁ ଅମୂଲ୍ୟ ରତ୍ନ ଟିଏ ବୋଲି ଜୟନ୍ତୀ ଉତ୍ସବରେ ଦଳୀୟ ନେତା ମାନେ ମତବ୍ୟକ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.