Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ସଚେତନତା କାର୍ଯ୍ୟକ୍ରମ

14

ଭଦ୍ରକ, ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଭଦ୍ରକ ଅଧ୍ୟକ୍ଷ ସଂଗ୍ରାମକେଶରୀ ନାୟକଙ୍କ ନିର୍ଦ୍ଦେଶ କ୍ରମେ ମଳିକ ସାହି ସରକାରୀ ଉଚ୍ଚ ବିଦ୍ୟାଳୟ, ବରାଳପୋଖରୀ, ଚରମ୍ପା ଠାରେ ନାମଲେଖା ଓ ଅଧାରୁ ପଢ଼ା ଛାଡ଼ୁଥିବା ପିଲାମାନଙ୍କ ନିମିତ୍ତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମକୁ ନେହା ଅଗ୍ରୱାଲ, ସଚିବ, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ, ଭଦ୍ରକ ପରିଚାଳନା କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ତାପସ ରଞ୍ଜନ ବେହେରା, ପ୍ରଧାନ ଶିକ୍ଷକ, ଜିଲ୍ଲା ସ୍କୁଲ, ବିଦ୍ୟାଳୟ, ଉମେଶ ଚନ୍ଦ୍ର ମାଝି, ପ୍ରଧାନ ଶିକ୍ଷକ, ଚଣ୍ଡିଗାଁ ହାଇସ୍କୁଲ, ବିଦ୍ୟାଳୟ, ଚରମ୍ପା, ଭଦ୍ରକ ଏଲ୍‌.ଏ.ଡ଼ି.ଏସ୍‌.ସି.ର ଡ଼େପୁଟି ମୋଜାହିଦ ଅକତାର ଖାନ ଏବଂ ଡଃ ତାପସ କୁମାର ମହାନ୍ତି, ସହାୟକ ଏଲ୍‌.ଏ.ଡ଼ି.ଏସ୍‌.ସି., ଭଦ୍ରକ, ଶଶଧର ମହନୀ, ଅବସରପ୍ରାପ୍ତ ଶିକ୍ଷକ, ପାରାଲିଗାଲ ସ୍ୱେଚ୍ଛାସେବୀମାନେ ଅର୍ଣ୍ଣପୂର୍ଣ୍ଣା ସାହୁ, ପ୍ରମିଳା ପ୍ରଧାନ, ହୃଦାନନ୍ଦ ସ୍ୱାଇଁ, ସସ୍ମିତା ବାରିକ, ସଂଗୀତା ମିଶ୍ର ଚାରୁଲତା ବେହେରା, ମଧୁସ୍ମିତା ମଲ୍ଲିକ ପ୍ରମୁଖ ଯୋଗଦେଇ ଏହି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ଅଧାରୁ ପଢ଼ା ଛାଡ଼ୁଥିବା ପିଲାମାନଙ୍କୁ କିପରି ସ୍ମୁଲ ଅଭିମୁଖୀ କରାଇବା ସଂଗେ ସଂଗେ ସେମାନଙ୍କର ଅଭିଭାବକ ମାନଙ୍କୁ ମଧ୍ୟ ସଚେତନ କରାଇ ପିଲାମାନଙ୍କୁ ପାଠପଢ଼ାଇ ଏବଂ ଆଗକୁ ଭଲ ରାସ୍ତାରେ ନେବାକୁ ପରାମର୍ଶ ଦେଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣର କର୍ମଚାରୀ ଯୋଗ ଦେଇଥିଲେ । ଏହିଭଳି ୮୦ ରୁ ଉର୍ଦ୍ଧ୍ୱ ଅଭିଭାବକ ତଥା ଛାତ୍ରଛାତ୍ରୀ ମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.