Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କୃତ୍ରିମ ବୁଦ୍ଧିମତା ଓ ନିଶା ନିବାରଣ ନେଇ...

ଭଦ୍ରକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ କୃତ୍ରିମ ବୁଦ୍ଧିମତା ଓ ନିଶା ନିବାରଣ ନେଇ ସଚେତନତା କାର୍ଯ୍ୟକ୍ରମ

5

ଭଦ୍ରକ, ୭ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍ କେନ୍ଦୁଆପଦା ସ୍ଥିତ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ ସ୍ମାରକୀ ମହାବିଦ୍ୟାଳୟ, ସଭାଗୃହ ପରିସରରେ କୃତ୍ରିମ ବୁଦ୍ଧିମତା (ଇଓ) ଓ ନିଶା ନିବାରଣ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଙ୍କ ନିର୍ଦ୍ଦେଶାନୁସାରେ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ , ଭଦ୍ରକଙ୍କ ତରଫରୁ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ସର୍ବୋଚ୍ଚତମ ନ୍ୟାୟଳୟଙ୍କର ନ୍ୟାୟ ବିଚାର କୁତ୍ରିମ ଜ୍ଞାନ କୌଶଳ ଏବଂ ବିଚାର ହେଉଥିବା ମାମଲା ଗୁଡ଼ିକର ଆଂଚଳିକ ଭାଷା ମାଧ୍ୟମରେ ଲୋକମାନଙ୍କ ପାଖରେ କିପରି ସହଜରେ ପହଁଚି ପାରିବ ଏବଂ ଓଡ଼ିଶା ଉଚ୍ଚନ୍ୟାୟଳୟଙ୍କର ଆଇନ୍‌, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଆଇନ୍‌, ସିଭିଲ୍ ଓ ଫୌଜଦାରୀ ଆଇନ୍ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ତଥା ଜାନୁୟାରୀ ୫ ରୁ ୧୨ ତାରିଖ ୨୦୨୬ ବର୍ଷ ନିମନ୍ତେ “ନିଶା ନିବାରଣ ଏବଂ ସୁସ୍ଥତା ଦିଗରେ ପଥପ୍ରଦର୍ଶନ” ନିମିତ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର ସଚିବ, ପୂଣ୍ୟଶ୍ଳୋକ ରଥ ଏହି ସଚେତନତା କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିଥିଲେ । ଅତିଥି ମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକାରୀ, ଭଦ୍ରକ ସଂବିତ ମାଝି, ସହାୟକ ଏଲ୍‌.ଏ.ଡିସ୍‌.ଏସ., ଡଃ ତାପସ କୁମାର ମହାନ୍ତି, ନ୍ୟାୟ ରକ୍ଷକ, ଭଦ୍ରକ, ଶିଶୁ ସୁରକ୍ଷା ଆଇନ ଅଧିକାରୀ , ଭଦ୍ରକ, ସୁବ୍ରତ କୁମାର ଦାସ, କଲେଜର ଅଧ୍ୟକ୍ଷ, ପ୍ରଶାନ୍ତ କୁମାର ବେହେରା, ଅବସର ପ୍ରାପ୍ତ ଅଧ୍ୟାପକ, ରମେଶ ଚନ୍ଦ୍ର ମହାରଣା ଏବଂ ଗ୍ରନ୍ଥାଗାର ପରିଚାଳକ, ହେମନ୍ତ କୁମାର ଜେନା ତଥା ଅନ୍ୟ ପ୍ରମୁଖ ଅଧ୍ୟାପକ ତଥା ଅଧ୍ୟାପିକା ଯୋଗଦେଇଥିଲେ । ଅତିଥି ଗଣ ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ନିଜବକ୍ତବ୍ୟରେ କହିଥିଲେ ଯେ ଆଧୁନିକ ଯୁଗରେ କୃତ୍ରିମ ବୁଦ୍ଧିମତା ମାନବ ଜୀବନକୁ ସହଜ କରୁଥିବା ବେଳେ ତାହାର ସଦୁପଯୋଗ ଓ ଦୁରୁପଯୋଗ ନେଇ ଯୁବପିଢ଼ି ସଚେତନ ହେବା ଅତ୍ୟାବଶ୍ୟକ । ସେହିପରି ନିଶା ସେବନ ର କୁପ୍ରଭାବ ଓ ଆଇନଗତ ପରିଣାମ ବିଷୟରେ ଆଲୋକପାତ କରାଯାଇଥିଲା । ନିଶାଦ୍ରବ୍ୟରୁ ଦୂରେଇ ରହି ନିଶାମୁକ୍ତ ଜୀବନ ଧାରଣ କରିବା ପାଇଁ ଛାତ୍ର ଛାତ୍ରୀମାନଙ୍କୁ ପ୍ରେରଣା ଦିଆଯାଇଥିଲା। ଏବଂ ସୁସ୍ଥ ସମାଜ ଗଠନ ପାଇଁ ଛାତ୍ରଛାତ୍ରୀମାନେ ଆଗେଇ ଆସିବା ସହ ଏଥିପ୍ରତି ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର କର୍ମକର୍ତା ଶରତ ପ୍ରଧାନ,ବରିଷ୍ଠ କିରାଣି ସମେତ ସମସ୍ତ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେହିପରି ଏହି କାର୍ଯକ୍ରମ ଜରିଆରେ ଜଣାଯାଇଥିଲା କି ମଧ୍ୟସ୍ଥତା ହେଉଛି ଏପରି ଏକ ପ୍ରକ୍ରିୟା ଯାହାଦ୍ୱାରା ବହୁତ୍ ଅହସହାୟ ଲୋକ ସୁବିଧାରେ ଓ ସହଜରେ ସେମାନଙ୍କର ମାମଲାର ସମାଧାନ କରିପାରିବେ ଏବଂ ଏହି ମଧ୍ୟସ୍ଥତା – ୨.୦ ଯାହାକି ଜାନୁଆରୀ ୨ ତାରିଖରୁ ଆରମ୍ଭ ହୋଇଛି ସେଥିରେ ମଧ୍ୟ ଗରିବ ତଥା ନିଷ୍ପେସିତ ଲୋକମାନେ ସେମାନଙ୍କର ବହୁବର୍ଷ ଧରି ଚାଲିଥିବା ମାମାଲା ଗୁଡ଼ିକର ଶୀଘ୍ର ବିଚାର ପାଇଁ ଏହି ସୁଯୋଗର ସଦ୍ ଉପଯୋଗ କରନ୍ତୁ। ଜିଲ୍ଲା ଆଇନ ସେବା ପ୍ରାଧିକରଣ ର କର୍ମୀଗଣ ଏହି କାର୍ଯକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ପରିଶେଷରେ ମହାବିଦ୍ୟାଳୟର ଗ୍ରନ୍ଥାଗାର ପରିଚାଳକ ହେମନ୍ତ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.